କ୍ୟାନ୍‌ସର ରୋଗୀ ଆଦୌ ଖାଆନ୍ତୁନି ଏସବୁ ଖାଦ୍ୟ, ଶରୀର ଉପରେ ପଡ଼ିପାରେ କୁପ୍ରଭାବ

କ୍ୟାନ୍‌ସର ଭଳି ଭୟଙ୍କର ରୋଗର ନାଁ ଶୁଣିବା ମାତ୍ରେ ଆମ ମନରେ ଭୟ ଜାତ ହୁଏ। ଏହି ରୋଗର ନିଦାନ ଏବେ ଯାଏଁ ବାହାରି ନଥିବାରୁ କ୍ୟାନ୍‌ସରରେ ସବୁଠୁ ଅଧିକ ଲୋକଙ୍କ ମୃତ୍ୟୁ ଘଟୁଛି। କ୍ୟାନ୍‌ସର ରୋଗୀଙ୍କୁ ଲାଇଫ୍‌ଷ୍ଟାଇଲ ସହ ନିଜ ଖାଦ୍ୟପେୟର ମଧ୍ୟ ବିଶେଷ ଯତ୍ନ ନେବାକୁ ପଡ଼ିଥାଏ। ସ୍ୱାମୀ ରାମଦେବଙ୍କ ମୁତାବକ, କ୍ୟାନ୍‌ସର ରୋଗୀଙ୍କ ପାଇଁ କେତେକ ଖାଦ୍ୟ ଖାଇବା ମନା ହୋଇଥାଏ। ଏହା ଦ୍ୱାରା ରୋଗ କମିବା ବଦଳରେ ଆହୁରି ବଢ଼େ। ତେବେ ଆସନ୍ତୁ ଜାଣିବା କ୍ୟାନ୍‌ସର ରୋଗୀଙ୍କୁ କେଉଁ କେଉଁ ଖାଦ୍ୟ ଖାଇବା ମନା…

cancer2

  • କ୍ୟାନ୍‌ସରରେ ପୀଡ଼ିତ ହୋଇଥିଲେ ମଟର, ଚଣା, ହରଡ଼, ରାଜମା, କାବୁଲି ବୁଟ ଆଦି ସେବନ କରିବା ମନା।
  • ଏଥିସହ ପରିବା ମଧ୍ୟରେ ବାଇଗଣ ଓ ପଣସ ଖାଇବାକୁ ବାରଣ କରାଯାଇଛି।
  • ଏଥିସହ ତେଲ ଛଣା, ଦହି, ଖଟା ଜାତୀୟ ଖାଦ୍ୟ ଖାଇବା ମନା।
  • ସେହିପରି ମସଲାଯୁକ୍ତ ଖାଦ୍ୟ, ଆମିଷ, ଆମିଷ ସୁପ୍‌ ଆଦି ମଧ୍ୟ ଖାଇବାକୁ ମନା କରାଯାଇଛି।
  • ଏଥିସହ ଆଲକହଲ, ଡାଏରୀ ପ୍ରଡକ୍ଟ, ଫାଷ୍ଟଫୁଡ୍‌, କୋଲ୍ଡ ଡ୍ରିଙ୍କ୍‌ ସେବନ କରିବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.