Below header

ଯାଜପୁର ରୋଡ଼ ରେଳ ଷ୍ଟେସନ ସାଇମନ୍ଦିର ଫାଟକ ନିକଟରୁ ମୁର୍ମୁଷ ଅବସ୍ଥାରେ ଯୁବତୀ ଉଦ୍ଧାର

ଯାଜପୁର ରୋଡ଼ (କେ ନ୍ୟୁଜ): ଯାଜପୁର ରୋଡ଼ ରେଳ ଷ୍ଟେସନ ସାଇମନ୍ଦିର ଫାଟକ ନିକଟରୁ ଜଣେ ଯୁବତୀଙ୍କୁ ମୁର୍ମୁଷ ଅବସ୍ଥାରେ ଉଦ୍ଧାର କରାଯାଇଛି । ଉଦ୍ଧାର ଯୁବତୀ ସ୍ଥାନୀୟ ରିଲାଏନ୍ସ ଫ୍ରେସ୍ କର୍ମଚାରୀ ଭାବେ କାର୍ଯ୍ୟ କରୁଥିବା ବେଳେ ୧୦ଟା ବେଳେ ସ୍ଥାନୀୟ କିଛି ଯୁବକ ରେଳଲଇନ୍ କଡ଼ରେ ତାଙ୍କୁ ମୁର୍ମୁଷ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ । ଯୁବତୀଙ୍କୁ ଯାଜପୁର ରୋଡ଼ ପୁଲିସ ସହଯୋଗରେ ମେଡ଼ିକାଲରେ ଭର୍ତି କରାଯାଇଥିଲା । କିନ୍ତୁ ଯୁବତୀର ଅବସ୍ଥା ସଂକଟାପର୍ଣ୍ଣ ଥିବାରୁ ତାଙ୍କୁ ଯାଜପୁର ରୋଡ ଥାନା ଅଧିକାରୀଙ୍କ ସାହାଯ୍ୟ କ୍ରମେ ପ୍ରଥମେ ଟାଟା ମେଡ଼ିକାଲ୍ ଓ ପରେ ଭୁବନେଶ୍ୱରର ଆପୋଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ।

ଆପୋଲରେ ଯୁବତୀ ଜଣଙ୍କ ଏବେ ଜୀବନ ମରଣ ସମସ୍ୟା ଦେଇ ଗତି କରୁଛି । ତେବେ ଯୁବତୀ ଜଣକ ରେଳ ଷ୍ଟେସନ ଠାରୁ ଅଧକିଲୋମିଟର ଦୂରକୁ କାହିଁକି ଗଲେ ଏବଂ ସେଠାରେ ମୁର୍ମୁଷ ଅବସ୍ଥାରେ କିପରି ପଡ଼ିଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଯୁବତୀଙ୍କ ମାଆ ଆଜି ଏ ସଂପର୍କରେ ଯାଜପୁର ରୋଡ ଥାନାରେ ଅଭିଯୋଗ କରିଥିବା ବେଳେ ଏତଲାରେ ଝିଅର ଅବସ୍ଥାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି । କେହି ଝିଅକୁ ଯୋଜନାବଦ୍ଧ ଭାବେ ହତ୍ୟା କରିବାକୁ ଉଦ୍ୟମ କରିଥିବା ମାଆ ମମତା ସେଠି ଅଭିଯୋଗରେ ଦର୍ଶାଇ ଘଟଣାର ତଦନ୍ତ କରିବାକୁ ନିବେଦନ କରିଛନ୍ତି ।

ସାଗରବାଳା କାର୍ଯ୍ୟରତ ରିଲାଏନ୍ସରୁ ଡ଼ିୟୁଟି ସାରି ସନ୍ଧ୍ୟା ୭ଟାରେ ଦିଲ୍ଲୀ ସର୍ଭିସିଂ ଷ୍ଟେସନ ପାଖରେ ରହୁଥିବା ଭଡ଼ା ଘରକୁ ଯାଇଥିଲା । ସେଠାରେ ରହୁଥିବା ସହକର୍ମୀକୁ ମେଡ଼ିକାଲ ଯାଉଛି ବୋଲି କହି ଆସିଥିଲେ ମଧ୍ଯ ରାତି ଯାଏ ଫେରିନଥିଲା । ତେବେ ସମ୍ପୃକ୍ତ ଯୁବତୀ ରେଳଧାରଣରୁ ମୁର୍ମୁଷ ଅବସ୍ଥା ପଡ଼ିବା ଘଟଣାକୁ ନେଇ ସାଧାରଣରେ ନାନାଦି ଆଲୋଚନା ହେଉଛି । ତୁରନ୍ତ ଝିଅର ଅବସ୍ଥା ପାଇଁ ଦାୟୀ ବ୍ୟକ୍ତିକୁ ତଦନ୍ତ କରି ଗିରଫ କରିବାକୁ ଥାନା ଅଧିକାରୀଙ୍କ ପାଖରେ ଅନୁରୋଧ କରିଛନ୍ତି ପରିବାର ଲୋକେ । ଏ ନେଇ ଯାଜପୁର ରୋଡ ଆଦର୍ଶ ଥାନାରେ ଏକ ମାମଲା ରୁଜୁ କରାଯାଇଥିବାବେଳେ ପୁଲିସ ତଦନ୍ତକୁ ଅଗ୍ରସର କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.