ଆଜି ଭାଦ୍ରପଦା ପୂର୍ଣ୍ଣିମା ତିଥି, ଏଭଳି କିଛି ଉପାୟ କଲେ ଦୁର୍ଭାଗ୍ୟ ଦୂର ହେବ, ଧନ ଲାଭ ହେବ

ଆଜି ସୋମବତି ପୂର୍ଣ୍ଣିମା । ଭାଦ୍ରପଦା ପୂର୍ଣ୍ଣିମା ତିଥି। ଏହି ଦିନ ଆରମ୍ଭ ହୁଏ ଶ୍ରାଦ୍ଧ ପକ୍ଷ । ଦିନଟି ବହୁତ ଶୁଭ ଫଳ ଦେଇଥାଏ । ଦୁର୍ଭାଗ୍ୟ ଦୂର ହୁଏ । ତେବେ ସେଥିପାଇଁ କିଛି ଉପାୟ ମଧ୍ୟ କରିବାକୁ ହେବ ।

୧- ପୂର୍ଣ୍ଣିମା ଦିନ ଭୋରରୁ ନଦୀରେ ସ୍ନାନ କରି ଦାନ ଆଦି କରନ୍ତୁ ।

୨- ସନ୍ଧ୍ୟାରେ ଓସ୍ତ ଗଛ ମୂଳରେ ଶୁଦ୍ଧ ଗାଈ ଘିଅର ଦୀପ ଜାଳନ୍ତୁ । ଏଥିରେ ମା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ।

୩- ପୂର୍ଣ୍ଣିମା ଦିନର ଅଧିପତି ହେଉଛନ୍ତି ଚନ୍ଦ୍ର । ତେଣୁ ଏହି ଦିନ ଚନ୍ଦ୍ରଙ୍କୁ ପୂଜା କରାଯାଏ । ସନ୍ଧ୍ୟାରେ ଚନ୍ଦ୍ରଙ୍କୁ ପୂଜା କରି ଖିରି ଭୋଗ ଲଗାନ୍ତୁ । ଶୁଭ ଫଳ ମିଳିବ ।

୪-ଶିବଙ୍କ ମସ୍ତକରେ ଚନ୍ଦ୍ର ବିରାଜମାନ କରନ୍ତି । ତେଣୁ ଏହି ଦିନ ଶିବ ଲିଙ୍ଗଙ୍କୁ ଶୁଦ୍ଧ ଗାଈ କ୍ଷୀରରେ ଅଭିଷେକ କରନ୍ତୁ । ସୌଭାଗ୍ୟ ପ୍ରାପ୍ତି ଓ ଧନ ଲାଭ ହେବ ।

୫-ଏହି ଦିନ ମହାଲକ୍ଷ୍ମୀଙ୍କ ଯନ୍ତ୍ରକୁ ପୂଜା କରି ନିଜ ଠାକୁର ଘରେ ରଖି ଦୈନିକ ପୂଜା କଲେ ଧନଲାଭ ହୋଇଥାଏ ।

୬- ପୂର୍ଣ୍ଣିମା ତିଥିରେ ସତ୍ୟନାରାୟଣ କିମ୍ବା ବିଷ୍ଣ ୁଙ୍କ ପୂଜା କଲେ ମନୋକାମନା ପୂରଣ ହୁଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.