Below header

କ୍ଷୀର ଛିଡ଼ିଗଲେ ବେକାର ଭାବି ଫିଙ୍ଗିଦିଅନ୍ତୁନି ଏହାର ପାଣି, ଜାଣନ୍ତୁ ଛେନା ପାଣିର ଫାଇଦା

ଧୀରେ ଧୀରେ ଶୀତ କମିବାରେ ଲାଗିଲାଣି। ଖରାଦିନ ଆସିଲେ ସବୁ ଖାଦ୍ୟ ପଦାର୍ଥ ଖରାପ ହୋଇଯାଏ। ଖାସ୍‌ କରି କ୍ଷୀର ଛିଡ଼ିଯାଏ। ଲୋକମାନେ କ୍ଷୀରକୁ ଥଣ୍ଡା କରିବାକୁ ଫ୍ରିଜ୍‌ରେ ରଖୁଥିଲେ ମଧ୍ୟ ଅଧିକ ଗରମ ହେଲେ କ୍ଷୀର ଛିଡ଼ିଯାଏ। କ୍ଷୀର ଛିଡ଼ି ଗଲେ ଲୋକମାନେ ଏଥିରେ ପନିର ତିଆରି କରିଥାନ୍ତି। କିନ୍ତୁ ଏହାର ପାଣିକୁ ବେକାର ଭାବି ଫିଙ୍ଗି ଦେଇଥାନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ କହିବୁ ଛିଡ଼ିଯାଇଥିବା କ୍ଷୀରର ପାଣି ବା ଛେନା ପାଣିର ଔଷଧୀୟ ଗୁଣ ବିଷୟରେ…

ଛେନା ପାଣି ସେବନ କରିବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ।

ଛିଡ଼ା କ୍ଷୀରର ପାଣି ପିଇଲେ ମାଂସପେଶୀ ମଜଭୁତ ହୋଇଥାଏ।

ବ୍ଲଡ ପ୍ରେସରର ସମସ୍ୟା ଥିଲେ ଛେନା ପାଣି ପିଅନ୍ତୁ। ରକ୍ତଚାପ କଣ୍ଟ୍ରୋଲ ହେବ।

କୋଲୋଷ୍ଟ୍ରୋଲ କମ୍‌ କରିବାରେ ଛେନା ପାଣି ବିଶେଷ ସହାୟକ ହୋଇଥାଏ। ଏହାକୁ ପିଇବା ଦ୍ୱାରା ହାର୍ଟ ସମ୍ବନ୍ଧୀୟ ରୋଗ ହୋଇନଥାଏ।

ଛିଡ଼ା କ୍ଷୀରର ପାଣି ଉଭୟ ତ୍ୱଚା ଓ କେଶ ପାଇଁ ଲାଭଦାୟକ ହୋଇଥାଏ। ଏହା କଣ୍ଡିସନର ଭଳି କାମ କରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.