ରାଜଧାନୀ ଡବଲ ମର୍ଡର ଘଟଣା: ହତ୍ୟା ପରେ ପଶ୍ଚାତାପ କରିଥିଲା ଅଭିଯୁକ୍ତ; ମୃତଦେହକୁ ଖାଇବାକୁ ଦେଉଥିଲା ଖାଦ୍ୟ

ଭୁବନେଶ୍ବର(କେନ୍ୟୁଜ୍): ରାଜଧାନୀରେ ଡବଲ ମର୍ଡର ଘଟଣାରେ ଅଭିଯୁକ୍ତର ବିସ୍ଫୋରକ ବୟାନ୍‌। ହତ୍ୟା କରିବା ପରେ ସ୍ତ୍ରୀ ଓ ଶାଳୀଙ୍କ ମୃତଦେହ ସହ କଥା ହେଉଥିଲା ଅଭିଯୁକ୍ତ ସ୍ୱାମୀ ବିଜୟ କେତନ ସେଠୀ । ପଶ୍ଚାତାପ କରିବା ସହ ସ୍ତ୍ରୀଙ୍କୁ ବ୍ରେଡ୍‌ ଭଲ ଲାଗୁଥିବାରୁ ମୁଣ୍ଡ ପାଖରେ ପାଣି ବୋତଲ ରଖି ବ୍ରେଡ୍‌ ଖାଇବାକୁ ଦେଉଥିଲା। ହତ୍ୟା ପରେ ପାଗଳ ଭଳି ବ୍ୟବହାର କରୁଥିଲା। ଚନ୍ଦ୍ରଶେଖରପୁର ହାଉସିଂ ବୋର୍ଡ କଲୋନୀରେ ସ୍ତ୍ରୀ ଓ ଶାଳୀକୁ ହତ୍ୟା କରିଛି ସ୍ୱାମୀ। ଧାରୁଆ ଅସ୍ତ୍ରରେ ହାଣି ଓ ବେକ କାଟି ଅତି ବୀଭତ୍ସ ଭାବେ ହତ୍ୟା କରିଛି ।

ପାରିବାରିକ କଳହରୁ ହତ୍ୟା ସନ୍ଦେହ କରାଯାଉଛି। ୩ ଦିନ ପୂର୍ବରୁ ହତ୍ୟା କରି ମୃତଦେହକୁ ଅଭିଯୁକ୍ତ ଲୁଚାଇ ରଖିଥିବା ଅନୁମାନ କରାଯାଉଛି। ଏହି ଘଟଣାରେ ସ୍ୱାମୀ ବିଜୟ କେତନ ସେଠୀକୁ ଗିରଫ କରିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ। ଆଜି ଅଭିଯୁକ୍ତ ବିଜୟ କେତନ ଘଟଣାସ୍ଥଳରୁ ଫେରାର ହେଉଥିବାବେଳେ ଶାଶୁ ଓ ଶ୍ୱଶୁର ତାକୁ କାବୁ କରି ପୋଲିସକୁ ଦେଇଥିଲେ । ହତ୍ୟା ପରେ ଘଟଣାସ୍ଥଳରେ ଚିଠି ଲେଖିଥିଲା ଅଭିଯୁକ୍ତ ସ୍ୱାମୀ । ଛୁଆପିଲା ହେଉନଥିବାରୁ ପତ୍ନୀ ଓ ଶାଳୀ ଦୁହେଁ ମିଶି ସବୁବେଳେ ଗାଳିଗୁଲଜ ସହ ମାନସିକ ନିର୍ଯାତନା ଦେଉଥିଲେ । ତେଣୁ ସେମାନଙ୍କୁ ହତ୍ୟା କରିଛି ବୋଲି ଅଭିଯୁକ୍ତ ଚିଠିରେ ଲେଖିଥିବା ପୋଲିସ ସୂଚନା ଦେଇଛି । ଅଭିଯୁକ୍ତ ବିଜୟ କେତନର ସ୍କୁଟି ଓ ରକ୍ତଲଗା ବ୍ୟାଗକୁ ଜବତ କରିଛି ପୋଲିସ। ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ଦୀର୍ଘ ଦିନ ହେବ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗି ରହୁଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.