ମୂତ୍ରର ରଙ୍ଗ ବଦଳୁଛି କି, ହୋଇଥାଇପାରେ ଏହି ମାରାତ୍ମକ ରୋଗ

କ୍ୟାନସର ଭଳି ମାରାତ୍ମକ ରୋଗକୁ ଚିହ୍ନଟ କରିବା ଲାଗି ବୈଜ୍ଞାନିକମାନେ ଏବେ ଏକ ନୂଆ ଗବେଷଣା ଆରମ୍ଭ କରିଛନ୍ତି। ଏଥିରେ କେତେକ ସାଧାରଣ ପରୀକ୍ଷାରୁ କ୍ୟାନସର ହୋଇଛି ନା ନାହିଁ ଜଣାପଡ଼ିବ। ମୂତ୍ରର ରଙ୍ଗରେ ପରିବର୍ତ୍ତନ ହେଉଥିଲେ ଶରୀରରେ କ୍ୟାନସର ହେବା ନେଇ ଆଶଙ୍କା ବୃଦ୍ଧିପାଏ ବୋଲି ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି।

ବୈଜ୍ଞାନିକମାନେ ଏକ ମୂଷା ଉପରେ ଏହି ପରୀକ୍ଷଣ କରି ସଫଳ ହୋଇଥିବା ଜଣାଯାଇଛି। ଏହାଦ୍ୱାରା ପ୍ରଥମ ଷ୍ଟେଜ୍‌ରୁ ହିଁ ରୋଗ ଚିହ୍ନିବାରେ ସହଜ ହେବ। ଫଳରେ ରୋଗୀକୁ ବଞ୍ଚାଯାଇପାରିବ।

ଏହାସହ ପଢ଼ନ୍ତୁ: ସକାଳେ ୫ ମିନିଟ୍‌ କରନ୍ତୁ ସୂର୍ଯ୍ୟସ୍ନାନ, ଭଲ ହେବ ଏହିସବୁ ପୁରୁଣା ରୋଗ

ଲଣ୍ଡନର ଏମ୍ପିରିୟଲ କଲେଜ ଏବଂ ମୈସାଚୁସେଟ୍ସ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିର ବିଶେଷଜ୍ଞମାନେ ନେଚର ନ୍ୟାନୋ ଟେକ୍ନୋଲୋଜିରେ ଏ ସମ୍ପର୍କରେ ନିଷ୍କର୍ଷ ପ୍ରକାଶ କରିଛନ୍ତି। ଏମ୍ପିରିୟଲ କଲେଜର ଅଧ୍ୟୟନକର୍ତ୍ତା ପ୍ରଫେସର ମୌଲି ଷ୍ଟିବଂଶ କହିଛନ୍ତି ଯେ, ଏହି ପରୀକ୍ଷା ଅଧିକ ଖର୍ଚ୍ଚ ଓ ପରିଶ୍ରମ ବିନା କରାଯାଇପାରିବ। ତାଙ୍କ କହିବାନୁସାରେ ଏହି ପରୀକ୍ଷଣ ସେ ୨୮ଟି ମୂଷାଙ୍କ ଉପରେ କରିଥିଲେ। ସେଥିରୁ ୧୪ଟି ସୁସ୍ଥ ଥିବା ବେଳେ ବାକି ୧୪ ଜଣଙ୍କ ଟ୍ୟୁମର ହୋଇଥିବା ଜଣାପଡ଼ିଥିଲା। କିଛି ଦିନ ମୂଷାଙ୍କୁ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ରଖିବା ପରେ ସମସ୍ତଙ୍କ ମୂତ୍ର ପରୀକ୍ଷା କରାଯାଇଥିଲା। ପରୀକ୍ଷଣ ବେଳେ ମୂତ୍ରରେ ଏକ ରାସାୟନିକ ପଦାର୍ଥର ମିଶ୍ରଣ କରାଯାଇଥିଲା। ଅଧଘଣ୍ଟା ପରେ ଏହାର ରଙ୍ଗରେ ପରିବର୍ତ୍ତନ ଘଟିଥିଲା। ଫଳରେ ମୂଷା ରୋଗଗ୍ରସ୍ତ ବା ସୁସ୍ଥ ଜଣାପଡ଼ିଥିଲା।

ତେବେ ଅଧ ଘଣ୍ଟାକରେ ମୂତ୍ରରୁ ଟ୍ୟୁମର ହୋଇଛି କି ନାହିଁ ଜଣାପଡୁଥିବାରୁ ବୈଜ୍ଞାନିକମାନେ ଏହି ପ୍ରଣାଳୀରେ କ୍ୟାନସର ହୋଇଛି ନା ନାହିଁ ଜାଣିବାକୁ ଗବେଷଣା ଆରମ୍ଭ କରିଛନ୍ତି। ଯଦି ଏହା ସଫଳ ହୁଏ ତେବେ ବହୁ କ୍ୟାନସର ରୋଗୀଙ୍କର ଯେ ଜୀବନ ବଞ୍ଚିଯିବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.