ଅଫିସ୍‌ରେ କାମ କଲା ବେଳେ ଏହି ୫ଟି କଥା ଉପରେ ଦିଅନ୍ତୁ ନଜର, ଏହା ଆପଣଙ୍କୁ କରୋନା ସଂକ୍ରମଣରୁ ଦୂରେଇ ରଖିବ

ବିଶ୍ୱର ୧୪୬ରୁ ଅଧିକ ଦେଶ ଏବେ କରୋନା ଭାଇରସ୍‌ କବଳରେ। ଏଥିପାଇଁ ଆପଣଙ୍କୁ ପ୍ରତି ଛୋଟ ଛୋଟ ସାବଧାନତା ଅବଲମ୍ବନ କରିବାକୁ ପଡ଼ିବ। ଏଭଳି ସ୍ଥିତିରେ ଯେଉଁ ଲୋକମାନେ ଅଫିସରେ କାମ କରୁଛନ୍ତି, ସେମାନେ ଅଧିକ ସତର୍କ ରହିବା ଜରୁରୀ। କାରଣ, ଅଫିସରେ ଅନେକ ଲୋକ ଅଲଗା ଅଲଗା ଅଞ୍ଚଳରୁ ଟ୍ରାଭେଲ କରି ଅଫିସ ଆସିଥାଆନ୍ତି। ଯଦି କୌଣସି ବ୍ୟକ୍ତି କରୋନା ସଂକ୍ରମିତ ଅଞ୍ଚଳରୁ ଆସୁଥିବେ, ତା’ହେଲେ ଆପଣଙ୍କୁ ତାଙ୍କଠାରୁ ଦୂରେଇ ରହିବା ଉଚିତ। ଆଜି ଆମେ ଆପଣଙ୍କୁ କିଛି ଟିପ୍ସ ଦେବାକୁ ଯାଉଛୁ, ଯଦ୍ଦ୍ଵାରା ଆପଣ ଅଫିସରେ ନିଜକୁ ସୁରକ୍ଷିତ ରଖିପାରିବେ।

s11

୧. ଅଫିସରେ ପହଞ୍ଚିବା ପରେ ସଙ୍ଗେ ସଙ୍ଗେ ନିଜ ଡେସ୍କ ସଫା କରି ଦିଅନ୍ତୁ। କୌଣସି ଏକ କ୍ଲିନିଂ ଜେଲ୍‌କୁ ଡେସ୍କରେ ଛିଞ୍ଚି ଏକ ଟିସ୍ୟୁ ପେପରରେ ଭଲ ଭାବେ ପୋଛି ନିଅନ୍ତୁ।

୨. ଅଫିସରେ କିଛି ଲୋକଙ୍କୁ ସାଧାରଣ ଜ୍ୱର, ଥଣ୍ଡା, କାଶ ହୋଇଥାଇପାରେ। ଏଭଳି ସ୍ଥିତିରେ ଆପଣ ଆଶଙ୍କା ଭିତରେ ରହିଥିବେ। ତେଣୁ ସାଧାରଣ ଜ୍ୱର, ଥଣ୍ଡା, କାଶରେ ପୀଡ଼ିତ ଥିବା କର୍ମଚାରୀଙ୍କଠାରୁ ବି ଦୂରେଇ ରୁହନ୍ତୁ। ଯଦି ସେମାନଙ୍କ ପାଖକୁ ଯିବା ନିହାତି ଦରକାର ପଡ଼େ, ତା’ହେଲେ ଦୂରତା ରକ୍ଷା କରି କଥା ହୁଅନ୍ତୁ।

ss

୩. କରୋନା ପର୍ସନ ଟୁ ପର୍ସନ ଅଧିକ ବ୍ୟାପିଥାଏ। ତେଣୁ ଆପଣଙ୍କୁ ଧ୍ୟାନ ରଖିବାକୁ ପଡ଼ିବ ଯେ ଆପଣ କାହା କାହା ସହ ମିଳାମିଶା କରୁଛନ୍ତି। ଅଫିସରେ କାହାକୁ ହ୍ୟାଣ୍ଡସେକ୍‌ କରନ୍ତୁ ନାହିଁ ଏବଂ ୧ ମିଟର ଦୂରତା ରକ୍ଷା କରନ୍ତୁ।

୪. କ୍ୟାଣ୍ଟିନ୍‌କୁ କମ୍‌ ଯାଆନ୍ତୁ। ସେହି ଲୋକଙ୍କ ସହ ଯାଆନ୍ତୁ, ଯେଉଁମାନେ ପୂରାପୂରି ସୁସ୍ଥ ଥିବେ।

nn1

୫. ଅଫିସରେ କୌଣସି କର୍ମଚାରୀଙ୍କ ସହ ଜିନିଷ ଆଦାନ ପ୍ରଦାନ ପରେ ନିଜ ହାତକୁ ହ୍ୟାଣ୍ଡ ସାନିଟାଇଜର ସହ ନିଶ୍ଚିତ ସଫା କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.