ଓଃ କି ଥଣ୍ଡା! ଅଣ୍ଡା ଭାଙ୍ଗିବା ପରେ ଆମଲେଟ୍‌ ହେବ କ’ଣ, କେମିତି ଜମିଗଲା ଦେଖନ୍ତୁ

ଭାରତ ସମେତ ପୂରା ଦୁନିଆରେ ଏବେ ଶୀତର ଲହରୀ ଜାରି ରହିଛି। ଯେଉଁମାନେ ଶୀତରୁ ରକ୍ଷା ପାଇବାକୁ ଗାଧୋଉନାହାନ୍ତି ଏହି ଖବର ଜାଣିଲେ ସେମାନେ ଡରିଯିବେ ନିଶ୍ଚୟ। କାରଣ ସୋସିଆଲ ମିଡିଆରେ ମାଇନସ୍‌ ୪୫ ଡିଗ୍ରୀ ସେଲସିୟସ୍‌ରେ ଲୋକଙ୍କର କିଭଳି ଅବସ୍ଥା ହେଉଛି ତାହାର ଫଟୋ ଭାଇରାଲ ହେଉଛି, ଯାହାକୁ ଦେଖିଲେ କେଉଁ ପରିମାଣର ଶୀତ ହେଉଛି ତାହା ଆପଣ ବୁଝିଯିବେ।

ଦେଖନ୍ତୁ ଫଟୋ:


ଫଟୋକୁ ଟ୍ଵିଟରରେ ଓଲେଗ୍‌ ନାମକ ଆକାଉଣ୍ଟରୁ ସେୟାର କରାଯାଇଛି। ଫଟୋରେ ଦେଖାଯାଇଛି, -୪୫ ଡିଗ୍ରୀ ସେଲ୍‌ସିୟସ୍‌ରେ କିଭଳି ଅଣ୍ଡା ଓ ମ୍ୟାଗି ଜମିଯାଇଛନ୍ତି। ଫଟୋରେ ଏକ ଅଣ୍ଡାକୁ ଆମଲେଟ୍‌ କରିବାକୁ ନେବା ବେଳକୁ ତାହା ଜମିଯାଇଛି। ସେଭଳି ନୁଡଲ୍ସକୁ ଚାମଚରେ ଖାଇବାକୁ ଉଠାଇବା ବେଳେ ତାହା ଜମିଯାଇଥିବା ଦେଖାଯାଇଛି।

ଏହି ଫଟୋ ସର୍ବିଆର ବୋଲି କୁହାଯାଉଛି। ଶୀତଦିନେ ସେଠାକାର ତାପମାତ୍ରା ମାଇନସ୍‌ ୫୦ ଡିଗ୍ରୀ ଯାଏଁ ତଳକୁ ଖସିଯାଏ। କେତେକ ସୈନ୍ୟବାହିନୀର ପୋଷ୍ଟରେ ତାପମାତ୍ରା ମାଇନସ୍‌ ୭୫ ଡିଗ୍ରୀ ଯାଏଁ ଖସିଯାଏ।

ତେବେ ସୋସିଆଲ ମିଡିଆରେ ଏହି ପୋଷ୍ଟ ଭାଇରାଲ ହେବା ପରେ ଲୋକମାନେ ମଜାଳିଆ କମେଣ୍ଟ କରୁଛନ୍ତି। ଜଣେ ୟୁଜର ଲେଖିଛନ୍ତି- ଡିଅର ଓଲେଗ୍‌, ଆମର ଏଠି ମୁମ୍ବାଇରେ ଦୁଇ ଦିନ ହେବ ୨୧ ଡିଗ୍ରୀ ସେଲ୍‌ସିୟମ୍‌ ତାପମାତ୍ରା ଅଛି। ତୁମ ସ୍ଥାନର ତାପମାତ୍ରା ଆମେ କଳ୍ପନା ବି କରିପାରୁନୁ। ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି- ଏଠାରେ ଆମର ସକାଳେ ୧୭ ଡିଗ୍ରୀ ଥିଲା ଓ ଆମେ ଗାଧୋଇବା ସ୍କିପ୍‌ କରିଦେଲୁ।

You might also like