ଲକ୍ଷ ଲକ୍ଷରେ ସ୍ତ୍ରୀଙ୍କୁ ଦିଆଯାଏ ବେତନ, କେଉଁଠି ଓ କାହିଁକି ଜାଣନ୍ତୁ …..

କୁହାଯାଏ ମହିଳା ହେଉଛନ୍ତି ଘରର ଲକ୍ଷ୍ମୀ । କାରଣ ଜଣେ ମହିଳା ହିଁ ଘରକୁ ଏଭଳି ସମ୍ଭାଳିଥାଏ ଯାହା ଜଣେ ପୁରୁଷ ବି କରିପାରେନି । ଆଉ ଏବେ ତ ପ୍ରତ୍ୟେକ ଘରେ ଘରେ ମହିଳାମାନେ ସ୍ୱାଧୀନ ଭାବେ ଜୀବନ କାଟୁଛନ୍ତି । ସେମାନେ ବାହରକୁ ଯାଇ ରୋଜଗାର ମଧ୍ୟ କରୁଛନ୍ତି । ମାସକୁ ଦରମା ବି ପାଉଛନ୍ତି । ଏବେ ସିନା ନାରୀ ସ୍ୱାଧୀନତା କଥା କୁହାଯାଉଛି ହେଲେ ଅତୀତରେ ଘରେ ରହି ବି ମହିଳା ପାଉଥିଲେ ଦରମା । ସେ ପୁଣି ସ୍ୱାମୀଙ୍କ ଠାରୁ । ବିଶ୍ୱାସ ହେଉନି ନାଁ । ଭାବୁଥିବେ କିଏ ସେ ସ୍ୱାମୀ ଯିଏ ନିଜ ଘରେ ବସାଇ ସ୍ତ୍ରୀକୁ ଦେଉଥିଲା ଦରମା ?

ଏକଥାର ସତ୍ୟତା କେତେ ତାହା ତ ଆପଣ କହିବେ । କିନ୍ତୁ ଯାହା କୁହାଯାଉଛି ମୋଗଲ ଶାସନ ସମୟରେ ରାଣୀ, ଶେହଜାଦି ଓ ହରମ ବା ରାଣୀ ଅନ୍ତଃପୁରରେ ରହୁଥିବା ସ୍ତ୍ରୀମାନଙ୍କୁ ବେତନ ଦିଆଯାଉଥିଲା । ଏହାର ଆରମ୍ଭ ଭାରତରେ ମୋଗଲ ଶାସନ ବେଳେ ବାବର କରିଥିଲେ । ସାହି ହରମରେ ପ୍ରବେଶ କରୁଥିବା ପ୍ରତି ସ୍ତ୍ରୀଙ୍କୁ ସେମାନଙ୍କ ସ୍ଥିତି ଅନୁସାରେ ଜୀବନଯାକର ଭତ୍ତା ଦିଆଯାଏ । ଯେତେବେଳେ କି ଔରଙ୍ଗଜେବଙ୍କ ଭଉଣୀ ଜହାନଆରା ବେଗମଙ୍କ ନାମ ସବୁଠୁ ଉପରେ ଆସେ । ଜାହାଁଆରା ବେଗମଙ୍କ ବେତନ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ବର୍ଷକୁ ଦରମା ଯାହା ଥିଲା ତାପରେ ବି ଔରଙ୍ଗଜୈବ ତାଙ୍କର ବେତନ ବଢାଇବାରେ ଲାଗିଲେ ।

ଏ ସମ୍ପର୍କରେ ସୂଚନା ଭାରତୀୟ ଇତିହାସ ଅନୁସନ୍ଧାନ ପରିଷଦର ପତ୍ରିକା ଇତିହାସ ଅଙ୍କରେ ଏକ ବିସ୍କୃତ ଲେଖା ପ୍ରକାଶ ପାଇଛି । ଆପଣଙ୍କୁ ଏହା ନିଶ୍ଚୟ ଆଶ୍ଚର୍ଯ୍ୟ କରିବ କି କିଭଳି ମୋଗଲ ସାମ୍ରାଜ୍ୟର ରାଜପରିବାର ମହିଳାଙ୍କ ପାଇଁ ବେତନର ବ୍ୟବସ୍ଥା କରିଥିଲେ । ଆଉ ଏହାର ନେଣଦେଣ କିଭଳି ହୋଇଥାଏ ।

ସାଧାରଣତଃ ରାଜ ପରିବାରର ମହିଳାଙ୍କୁ ନଗଦ ବେତନ ଦିଆଯାଇଥାଏ । ସେହିଠାରେ ଯେଉଁ ମହିଳାଙ୍କ ବେତନ ଅପେକ୍ଷାକୃତ ଭାବେ ଅଧିକ ହୋଇଥାଏ ସେମାନଙ୍କୁ ଅଧା ରାଶି ନଗଦ ଭାବେ ଦିଆଯାଇଥାଏ । ଯେତେବେଳେ କି ବାକି ଅର୍ଥ ବରାବର ଜାଗିର ଓ ଚୁଙ୍ଗିଙ୍କୁ ଦିଆଯାଇଥାଏ ।

ଏହି କାମର ଆରମ୍ଭ ବାବର ଇବ୍ରାହିମ ଲୋଦିଙ୍କ ମା’ଙ୍କଠାରୁ କରିଥିଲେ । ଯାହାଙ୍କର ବାର୍ଷିକ ଆୟ ୭ ଲକ୍ଷଠାରୁ ବି ଅଧିକ ଥିଲା । ଏଭଳି ଭାବେ ବାବରଙ୍କ ପରେ ଅନ୍ୟ ସବୁ ସମ୍ରାଟମାନେ ତାକୁ ଜାରି ରଖିଲେ । ଯଦି ଜାହାଁଆରା ବେଗମଙ୍କ କଥା କୁହାଯାଏ ତେବେ ଶାହାଜାହାନଙ୍କ ଝିଅ ଏବଂ ଔରଙ୍ଗଜେବଙ୍କ ଭଉଣୀ ଜାହାଁଆରାଙ୍କୁ ମାଆ ମୁମତାଜଙ୍କ ମୃତ୍ୟୁ ପରେ ତାଙ୍କର ସମ୍ପତ୍ତିର ଅଧା ଭାଗ ମିଳିଥିଲା । ଯାହାର ମୂଲ୍ୟ ୫୦ ଲକ୍ଷ ଟଙ୍କା ପାଖାପାଖି ହେବ ।

ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିବ କି ଆରମ୍ଭରୁ ଜାହାଁଆରାଙ୍କୁ ବାର୍ଷିକ ବେତନ ହିସାବରେ ୭ ଲକ୍ଷ ଟଙ୍କା ମିଳିଥାଏ । ଜାହାଁଆରା ବାଦଶାହ ଓ ଭାଇ ଔରଙ୍ଗଜେବଙ୍କ ସବୁଠୁ ବିଶ୍ୱାସୀ ଥିଲେ । ଯାହାଫଳରେ ତାଙ୍କ ବେତନରେ ସବୁବେଳେ ବଢ଼ି ଚାଲିଥିଲା । ପରେ ତାଙ୍କର ବାର୍ଷିକ ବେତନ ୧୭ ଲକ୍ଷ ପର୍ଯ୍ୟନ୍ତ ପହଞ୍ଚିଥିଲା । ମୋଗଲ ସାମ୍ରାଜ୍ୟରେ ସବୁଠୁ ଖର୍ଚ୍ଚି ଥିଲେ ଜାହାଁଆରା । ଯିଏକି ବହୁତ ହି ସାନ୍ଦାର ବିଳାସମୟ ଜୀବନ ବିତାଉ ଥିଲେ । ଏହି କ୍ରମରେ ଔରଙ୍ଗଜେବଙ୍କ ଝିଅ ଜୈବୁନିସା ବେଗମଙ୍କ ବାର୍ଷିକ ୪ ଲକ୍ଷ ବେତନ ମିଳୁଥିଲା । ଯେବେ ଔରଙ୍ଗଜେବ ନିଜ ଝିଅ ଉପରେ ରାଗିଥିଲେ ତା ପରେ ତାଙ୍କର ବେତନ ରୋକି ଦେଇଥିଲେ ।

ଖାସ କଥା ଏଇଆ କି ମୋଗଲ କାଳରେ ବିଶେଷ କରି ବାଦଶାହଙ୍କ ବେଗମମାନେ ବ୍ୟବସାୟରେ ବେଶ ପାରଙ୍ଗମ ଥିଲେ । ଖାସ୍‌ କରି ବିଦେଶ ସହ ଯେଉଁ ବ୍ୟବସାୟ ହୋଇଥାଏ ସେଠି ଏମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହେ । ଯେଉଁଥିରେ ନୁରଜାହାଁ ସବୁଠୁ ଆଗରେ ଥିଲେ । ବିଦେଶରେ ହେଉଥିବା କପଡା ବ୍ୟବସାୟରେ ସାମ୍ରାଜ୍ଞୀ ନୁରଜାହାନ ପଇସା ଲଗାଉଥିଲେ ଓ ବହୁତ ଲାଭ ମଧ୍ୟ କରୁଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.