ନଦୀ ପାଣିକୁ ଡେଇଁ ପଡିଲେ କଂଗ୍ରେସ ନେତ୍ରୀ, ହେଲେ ବଞ୍ଚିଗଲେ

ଗତ ଗୁରୁବାର ଠାରୁ ମହିଳା କଂଗ୍ରେସ ଉପାଧ୍ୟକ୍ଷ ନୁରୀ ଖାନ ଜଳ ସତ୍ୟାଗ୍ରହ ଆରମ୍ଭ କରିଛନ୍ତି । ଏମିତିକି ଅଧିକାରୀଙ୍କ କହିବା ପରେ ବି କୌଣସି କଥା ମାନିବାକୁ ରାଜିନଥିଲେ ଏହି ନେତ୍ରୀ ଜଣକ । ହେଲେ ଆଶ୍ଚର୍ଯ୍ୟର କଥା ନୁରୀ ଖାନ ଜୀବନ ଦେବା ପାଇଁ ଗଭୀର ପାଣିରେ ଡେଇଁ ପଡିଥିଲେ । ସେହି କ୍ଷଣି ସଂଗେ ସଂଗେ କାର୍ଯ୍ୟକର୍ତ୍ତାମାନେ ପହଞ୍ଚି ତାଙ୍କୁ ହସ୍ପିଟାଲ ନେଇଯାଇଥିଲେ । ଯାହାଫଳରେ ତାଙ୍କ ଜୀବନ ବଞ୍ଚିଯାଇଛି ।

ସିପ୍ରା ନଦୀର ସ୍ୱଚ୍ଛତା ଦାବୀରେ ନେତ୍ରୀ ଜଣକ ସତ୍ୟାଗ୍ରହ ଆରମ୍ଭ କରିଛନ୍ତି । ରାମଘାଟଠାରେ ଓହ୍ଲେଇ ସିପ୍ରାନଦୀରେ ଜଳ ସତ୍ୟାଗ୍ରହ ପାଇଁ ଆସିବା ପରେ ଏହି ଅଭିଯୋଗ ଲଗାଇଥିଲେ କି ଗତ ୨୦ବର୍ଷ ଧରି ସରକାର ସିପ୍ରାକୁ ସଫା ଓ ପ୍ରବାହମାନ ରଖିବା ପାଇଁ ୬୦୦କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଏହା ପରେ ବି ନଦୀରେ ଦୂଷିତ ପାଣି ରହୁଛି । ଅପରିଷ୍କାର ଜଳରେ ପୂର୍ଣ୍ଣ ହୋଇଯାଉଛି ପୂରା ନଦୀ । ତାଙ୍କର କହିବା କଥା କି ସରକାର ସିପ୍ରାର ରକ୍ଷଣାବେକ୍ଷଣକୁ ନେଇ ନଟଙ୍କି କରୁଛନ୍ତି । ଖରାପ ପାଣି ରାମଘାଟ ଯାଏଁ ପହଞ୍ଚିଲାଣି । କେହି ବି ନଦୀରେ ସ୍ନାନ କରିପାରୁନାହାନ୍ତି । ନଦୀ ନାଁରେ ଏପର୍ଯ୍ୟନ୍ତ କୋଟି କୋଟି ଖର୍ଚ୍ଚ ହୋଇସାରିଲାଣି ହେଲେ ୧୬ଟି ନଳାରୁ ଆସୁଥିବା ପାଣିକୁ ରୋକା ଯାଇପାରୁନଥିବା ସେ କହିଛନ୍ତି ।

ଡାଏଭର୍ସନ ନାମରେ କୋଟି କୋଟି ହଡପ ହେଉଛି, ଭ୍ରଷ୍ଟାଚାର କରାଯାଉଛି । ସେ କହିଛନ୍ତି କି ନଦୀକୁ ସଫା କରିବା ପାଇଁ ଯେଉଁ ଆନ୍ଦୋଳନରେ ସେ ଯୋଗ ଦେଇଛନ୍ତି ତାହା ଜାରି ରହିବ । ଆଉ ଏହା ମଧ୍ୟରେ ଯଦି ମୋର କିଛି ହେଉଛି ତେବେ ସ୍ଥାନୀୟ ପ୍ରଶାସନ ଓ ସରକାର ଏଥିପାଇଁ ଦାୟୀ ରହିବେ । ସେପଟେ ପ୍ରଶାସନିକ ଅଧିକାରୀ ନୁରୀ ଖାନଙ୍କୁ ବୁଝାସୁଝା ପାଇଁ ଯାଇଥିଲେ ସୁଦ୍ଧା ସେ କାହା କଥା ଶୁଣିନାହାନ୍ତି ବରଂ ଗଭୀର ପାଣିକୁ ଡେଇଁ ପଡିଥିଲେ ସେ । ଯାହା ଫଳରେ କାର୍ଯ୍ୟକର୍ତ୍ତାମାନେ ତାଙ୍କୁ ଉଦ୍ଧାର କରି ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରିଥିଲେ ଆଉ ତାଙ୍କର ଜୀବନ ବଞ୍ଚିଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.