Below header

ଦେଢ଼ଗାଁର ବୋହୂ ସାଜିଲେ ସ୍ଲୋଭେନିଆର ବିଦେଶିନୀ

କଣ୍ଟାବାଞ୍ଜି (କେନ୍ୟୁଜ) : ଦେଢ଼ଗାଁର ବୋହୂ ସାଜିଲେ ବିଦେଶିନୀ। ସାତ ଦରିଆ ପାର କରି ଓଡିଶାର ପୁଅକୁ ବାହା ହେବାକୁ ଚାଲି ଆସିଲେ ଜର୍ମାନୀର ଝିଅ। ନିଜ ପ୍ରେମ ପାଇଁ ସୁଦୂର ଜର୍ମାନୀରୁ ଧାଇଁ ଆସିଲେ ଓଡିଶାକୁ। ପ୍ରେମ ପାଇଁ ସାତଦରିଆ ପାର ହୋଇ ବୋହୁ ସାଜିଲେ ସ୍ଲୋଭେନିଆର ଝିଅ ଏମା ୱେଦେମଷେକ । ବିଦେଶୀ ସଂସ୍କୃତିରେ ଛୋଟରୁ ବଡ଼ ହୋଇଥିଲେ ମଧ୍ୟ ଆଜି ଭାରତୀୟ ବୋହୁ ହେବାର ସ୍ୱପ୍ନ ତାଙ୍କର ସାକାର ହୋଇଛି।

ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡ ବ୍ଲକର ଦେଢ଼ଗାଁରେ ରୁଣ୍ଡ ହୋଇଥିଲେ ସମସ୍ତେ । କାରଣ ବି ଥିଲା ଏକଦମ୍‌ ଖାସ୍ । ଭୁବନେଶ୍ୱରରେ ବିବାହ କରିବା ପରେ ଏଇ ଗାଁର ପୁଅ ନିଜ ବିଦେଶିନୀ ପତ୍ନୀଙ୍କୁ ଧରି ପହଞ୍ଚିଥିଲେ । ନବଦମ୍ପତିଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ସମସ୍ତେ । ଯାହା ସାଧାରଣ ଉତ୍ସବ ଠାରୁ ଥିଲା ଟିକେ ନିଆରା। କାରଣ ସାଧାରଣତଃ ପୁଅ ଯାଏ ଝିଅ ଘରକୁ ଆଉ ବାହାଘର ପରେ କନିଆକୁ ଧରି ଘରକୁ ଆଣେ। ଏଠି କିନ୍ତୁ ଝିଅ ସାତ ଦରିଆ ପାର କରି ପହଁଚିଛି ପୁଅ ଘରେ। ପୁଅ ଭାରତୀୟକୁ ବୋହୂ ବିଦେଶିନୀ। ଦେଢ଼ଗାଁର ପ୍ରେମଲାଲ ସେନାପତିଙ୍କ ପୁଅ ସୌରଭ ସେନାପତି ଜର୍ମାନୀର ଏକ ପ୍ରତିଷ୍ଠିତ କମ୍ପାନୀରେ କାମ କରନ୍ତି। ସେହି କମ୍ପାନୀରେ କାମ କରୁଥିବା ସ୍ଲୋଭେନିଆର ଏମାଙ୍କ ସହ ସୌରଭଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ତିନି ବର୍ଷର ପ୍ରେମ ପରେ ପୁଅ ଝିଅ ନିଜ ନିଜ ପରିବାର ବର୍ଗଙ୍କୁ ତାଙ୍କ ମନର କଥା ଜଣାଇଥିଲେ। ଉଭୟଙ୍କ ପରିବାର ବିବାହ ପାଇଁ ରାଜି ହେବା ଯୋଗୁ ଭାରତୀୟ ସଂସ୍କୃତି ଓ ପରମ୍ପରା ଅନୁସାରେ ଗତ ୨୦ ତାରିଖ ଦିନ ଭୁବନେଶ୍ୱରର ଏକ ହୋଟେଲରେ ବାହାଘର ହୋଇଥିଲା । ତେବେ ଶନିବାର ପୁଅର ନିଜ ଗାଁ ଦେଢ଼ଗାଁ ଠାରେ ପରିବାର ସଦସ୍ଯ ଏବଂ ଗାଁ ଲୋକଙ୍କୁ ନେଇ ଏକ ଭୋଜିର ଆୟୋଜନ କରାଯାଇଥିଲା।

ନିଜର ବାହାଘର ଭୋଜିରେ ସ୍ୱାମୀଙ୍କ ସହ ଗୀତର ତାଳେ ତାଳେ ନାଚୁଛନ୍ତି ଏମା । ଏଥିରେ ତାଙ୍କ ପରିବାର ବି ସାମିଲ । ସମସ୍ତେ ଏଭଳି ସ୍ୱାଗତ ସମ୍ବର୍ଦ୍ଧନାରେ ପୂରା ଖୁସି ହୋଇ ଯାଇଛନ୍ତି । ଏମାଙ୍କ ପରିବାର ଏବଂ ସମ୍ପର୍କୀୟମାନେ ଆମେରିକା, କ୍ରୋଏସିଆ, ସ୍ଲୋଭେନିଆରୁ ଛୁଟି ଆସିଛନ୍ତି ଏହି ବାହାଘରରେ ସାମିଲ ହେବା ପାଇଁ । ୧୩ ଜଣ ସଦସ୍ୟ ଏହି ବିବାହ ଉତ୍ସବକୁ ନେଇ ଭାରି ଖୁସି । ଭାରତୀୟ ସଂସ୍କୃତି, ପରମ୍ପରା, ଓଡ଼ିଆ ଖାଦ୍ୟ ଓ ଗାଁର ପରିବେଶ ଦେଖି ବହୁତ ଖୁସି ସେମାନେ । ଏପଟେ ପୁଅର ନିଆରା ବିବାହକୁ ନେଇ ଭାରି ଆନନ୍ଦିତ ଅଛନ୍ତି ତାଙ୍କ ପରିବାର ଲୋକ। ଖାଲି ସେତିକି ନୁହେଁ ଦେଢ଼ଗାଁର ଲୋକ ମଧ୍ୟ ବିଦେଶିନୀ ବୋହୂ ପାଇ ଖୁବ୍‌ ଉତ୍ସାହିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.