ଏହି କଥାରୁ ଜାଣନ୍ତୁ, ସାଙ୍ଗ ପରିଣତ ହେଉଛନ୍ତି ସାଥିରେ

ପ୍ରତ୍ଯେକ ବ୍ଯକ୍ତି ଜୀବନରେ ଏପରି ଜଣେ କେହି ରହିଥାନ୍ତି ଯିଏ ବହୁତ ଖାସଥାନ୍ତି। ଯାହା ସାମ୍ନାରେ ବିନା କୌଣସ ସଙ୍କୋଚରେ ସେ ସମସ୍ତ କଥା କହିପାରିଥାନ୍ତି। ସେହି ସଂପର୍କକୁ ସାଧାରଣତଃ ସମାଜରେ ବନ୍ଧୁତାର ନାମ ଦିଆଯାଇଥାଏ। ବନ୍ଧୁତା ଏକ ଏପରି ସଂପର୍କ ଯେଉଁଥିରେ ନା କୌଣସି ସ୍ବାର୍ଥ ଦେଖାଯାଏ ନା କୌଣସି ଭିନ୍ନତା। କିନ୍ତୁ ଅନେକ ସମୟରେ କିଛି ସଂପର୍କ ବନ୍ଧୁତାର ଆଗକୁ ବଢ଼ିଯାଇଥାଏ। ଯୁବକ- ଯୁବତୀଙ୍କ ବନ୍ଧୁତା ପରିଣତ ହୋଇଥାଏ ପ୍ରେମରେ। କିଛି ବ୍ଯକ୍ତି ସଂପର୍କର ଏହି ପରିବର୍ତ୍ତନକୁ ଜାଣିପାରିଥିବା ବେଳେ କିଛି ଅଜଣା ରହିଯାଇଥାନ୍ତି। ଆଜି ଆମେ ଆପଣଙ୍କୁ ଏପରି କିଛି ସଂଙ୍କେତ ବିଷୟରେ କହିବାକୁ ଯାଉଛୁ, ଯାହା ଦ୍ବାରା ଆପଣ ବନ୍ଧୁତା ପ୍ରେମରେ ପରିଣତ ହୋଇଛି ବୋଲି ଜାଣିପାରିବେ।
ଇର୍ଷା ଅନୁଭୂତ କରିବା
ଯଦି ଆପଣ ନିଜ ବନ୍ଧୁଙ୍କୁ ପ୍ରେମ କରୁଥାନ୍ତି ତେବେ ନିଶ୍ଚିତ ଭାବେ ଆପଣ ତାଙ୍କୁ ଆଉ କାହା ସହିତ ଦେଖିବା ପସନ୍ଦ କରିବେ ନାହିଁ। ଯଦି ସେ କାହାକୁ ଡେଟ୍ କରନ୍ତି ବା କାହା ସହ ଅଧିକ ମିଶନ୍ତି ତେବେ ଆପଣଙ୍କ ମନକୁ କଷ୍ଟ ଅନୁଭବ ହେବ। ଆପଣ ସବୁବେଳେ ଚାହିଁବେ ବା ଚେଷ୍ଠା କରିବେ ସେ ବନ୍ଧୁ ସବୁବେଳେ ଆପଣଙ୍କ ସହିତ ରୁହନ୍ତୁ ଅଥବା ଆପଣଙ୍କ ଉପରେ ଧ୍ୟାନ ଦିଅନ୍ତୁ।
ନିଜ ଆଡ଼କୁ ଧ୍ୟାନ ଆକର୍ଷିତ କରିବା
ଆପଣ ସମସ୍ତ କ୍ଷେତ୍ରରେ ବନ୍ଧୁଙ୍କ ଜୀବନରେ ନିଜର ପ୍ରାଥମିକତା ଅନୁଭବ କରିବେ। ଯଦି କେଉଁ ସ୍ଥାନକୁ ଯାଉଛନ୍ତି ତେବେ ଆପଣ ସେହି ବନ୍ଧୁଙ୍କ ସହ ଯିବାକୁ ପସନ୍ଦ କରିବେ।
ତାଙ୍କ ସହିତ ସମୟ ବିତାଇବା
ଯଦି ଆପଣଙ୍କ ବନ୍ଧୁ କେଉଁଠିକୁ ଯିବା ପାଇଁ କହୁଛନ୍ତି ତେବେ ତୁରନ୍ତ ହଁ କହିବା। ବନ୍ଧୁଙ୍କ ସହ ସମୟ ବିତାଇବାକୁ ବାହାନା ଖୋଜିବା। ଯଦି ସେହି ବନ୍ଧୁଙ୍କ ସହ ସମୟ ବିତାଇବାକୁ ସମୟ ମିଳେ ତେବେ ସମସ୍ତ କାମକୁ ପଛରେ ପକାଇ ତାଙ୍କୁ ପ୍ରାଧାନ୍ଯ ଦେବା। ଖାଲି ତାହା ନୁହଁ ସେ ଜରୁରୀ ହେବ କି ନାହିଁ କିନ୍ତୁ ବନ୍ଧୁଙ୍କ ସମସ୍ତ କଥାର ଧ୍ୟାନ ରଖିବା।
ଯଦି ଏପରି କିଛି ଭାବନା ଆପଣଙ୍କ ମନରେ ମଧ୍ୟ ବନ୍ଧୁଙ୍କ ପାଇଁ ରହିଛି। ତେବେ ତାହା ବନ୍ଧୁତା ନୁହଁ ପ୍ରେମ ବୋଲି ଜାଣିରଖନ୍ତୁ ।