Below header

ଘରେ ରଖନ୍ତୁ ପାଣି ଭର୍ତ୍ତି ମାଠିଆ, ଦୂର ହୋଇଯିବ ଆର୍ଥିକ ସଙ୍କଟ

ଆଜିକାଲି ଲୋକେ ନିଜ ଘରେ ଆଧୁନିକ ଫିଲ୍ଟର, ଫ୍ରିଜ୍‌ ଏବଂ ବୋତଲରେ ପିଇବା ପାଣି ରଖୁଛନ୍ତି। କିନ୍ତୁ ବାସ୍ତୁ ଅନୁସାରେ ଆପଣଙ୍କ ଘରେ ନିହାତି ରୂପେ ଏକ ମାଟି ସୁରେଇ କିମ୍ବା ମାଠିଆ ରହିବା ଜରୁରୀ। ଏହାଦ୍ୱାରା ଆପଣଙ୍କ ଘର ହସଖୁସିରେ ଭରି ଉଠିବ ଏବଂ ସବୁ ସଙ୍କଟ ଦୂର ହୋଇଯିବ। ଆଉ ମଧ୍ୟ କୁହାଯାଏ, ଘରେ ପାଣିଭର୍ତ୍ତି ସୁରେଇ ରଖିଲେ କେବି ବି ଧନର ଅଭାବ ରହି ନ ଥାଏ। ତେଣୁ ଆଜି ବି ଗାଁମାନଙ୍କରେ ଲୋକେ ମାଠିଆ କିମ୍ବା ମାଟି ସୁରେଇ ବ୍ୟବହାର କରୁଛନ୍ତି। ଆସନ୍ତୁ ଜାଣିବା ମାଠିଆ ସହ ଜଡ଼ିତ କିଛି ଖାସ୍‌ କଥା।

mud1

-ଯଦି ଆପଣଙ୍କୁ କୌଣସି କାରଣରୁ ସୁରେଇ ନ ମିଳେ, ତା’ହେଲେ ମାଟିର ଏକ ଛୋଟ ପାତ୍ର ମଧ୍ୟ ରଖିଲେ, ଲାଭଦାୟକ ହୋଇଥାଏ। କିନ୍ତୁ ଧ୍ୟାନ ରଖିବେ, ଯେପରି ସେଥିରେ ସବୁବେଳେ ପାଣି ଭର୍ତ୍ତିହୋଇ ରହିଥିବ।

ଏହାସହ ପଢ଼ନ୍ତୁ: ଜାଣନ୍ତୁ ରାତିରେ କାହିଁକି ଲାଇଟ୍‌ ବନ୍ଦ କରି ଶୋଇବା ଉଚିତ, ରିସର୍ଚ୍ଚରୁ ହେଲା ଖୁଲାସା

-ବାସ୍ତୁ ହିସାବରେ, ମାଠିଆ ରଖିବା ପାଇଁ ଆପଣଙ୍କୁ ଉତ୍ତର ଦିଗ ଚୟନ କରିବାକୁ ହେବ। କାରଣ, ଉତ୍ତର ଦିଗକୁ ଜଳ ଦେବତାଙ୍କ ଦିଗ ବୋଲି କୁହାଯାଏ।

-ଯଦି ଘରେ କୌଣସି ବ୍ୟକ୍ତି ଚାପଗ୍ରସ୍ତ ଅଛନ୍ତି କିମ୍ବା ଚିନ୍ତିତ ଅଛନ୍ତି, ତା’ହେଲେ ଆପଣଙ୍କ ତାଙ୍କୁ ମାଟିକୁଣ୍ଡରେ ଲାଗିଥିବା ଗଛରେ ପାଣି ଦେବା ପାଇଁ କୁହନ୍ତୁ। ଏଥିରେ ତାଙ୍କର ଲାଭ ହେବ।

mud3

ଏହାସହ ପଢ଼ନ୍ତୁ: ପୁରୁଷଙ୍କ ତ୍ୱଚାକୁ ନଷ୍ଟ କରୁଛି ପ୍ରଦୂଷଶ, ଏହି ଉପାୟରେ ପାଆନ୍ତୁ ଆକର୍ଷଣୀୟ ଲୁକ୍‌

-ମାଟିରେ ନିର୍ମିତ ଭଗବାନଙ୍କ ମୂର୍ତ୍ତିକୁ ବି ଆପଣ ଘରେ ରଖିଲେ, ଧନ ସମ୍ବନ୍ଧୀୟ ସମସ୍ତ ସମସ୍ୟା ଦୂର ହୋଇଯିବ। ଏହାସହ ଧନର ସ୍ଥିରତା ମଧ୍ୟ ଆସିଯିବ।

-ଘରେ ମାଟିର ପାଣି ଭର୍ତ୍ତି ମାଠିଆ କିମ୍ବା ସୁରେଇ ଆଗରେ ଦୀପ ଲଗାଇଲେ, ଆର୍ଥିକ କଷ୍ଟ ଦୂର ହୋଇଯିବ। ସେହିପରି ଘରେ ଯଦି ସବୁବେଳେ ମାଟିର ଛୋଟ ଛୋଟ ସାଜସଜ୍ଜା ସାମଗ୍ରୀ ରଖିବେ, ତା’ହେଲେ ସମ୍ପର୍କ ଆହୁରି ମଜଭୁତ୍‌ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.