iPhone 13 ଉପରେ ମିଳୁଛି ଏବେ ପର୍ଯ୍ୟନ୍ତର ସବୁଠୁ ବଡ ଡିସକାଉଣ୍ଟ, ଏପରି ଉଠାନ୍ତୁ ଅଫରର ଲାଭ

ଫ୍ଲିପକାର୍ଟରେ ବିଗ ସେଭିିଙ୍ଗ୍‌ ଡେଜ୍‌ ସେଲ ଏବେ ଲାଇଭ ରହିଛି। ଜାନୁୟାରୀ ୨୨ ଏହି ଅଫରର ଶେଷ ଦିନ। ଫ୍ଲିପକାର୍ଟ ସେଲରେ ସ୍ମାର୍ଟଫୋନ, ସ୍ମାର୍ଟ ଟିଭି ଏବଂ ଅନେକ ପ୍ରଡକ୍ଟ୍ସ ଉପରେ ମଧ୍ୟ ଧମାକେଦାର ଡିସକାଉଣ୍ଟ ମିଳୁଛି। କିନ୍ତୁ ସେହିପରି କିଛି ପ୍ରଡକ୍ଟ ଏମିତି ରହିଛି, ଯାହାର ସେଲକୁ ଲିଷ୍ଟେଡ କରାଯାଇନାହିଁ। iPhone 13 ସିରିଜ ନିକଟରେ ଲଞ୍ଚ୍‌ କରାଯାଇଛି, କିନ୍ତୁ ସେଲରେ ଏହାକୁ ଲିଷ୍ଟେଡ କରାଯାଇନାହିଁ। ତଥାପି ଆପଣଙ୍କୁ ଏହାକୁ କିଣିବାରେ ଡିସକାଉଣ୍ଟ ମିଳିବ। iPhone 13 128GB ଭେରିୟଣ୍ଟରେ ବ୍ୟାଙ୍କ ଏବଂ ଏକ୍ସଚେଞ୍ଜ ଅଫର ରହିଛି। ଯେଉଁଥିରେ ଫୋନର ଦାମ୍‌ କମ୍‌ ହୋଇଯିବ। ୭୯,୯୦୦ ଟଙ୍କାର ଏହି ଫୋନକୁ ଆପଣ ୫୭,୪୫୫ ଟଙ୍କାରେ କିଣିପାରିବେ।

iPhone 13 ଅଫର୍ସ ଏବଂ ଡିସକାଉଣ୍ଟସ୍‌

ସିରିଜକୁ ଆପଲ ଗତ ବର୍ଷ ସେପ୍ଟେମ୍ବରରେ ଲଞ୍ଚ କରିଥିଲା ଲଞ୍ଚ୍‌ ହେବା ପରେ ହିଁ ଲୋକମାନେ ଏହି ଫୋନକୁ ଖୁବ୍‌ ପସନ୍ଦ କଲେ। ବର୍ଷ ଶେଷରେ ଏହି ଫୋନର ରେକଡ ତୋଡ ବିକ୍ରି ହୋଇଛି। ଫ୍ଲିପକାର୍ଟରେ iPhone 13 128GB ଭେରିୟଣ୍ଟରେ ବ୍ୟାଙ୍କ ଏବଂ ଏକ୍ସଚେଞ୍ଜ ଅଫର ଜରିଆରେ ଏହାର ଦାମକୁ ବହୁତ କମ୍‌ କରାଯାଇହେବ।

iPhone 13 ବ୍ୟାଙ୍କ ଅଫର୍ସ

କୁ କିଣିବା ପାଇଁ ଯଦି ଆପଣ ର କ୍ରେଡିଟ କାର୍ଡରେ ପେମେଣ୍ଟ କରିବେ ତାହେଲେ ଆପଣଙ୍କୁ ୫% ଡିସକାଉଣ୍ଟ ମିଳିବ। ଅର୍ଥାତ ଫୋନ ଉପରେ ଆପଣଙ୍କୁ ୩,୯୯୫ ଟଙ୍କାର ରିହାତି ମିଳିବ। ଫୋନର ଦାମ୍‌ ୭୫,୯୯୫ ଟଙ୍କା ହୋଇଯିବ। ଏହାପରେ ଏକ୍ସଚେଞ୍ଜ ଅଫର ମଧ୍ୟ ରହିଛି।

iPhone 13 ଏକ୍ସଚେଞ୍ଜ ଅଫର୍ସ

ଆଇଫୋନ ୧୩ ଉପରେ ୧୮,୪୫୦ ଟଙ୍କାର ଏକ୍ସଚେଞ୍ଜ ଅଫର ମିଳୁଛି। ଯଦି ଆପଣ ପୁରୁଣା ସ୍ମାର୍ଟଫୋନ୍‌ ଏକ୍ସଚେଞ୍ଜ କରୁଛନ୍ତି ତାହେଲେ ଆପଣ ଅତିରିକ୍ତ ଛାଡ ପାଇପାରିବେ। ୧୮,୪୫୦ ଟଙ୍କାର ଏକ୍ସଚେଞ୍ଜ ଅଫ ଆପଣଙ୍କୁ ସେତେବେଳେ ମିଳିବ, ଯେତେବେଳେ ଫୋନର କଣ୍ଡିସନ୍‌ ଭଲ ଥିବ ଏବଂ ମଡେଲ ଲାଟେଷ୍ଟ ଥିବ। ଯଦି ଆପଣ ପୂରା ଅଫ୍‌ ପାଇବାରେ ସଫଳ ହେଉଛନ୍ତି ତାହେଲେ ଆଇଫୋନ୍‌ ୧୩କୁ ଆପଣ ମାତ୍ର ୫୭,୪୫୫ ଟଙ୍କାରେ କିଣିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.