ଷ୍ଟଡିରେ ହେଲା ବଡ ଖୁଲାସା, ୧୦୦ ରୁ ୯୦ ମହିଳାଙ୍କୁ ପସନ୍ଦ ହୋଇଥାନ୍ତି ଏମିତି ପୁରୁଷ

କୌଣସି ବି ପୁଅକୁ ବିବାହ କରିବା ପୂର୍ବରୁ କିମ୍ବା ରିଲେସନସିପରେ ଆସିବା ପୂର୍ବରୁ ସବୁ ଝିଅ ପୁଅମାନଙ୍କ ଠାରେ ଅନେକ ଖାସିୟତ୍‌ ଖୋଜିଥାନ୍ତି। ସବୁ ଝିଅମାନେ ଚାହାଁନ୍ତି ତାଙ୍କ ପାର୍ଟନରଙ୍କ ସ୍ୱଭାବ ଭଲ ହୋଇଥାଉ ଏବଂ ବହୁତ କେୟାରିଙ୍ଗ୍‌ ବି ହୋଇଥାନ୍ତୁ। କିନ୍ତୁ ଏହିସବୁ ଜିନିଷ ବ୍ୟତୀତ ଝିଅମାନେ ପାର୍ଟନରଙ୍କ ହାଇଟ୍‌ ଏବଂ ପର୍ସନାଲିଟୀ ଉପରେ ମଧ୍ୟ ବହୁତ ଧ୍ୟାନ ଦେଇଥାନ୍ତି।

ନିକଟରେ ଏକ ଷ୍ଟଡିରୁ ଏହା ଜଣାପଡିଛି। ଅଧ୍ୟୟନରୁ ଏହା ମଧ୍ୟ ଜଣାଯାଇଛି ଯେ ପ୍ରାୟ ୯୦ ପ୍ରତିଶତ ଝିଅ ପାର୍ଟନର ବାଛିବା ସମୟରେ ଅଧିକ ହାଇଟ୍‌ ଥିବା ପୁରୁଷଙ୍କୁ ପସନ୍ଦ କରିଥାନ୍ତି। ଏମିତି ପୁଅମାନଙ୍କୁ ଦେଖି ଝିଅମାନେ ଅଧିକ ଇମ୍ପପ୍ରେସ୍‌ ହୋଇଥାନ୍ତି।

couplଏହି ଖୁଲାସା ଜର୍ମାନୀ ୟୁନିଭର୍ସିଟୀ ଅଫ୍‌ ଜୋଣ୍ଟେଗେନ ଏବଂ ଫିମେଲ ହେଲ୍ଥ ଆପ୍‌ କ୍ଲୁ ପକ୍ଷରୁ କରାଯାଇଥିବା ଷ୍ଟଡିରେ ହୋଇଛି। ଷ୍ଟଡି ଅନୁଯାୟୀ ମହିଳା ନିଜ ପାଇଁ ପାର୍ଟନର ବାଛିବା ସମୟରେ ହାଇଟ ଥିବା ପୁଅ ଦେଖନ୍ତି। ଷ୍ଟଡିରେ ଏହାମଧ୍ୟ ଜଣାପଡିଛି ଯେ ଲମ୍ବା ହାଇଟ୍‌ ଥିବା ପୁଅଙ୍କ ସହିତ ଝିଅମାନେ ସୁରକ୍ଷିତ ଫିଲ୍‌ କରନ୍ତି।

ଏକ ଷ୍ଟଡି ଅନୁଯାୟୀ ୭୨ ପ୍ରତିଶତ ମହିଳା ଏମିତି ପାର୍ଟନଙ୍କର ସନ୍ଧାନ ଥାଏ, ଯେଉଁମାନଙ୍କ ସ୍ୱଭାବ ଉଦାର ଥାଏ। ସେହିପରି ୬୦ ମହିଳା ଏମିତି ପୁଅମାନଙ୍କୁ ପସନ୍ଦ କରନ୍ତି, ଯେଉଁମାନଙ୍କ ପାଖରେ ଟଙ୍କାର ଅଭାବ ନଥାଏ। ଏହାବ୍ୟତୀତ ୨୫ ପ୍ରତିଶତ ଝିଅ ଏମିତି ପୁଅଙ୍କୁ ପସନ୍ଦ କରନ୍ତି ଯେଉଁମାନେ ଧାର୍ମିକ ହୋଇଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.