କେଶକୁ ଘନ ଏବଂ ସୁନ୍ଦର କରେ ଅଣ୍ଡା ତେଲ, ଥରେ ବ୍ୟବହାର କରି ଦେଖନ୍ତୁ ଫାଇଦା

ପ୍ରାକୃତିକ ତେଲ ତ୍ବଚା ଏବଂ କେଶ ନିମନ୍ତେ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ନଡ଼ିଆ ତେଲ,ବାଦାମ ତେଲ,ଅଲିଭ ତେଲର ଫାଇଦା ବିଷୟରେ ତ ଆପଣ ଜାଣିଥିବେ କିନ୍ତୁ କ’ଣ ଆପଣ କେବେ ଅଣ୍ଡା ତେଲ ବିଷୟରେ ଶୁଣିଛନ୍ତି କିମ୍ବା କେବେ ବ୍ୟବହାର କରିଛନ୍ତି? ଯଦି ଏହି ତେଲର ବ୍ୟବହାର କରିନାହାଁନ୍ତି ତାହେଲେ ଏହି ତେଲକୁ ନିଶ୍ଚୟ ଟ୍ରାଏ କରନ୍ତୁ। କାହିଁକିନା ଏହି ଅଣ୍ଡା ତେଲ କେଶ ପାଇଁ ବହୁତ ଲାଭଦାୟକ ହୋଇଥାଏ।

ଅଣ୍ଡା ତେଲ ଅଣ୍ଡାର କେଶରରୁ ବାହାରିଥାଏ। ଏହା ଚୁଟି ମୂଳରେ ସହଜରେ ଶୋଷିତ ହୋଇଯାଏ। ଏହା ଦ୍ବାରା କେଶର ଋକ୍ଷପଣ ଦୂର ହୋଇଥାଏ।

hairଅଣ୍ଡା ତେଲ ଲଗାଇବା ଦ୍ବାରା କେଶ ଝଡ଼ିବା ସମସ୍ୟା ଦୂର ହୋଇଥାଏ। ଏଥିରେ କେଶର ପୋଷଣ ନିମନ୍ତେ ଜରୁରୀ ତତ୍ତ୍ବ ରହିଥାଏ। ଏଥିପାଇଁ ଏହାର ବ୍ୟବହାର ଦ୍ବାରା କେଶ ଝଡ଼ିବା କମିଥାଏ ଏବଂ କେଶ ଘନ ହୋଇଥାଏ।

ଅଣ୍ଡା ତେଲରେ କୋଲେଷ୍ଟ୍ରୋଲ୍ ଥାଏ। ଏହା ତ୍ବଚାକୁ ଶୋଷିତ କରିଥାଏ ଏବଂ ଟିସୁକୁ ଉପଯୁକ୍ତ ସ୍ଥାନକୁ ଆଣିଥାଏ। ଏହା କେଶକୁ କଣ୍ଡିସନିଙ୍ଗ୍ କରିଥାଏ।

ଏହି ତେଲ କେଶର ଏଜିଙ୍ଗକୁ ରୋକିଥାଏ। ଅଣ୍ଡା ତେଲରେ ଆଣ୍ଟିଅକ୍ସିଡାଣ୍ଟ ଥାଏ ବୟସାଧିକ୍ୟରୁ କେଶକୁ ରକ୍ଷା କରିଥାଏ ଏବଂ କେଶକୁ ମଜବୁତ କରିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.