ୟୁରିନ ଟେଷ୍ଟରୁ ବି ଜଣାପଡିବ ଏହି ବଡ ରୋଗ, ବୈଜ୍ଞାନିକ କଲେ ବଡ ଖୁଲାସା

ବୈଜ୍ଞାନିକମାନେ ଅନେକ ସମୟରେ ବିଭିନ୍ନ ପ୍ରକାର ଜିନିଷକୁ ନେଇ ଗବେଷଣା କରନ୍ତି। କେତେବେଳେ କୌଣସି ବସ୍ତୁ ନେଇ ରିସର୍ଚ୍ଚ କରନ୍ତି ତ ଆଉ କେତେବେଳେ ମାନବ ଶରୀରର କିଛି ଜିନିଷକୁ ନେଇ ଅନୁଧ୍ୟାନ କରନ୍ତି । କିନ୍ତୁ ଏହାରି ମଧ୍ୟରେ ବୈଜ୍ଞାନିକମାନେ ମାନବ ଶରୀରର ମୂତ୍ରକୁ ନେଇ ଏକ ଗବେଶଣା କରିଥିଲେ । ଯେଉଁଥିରୁ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସମ୍ନାକୁ ଆସିଛି । ଯାହାଦ୍ୱାରା ଏକ ବଡ ରୋଗ ବିଷୟରେ ମଧ୍ୟ ସୂଚନା ମିଳିଛି ।

ଷ୍ଟଡିରେ ମିଳିଥିବା ସୂଚନା ଅନୁଯାୟୀ, ବୈଜ୍ଞାନିକମନେ ମାନବ ୟୁରିନରେ ଏକ ପ୍ରମୁଖ ମେମ୍ବରେନ୍ ପ୍ରୋଟିନକୁ ଚିହ୍ନଟ କରିବା ପାଇଁ ବହୁତ ଗୁରୁତ୍ୱପୂଣ୍ଣ ଏବଂ ନୂଆ ଉପକରଣର ବ୍ୟବହାର କରିଛନ୍ତି । ଯାହାଦ୍ୱାରା କୌଣସି ରୋଗୀ କିମ୍ବା ବ୍ୟକ୍ତିକୁ ବ୍ରେନ ଟ୍ୟୁମର ରୋଗ ଅଛି କି ନାହିଁ ତାହା ଜଣାପଡିବ । ତେବେ ମେମ୍ବରେନ୍ ପ୍ରୋଟିନ୍ ଏପରି ଏକ ପ୍ରୋଟିନ୍ ଯାହା ବାୟୋମେମ୍ବରେନ୍ ଗଠନ କରେ କିମ୍ବା ବାୟୋମେମ୍ବରେନ ଗୁଡିକୁ ବାନ୍ଧିବା ଏବଂ ଅତିକ୍ରମ କରିବାରେ ସାହାଯ୍ୟ କରେ ।

ବ୍ରେନ୍ ଟ୍ୟୁମରକୁ ଚିହ୍ନଟ କରିବା ପାଇଁ ବ୍ୟବହୃତ ଏକ ପ୍ରୋଟିନ୍ ଟ୍ୟୁମର ଖୋଜିବା ପାଇଁ ଆବଶ୍ୟକ ଆକ୍ରମଣକାରୀ ପରୀକ୍ଷଣର ହ୍ରାସ କରିପାରେ ଏବଂ ଟ୍ୟୁମର ପ୍ରାରମ୍ଭିକ ଅବସ୍ଥାକୁ ଚିହ୍ନଟ କରିବାର ସମ୍ଭାବନାକୁ ବଢାଇପାରେ । ଯାହାଦ୍ୱାରା ଏହି ଟ୍ୟୁମରକୁ ସର୍ଜରୀ କରି ବାହାର କରାଯାଇହେବ ।

urine1ଷ୍ଟଡିରେ କୁହାଯାଇଛି ଯେ ଜାପାନର ନଗୋୟା ବିଶ୍ୱବିଦ୍ୟାଳୟର ଏହି ଅନୁସନ୍ଧାନ ଦ୍ୱାରା ଅନ୍ୟପ୍ରକାରର କ୍ୟାନ୍ସରକୁ ଚିହ୍ନଟ କରିବା ପାଇଁ ଏହା ପ୍ରଭାବଶାଳୀ ହେବ । ଏହି ଷ୍ଟଡି ପତ୍ରିକା ‘ଏସିଏସ ନେନୋ’ରେ ପ୍ରକାଶିତ ହୋଇଛି ।

ବର୍ତ୍ତମାନ ସମୟରେ, ଅନେକ ପ୍ରକାରର କର୍କଟ ରୋଗକୁ ଶୀଘ୍ର ଚିହ୍ନଟ ହେତୁ କର୍କଟ ରୋଗୀଙ୍କ ବଞ୍ଚିବାର ସମ୍ଭାବନା ବୃଦ୍ଧି ପାଇଛି । ଅବଶ୍ୟ, ଗତ ୨୦ ବର୍ଷ ମଧ୍ୟରେ ବ୍ରେନ୍ ଟ୍ୟୁମର ଥିବା ଲୋକଙ୍କ ବଞ୍ଚିବାର ହାରରେ କୌଣସି ପରିବର୍ତ୍ତନ ଆସିନାହିଁ। କାରଣ ବ୍ରେନ୍ ଟ୍ୟୁମରର ଲକ୍ଷଣ ବହୁତ ବିଳମ୍ବରେ ଜଣାପଡେ । ଯାହାଫଳରେ ଜଣେ ରୋଗିକୁ ବଞ୍ଚାଇବା ସମ୍ଭବ ହୋଇପାରେ ନାହିଁ ।

ଷ୍ଟଡି ଅନୁଯାୟୀ, ମସ୍ତିଷ୍କ ଟ୍ୟୁମରରେ ପୀଡିତ ବ୍ୟକ୍ତିଙ୍କ ସମ୍ଭାବ୍ୟ ସୂଚକ ହେଉଛି ସେମାନଙ୍କ ମୂତ୍ରରେ ଟ୍ୟୁମର ସମ୍ବନ୍ଧୀୟ ଏକ୍ସଟ୍ରାସେଲୁଲାର ଭେସିକଲ୍ସ (ଇଭି) ର ଉପସ୍ଥିତି। ଏଥିରେ କୁହାଯାଇଛି ଯେ ଇଭି ସୂକ୍ଷ୍ମ ଆକାରର କୋଷିକା ହୋଇଥାଏ ଯାହା କୋଷିକା ରୁ କୋଷିକା ମଧ୍ୟରେ ସଞ୍ଚାର ସମେତ ଅନେଅକ କାର୍ଯ୍ୟରେ ସାମିଲ ହୋଇଥାଏ । କାହିଁକିନା ବ୍ରେନ୍‌ କ୍ୟାନ୍ସରରେ ପୀଡିତ ରୋଗୀଙ୍କ ଠାରେ ମିଳୁଥିବା ଏହି ଇଭିରେ ବିଶେଷ ପ୍ରକାରର RNA ଏବଂ ଝିଲ୍ଲୀ ପ୍ରୋଟିନ୍ ଥାଏ, ସେଗୁଡିକ କର୍କଟ ଚିହ୍ନଟ ପାଇଁ ବ୍ୟବହୃତ ହୋଇପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.