କରୋନା ଭାଇରସ୍‌ ଚ୍ୟାଲେଞ୍ଜ ନାଁରେ ଟଏଲେଟ୍‌ ସିଟ୍‌କୁ ଚାଟିଲେ ମହିଳା, ଦେଖନ୍ତୁ ଭିଡିଓ

କରୋନା ଭାଇରସ୍‌କୁ ନେଇ ଏବେ ସାରା ବିଶ୍ୱ ଚିନ୍ତିତ। ଏହି ଭାଇରସ୍‌ ପାଇଁ ମେଡିସିନ୍‌ ମିଳୁନଥିବାରୁ ଲୋକମାନେ ଆତଙ୍କିତ ଥିବା ବେଳେ ସରକାର ଏହାକୁ ଜାତୀୟ ବିପତ୍ତି ବୋଲି ଘୋଷଣା କରିଛନ୍ତି। ତେବେ କରୋନାର ଭୟବହତାକୁ ଦୃଷ୍ଟିରେ ରଖି ସବୁଆଡ଼େ ଏବେ ଧୀରେ ଧୀରେ ଦୋକାନ ବଜାର ବନ୍ଦ କରି ଦିଆଯାଉଛି। ଇତି ମଧ୍ୟରେ କରୋନାକୁ ନେଇ ଏକ ନୂଆ ଚ୍ୟାଲେଞ୍ଜ ସୋସିଆଲ ମିଡିଆରେ ଘୂରି ବୁଲୁଛି।

coronavirus

ଟିକ୍‌ଟକ୍‌ରେ ଇଭା ଲୁଇସ୍‌ ନାମକ ଜଣେ ସେଲିବ୍ରିଟି ଏହି ଚ୍ୟାଲେଞ୍ଜ ଦେଇ ଚର୍ଚ୍ଚାରେ ରହିଛନ୍ତି। ଇଭା ମାର୍ଚ୍ଚ ୧୫ ତାରିଖରେ ନିଜ ଟିକ୍‌ଟକ୍‌ ଆକାଉଣ୍ଟରେ ଏକ ଭିଡିଓ ଅପଲୋଡ୍‌ କରିଥିଲେ, ଯାହାକୁ ସେ କରୋନା ଭାଇରସ୍‌ ଚ୍ୟାଲେଞ୍ଜ ନାଁ ଦେଇଛନ୍ତି। ଏହି ଚ୍ୟାଲେଞ୍ଜରେ ସେ ବାଥରୁମ୍‌ରେ ଥିବା ଟଏଲେଟ୍‌ ସିଟ୍‌କୁ ଚାଟୁଛନ୍ତି। ପରେ ସେ ଏହି ଆକ୍ଟକୁ କରୋନା ଭାଇରସ୍‌ ଚ୍ୟାଲେଞ୍ଜ ବୋଲି କହି ଫଲୋୟର୍ସଙ୍କୁ ଭାଇରାଲ କରିବାକୁ କହିଛନ୍ତି।

ଦେଖନ୍ତୁ ଭିଡିଓ:

ଏହି ଭିଡିଓକୁ ୨ ମିଲିୟନ୍‌ରୁ ଊର୍ଦ୍ଧ୍ୱ ଲୋକ ଦେଖିସାରିଲେଣି। ତେବେ ଭିଡିଓ ବାବଦରେ ପରେ ଜଣାପଡ଼ିଛି ଯେ ଏହି ଟଏଲେଟ୍‌ ଫ୍ଲାଇଟ୍‌ର ଓ ବିମାନରେ ଯାତ୍ରା କରିବା ସମୟରେ ମହିଳା ଜଣକ ଭିଡିଓ ସୁଟିଂ କରିଥିଲେ।

coronavirus

ତେବେ ଏହି ଭିଡିଓଟି ଭାଇରାଲ ହେବା ପରେ ଲୋକମାନେ ମହିଳାଙ୍କ ମୁଣ୍ଡ ଖରାପ ଥିବା କହିଛନ୍ତି। ଭିଡିଓରେ ଲୋକଙ୍କୁ ବହୁତ ନେଗେଟିଭ୍‌ କଥା ଶିଖିବାକୁ ମିଳୁଛି, ଏଣୁ ଏଭଳି ନ କରିବାକୁ ଲୋକେ କହୁଥିବା ଦେଖାଯାଇଛି। ଭିଡିଓଟିକୁ ଟ୍ଵିଟରରେ ଜେଲ ନାମ ଏକ ଆକାଉଣ୍ଟରୁ ସେୟାର କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.