ମାଗଣାରେ ଘରକୁ ଆଣନ୍ତୁ Crayon Envy ଇଲେକଟ୍ରିକ୍‌ ସ୍କୁଟର ! ଦମଦାର ଫିଚର୍ସ ସହିତ ରହିଛି ଆକର୍ଷଣୀୟ ଲୁକ୍‌

ଭାରତୀୟ ବଜାରରେ ଇଲେକଟ୍ରିକ ସ୍କୁଟରର ଡିମାଣ୍ଡ ବହୁତ ମାତ୍ରାରେ ବଢ଼ିଚାଲିଛି। ଏହି ଇଣ୍ଡଷ୍ଟ୍ରୀରେ ବିଗତ ଦିନର ବାହନ ନିର୍ମାଣକାରୀ କମ୍ପାନୀ ସହିତ ଅନେକ ଷ୍ଟାଟଅର୍ପ କମ୍ପାନୀ ମଧ୍ୟ ନିଜ ଉତ୍ପାଦକୁ ବଜାର ପ୍ରବେଶ କରାଉଛନ୍ତି। ଏହିକ୍ରମରେ ଦିଲ୍ଲୀର ଏକ ଷ୍ଟାଟଅର୍ପ କମ୍ପାନୀ ମଧ୍ୟ ନିଜର ଇଲେକଟ୍ରିକ୍‌ ସ୍କୁଟର crayon envyକୁ ଲଞ୍ଚ କରିଛି। ସ୍କୁଟରରେ ଦମଦାର ବ୍ୟାଟେରୀ ପ୍ୟାକ୍‌ ଥିବା ସହିତ ଏଥିରେ ଆକର୍ଷଣୀୟ ଲୁକ ମଧ୍ୟ ରହିଛି। ସବୁଠାରୁ ଖାସ୍‌ କଥା ହେଉଛି ଆପଣ ଏହି ସ୍କୁଟରକୁ ବିନା ଟଙ୍କାରେ ଘରକୁ ଆଣିପାରିବେ।

scootyକମ୍ପାନୀର ଅଫିସିଆଲ ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁଯାୟୀ ଆପଣ ଏହି ସ୍କୁଟରକୁ ଜିରୋ ଡାଉନପେମେଣ୍ଟରେ ନିଜର କରିପାରିବେ। ଏହି ସ୍କୁଟର କମ୍ପାନୀ ପକ୍ଷରୁ ଲଞ୍ଚ କରାଯାଇଥିବା ଲୋ ସ୍ପୀଡ୍‌ ସ୍କୁଟର ଅଟେ। କମ୍ପାନୀ ଦାବି କରିଛି ଯେ ଏହି ସ୍କୁଟର ୨୫ କି.ମି ପ୍ରତି ଘଣ୍ଟା ବେଗରେ ଚାଲିବ। ଏହାଛଡା ସିଙ୍ଗଲ ଚାର୍ଜ ବା ଗୋଟେ ଥର ଚାର୍ଜରେ ଏହା ୭୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିବାର ସକ୍ଷମ ଅଟେ।

scooterସ୍କୁଟରର ଲୁକ୍‌ ସୁନ୍ଦର କରାଇବା ପାଇଁ କମ୍ପାନୀ ଏହାର ଫ୍ରଣ୍ଟରେ ଡୁଆଲ ଏଲଇଡି ହ୍ୟାଡଲ୍ୟାମ୍ପ, ହ୍ୟାଣ୍ଡେଲ ବାର୍ସରେ ଏଲଇଡି ଇଣ୍ଡିକେଟର୍ସର ବ୍ୟବହାର କରାଯାଇଛି। ଏହାସହିତ ପଛ ସିଟରେ ଆରାମ ପାଇଁ ଏକ ବ୍ୟାକରେସ୍ଟେ ଦିଆଯାଇଛି। ଏହି ସ୍କୁଟର ଏବଂ ଭଳି ଷ୍ଟାଇଲିସ୍‌ ରଙ୍ଗରେ ବଜାର ପ୍ରବେଶ କରିଛି।

ଏହାସହ ପଢନ୍ତୁ : ଆଉ ମିଳିବନି Hyundai Grand I10 ଡିଜେଲ ବେରିୟଣ୍ଟ କାର, ପେଟ୍ରୋଲ ଓ ସିଏନଜିରେ ମିଳିବ କେବଳ ଏହି ସବୁ କାର

ଏହି ସ୍କୁଟର୍ସର ଫିଚର୍ସ ବିଷୟରେ କହିବାକୁ ଗଲେ ଏଥିରେ ଲେସ୍‌ ଇଗ୍ନିସନ୍‌, ସେଣ୍ଟ୍ରାଲ ଲକିଙ୍ଗ୍‌, ଡିଜିଟାଲ ଇସ୍ଟମେଣ୍ଟ କ୍ଲଷ୍ଟର, ରିଭର୍ସ ଆସିଷ୍ଟ ଭଳି ଫିଚର୍ସ ଦିଆଯାଇଛି। ଏହାଛଡା ଏଥିରେ ଜବରଦସ୍ତ ଆଡଭାନ୍ସ ଫିଚର୍ସ ମଧ୍ୟ ସାମିଲ ଅଛି, ଯଥା- ଜିଓ ଟ୍ୟାଗିଙ୍ଗ୍‌, ୨.୧ ୟୁଏସବି ପୋର୍ଟ, ସାଇଡ୍‌ ଷ୍ଟାଣ୍ଡ ସେନସର ଏବଂ ମୋବାଇଲ ଚାର୍ଜିଂ ପଏଣ୍ଟ ଆଦି ସାମିଲ ରହିଛି।

scooterସ୍କୁଟରରେ କମ୍ପାନୀ ୨୫୦ଓ୍ଵାଟ କ୍ଷମତା ବିଶିଷ୍ଟ BLDC motorର ବ୍ୟବହାର କରାଯାଇଛି, ଯାହା ୪୮ ର ଭୋଲବୋ ରେଗୁଲେଟେଡ୍‌ ଲିଡ୍‌ ଏସିଡ୍‌ ବ୍ୟାଟେରୀ ଦ୍ୱାରା ଚାଲିଥାଏ। ଏହାଛଡା ଏହି ସ୍କୁଟର 60v ବ୍ୟାଟେରୀ ବିକଳ୍ପ ସହିତ ବଜାରରେ ଉପଲବ୍ଧ ଅଛି। କେବଳ ଏତିକି ନୁହେଁ ଏହାର ବ୍ରେକିଂ ସ୍କୁଟରରେ ମଧ୍ୟ କମ୍ପାନୀ ଖାସ୍‌ ଧ୍ୟାନ ଦେଇଛି।

vehicleଏଥିରେ କମ୍ପାନୀ ଇଲେକଟ୍ରୋନିକ୍‌ ଆସିଷ୍ଟେଡ୍‌ ବ୍ରେକିଂ ସିଷ୍ଟମର ମଧ୍ୟ ବ୍ୟବହାର କରିଛ, ଯାହା ଆପଣଙ୍କୁ ସନ୍ତୁଳିତ ବ୍ରେକିଂ ପ୍ରଦାନ କରିଥାଏ। ଏହାର ଚାର୍ଜିଂ ଟାଇମିଂ ମଧ୍ୟ ଅଲଗା ରହିଛି। ସାମାନ୍ୟ ବ୍ୟାଟେରୀ ବେରିୟଣ୍ଟ ୪ରୁ୫ ଘଣ୍ଟାରେ ଫୁଲ୍‌ ଚାର୍ଜ ହୋଇଥାଏ। ଏହି ସ୍କୁଟରର ଦାମ ରହିଛି ୫୩,୦୦୦ ଟଙ୍କା। ଏହି ସ୍କୁଟରର ବୁକିଂ ଏବଂ ଅଧିକ ସୂଚନା ପାଇଁ ଆପଣ କମ୍ପାନୀର ଅଫିସିଆଲ ୱେବସାଇଟକୁ ଯାଇ ଇନଫରମେସନ୍‌ ପାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.