ସକାଳୁ ଖାଲିପେଟରେ ଘିଅ ସହିତ ଖାଆନ୍ତୁ ଗୋଲମରିଚ, ମିଳିବ ଜବରଦସ୍ତ ଫାଇଦା
ଘିଅ ଏବଂ ଗୋଲମରିଚ ଖାଇବା ଦ୍ୱାରା ଜବରଦସ୍ତ ଫାଇଦା ମିଳିଥାଏ। କିନ୍ତୁ ଏହି ଦୁଇଟି ଜିନିଷକୁ ଏକାଠି କରିବା ଖାଇବା ଦ୍ୱାରା ଡବଲ ଫାଇଦା ମିଳିଥାଏ। ସକାଳୁ ଖାଲିପେଟରେ ଆପଣ ଯଦି ଦୁଇଟି ଯାକ ଜିନିଷ ମିଶାଇ ଖାଇବେ, ତେବେ ଏହାର ଜବରଦସ୍ତ ଫାଇଦା ମିଳିବ। ଏବେ ଶୀତଦିନ ଏବଂ କରୋନା ଯୋଗୁଁ ସମସ୍ତେ ସତର୍କ ରହୁଛନ୍ତି। ଏପରି ସ୍ଥିତିରେ ଘିଅ ସହିତ ଗୋଲମରିଚ ଖାଇବା ରାମବାଣ ହୋଇଥାଏ। ଯଦି ଆପଣଙ୍କ କାଶ ହେଉଛି, ତେବେ ଘିଅ ସହିତ ଗୋଲମରିଚ ଖାଇପାରିବେ।
କୌଣସି ଲୋକ ସମୟ ପୂର୍ବରୁ ବୁଢା ଦେଖାଯିବାର ପ୍ରଥମ କାରଣ ଫ୍ରି ରାଡିକିଲ୍ସ ହୋଇଥାଏ। ଯାହା ସ୍କିନ ସେଲ୍ସକୁ ଡ୍ଯାମେଜ କରିଦିଏ। କିନ୍ତୁ ଯଦି ଆପଣ ଗୋଲମରିଚ ପାଣି ପିଇବା ଆରମ୍ଭ କରିଦିଅନ୍ତି, ତେବେ ଏଥିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଫ୍ରି ରାଡିକିଲ୍ସର ଡ୍ଯାମେଜ ପ୍ରଭାବକୁ ପରିବର୍ତ୍ତନ କରିଦିଏ। ଯାହାଦ୍ବାରା ଆପଣଙ୍କ ସ୍କିନ ଗ୍ଲୋ କରିବାକୁ ଲାଗିଥାଏ। ଏକ୍ସପର୍ଟଙ୍କ ମୁତାବକ, ନ୍ଯାଚୁରାଲ ଉପାୟରେ ୟଙ୍ଗର ଲୁକ୍ ପାଇବା ପାଇଁ ଗୋଲମରିଚ ପାଣି ବେଶ ଫାଇଦାଯୁକ୍ତ।
ଗୋଲମରିଚରେ ଏପରି ତତ୍ତ୍ବ ରହିଛି, ଯାହା ଆପଣଙ୍କ ବ୍ରେନକୁ ଡିଜେନେରେଟ ହେବାରୁ ବଞ୍ଚାଇଥାଏ। ଗୋଲମରିଚ ପାଣି ପିଇବା ଦ୍ବାରା ଆପଣଙ୍କ ବ୍ରେନ ଭଲ ଭାବେ କାମ କରିଥାଏ। ଯେଉଁ ଲୋକଙ୍କୁ ପାର୍କିନସନ୍ସ ଏବଂ ଅଲଜାଇମର ରୋଗ ରହିଥାଏ, ସେମାନେ ଗୋଲମରିଚ ପାଣି ପିଇବା ଉଚିତ।
ବ୍ଲଡ ସୁଗାରକୁଣ୍ଟ୍ରୋଲରେ ରଖିବା ପାଇଁ ଗୋଲମରିଚ ଖାଇବା ଉଚିତ। ଗୋଲମରିଚ ବ୍ଲଡ ସୁଗାର ଳେବଲକୁ କଣ୍ଟ୍ରୋଲ କରିଥାଏ। ହାର୍ଟକୁ ସୁସ୍ଥ ରଖିବା ପାଇଁ ଗୋଲମରିଚ ପାଣି ପିଇବା ଉଚିତ।
ସୁସ୍ଥ ଜୀବନଶୈଳୀ ପାଇଁ ନିୟମିତ ବ୍ୟାୟାମ ଏବଂ ହେଲଦି ଡାଏଟ ସହିତ ଘିଅ ଏବଂ ଗୋଲମରିଚ ଗୁଣ୍ଡ ଆପଣ ଖାଇପାରିବେ। ତେବେ ଏହାକୁ ଖାଇବା ଦ୍ୱାରା କ’ଣ ଲାଭ ମିଳିଥାଏ, ତାହା ଜାଣନ୍ତୁ…
– ଗୋଲମରିଚ ଏବଂ ଘିଅକୁ ମିଶାଇ ଖାଇଲେ ଇମ୍ୟୁନ ସିଷ୍ଟମ ମଜବୁତ ହୋଇଥାଏ। ଯାହା କରୋନା କାଳରେ ପ୍ରତିଦିନ ଖାଇବା ଉଚିତ।
– ଯଦି ଆପଣଙ୍କ ଶରୀରରେ କୌଣସି ପ୍ରକାରର ପୁରୁଣା ରୋଗ, ଯେପରିକି ଗଣ୍ଠି ଯନ୍ତ୍ରଣା, କ୍ୟାନସର, ଡାଇବେଟିଜ, ବେକ ଯନ୍ତ୍ରଣା ଇତ୍ୟାଦି ରହିଥାଏ। ତେବେ ଆପଣ ଘିଅ ସହିତ ଗୋଲମରିଚ ପକାଇ ଖାପାରିବେ।
– ଆପଣଙ୍କ ମସ୍ତିଷ୍କକୁ ସୁସ୍ଥ ରଖିବା ପାଇଁ ଘିଅ ସହିତ ଗୋଲମରିଚ କାଆନ୍ତୁ। ଏହାଦ୍ୱାରା ସ୍ମରଣ ଶକ୍ତି ବଢିବ ଏବଂ କାର୍ଯ୍ୟ ଉପରେ ଫୋକସ ରହିବ। ତେଣୁ ସବୁବେଳେ ଚେଷ୍ଟା କରିବେ କି, ଖାଲି ପେଟରେ ନିଶ୍ଚିତ ଖାଆନ୍ତୁ।
– ସାଧାରଣତଃ ଆପଣ ଶୁଣିଥିବେ କି ପନିପରିବା ଖାଇବା ଦ୍ୱାରା ଦୃଷ୍ଟି ଶକ୍ତି ବଢିଥାଏ। କିନ୍ତୁ ଆପଣ ଯଦି ଘରେ ସକାଳୁ ଘିଅ ସହିତ ଗୋଲମରିଚ ଖାଇବେ ତେବେ ଆଖି ପାଇଁ ଭଲ ରହିବ।