ମଧୁମେହ ଜନିତ ମୃତ୍ୟୁକୁ ରୋକିବ ସାଇକେଲିଂ, ରିପୋର୍ଟରୁ ସୂଚନା

କିଛି ଲୋକ ସାଇକେଲ ଚଲାଇବା କଥା ଶୁଣିଲେ ମନରେ ଛୋଟ ଭାବ ମନେ କରନ୍ତି । କାରଣ ଏହା ତାଙ୍କ ସମ୍ମାନକୁ ହାନି ପହଞ୍ଚାଇବ ବୋଲି ସେମାନେ ଭାବନ୍ତି । କିନ୍ତୁ ଏହା ଶରୀର ପାଇଁ ଅନେକ ଫାଇଦା କରିଥାଏ । ସାଇକେଲିଂ କରିବା ସ୍ୱାସ୍ଥ୍ୟ ପାଇଁ ହିତକର ଏବଂ ଜରୁରୀ ମଧ୍ୟ ।

ସାଇକେଲିଂକୁ ନେଇ ଅନେକ ଏହାର ଫାଇଦା ସମ୍ପର୍କରେ ଅଜଣା ରହିଛନ୍ତି । ଆଜି ଆମେ ଏହାକୁ ନେଇ ଆପଣଙ୍କୁ ବେଷ୍ଟ ଟିପ୍ସ କହିବୁ । ଯେଉଁମାନେ ମଧୁମେହ ଏବଂ ଅନ୍ୟାନ୍ୟ ଶାରୀରିକ ସମସ୍ୟାରେ ଚିିନ୍ତିତ ଅଛନ୍ତି ସେମାନଙ୍କ ଏହି ଖବର ଖବୁ ଗୁରୁତ୍ୱପୂର୍ଣ୍ଣ ।

ଡାକ୍ତରମାନେ ଅନେମ ସମୟରେ ଶରୀରକୁ ସୁସ୍ଥ ରଖିବା ପାଇଁ ଫ୍ରି ଆଡଭାଇସ ଦିଅନ୍ତି । ବ୍ୟାୟାମ ତଥା ସାଇକେଲିଂ ଦ୍ୱାରା କିପରି ନିଜ ଶରୀରକୁ ସୁସ୍ଥ ରଖିବେ ସେ ନେଇ ମଧ୍ୟ କୁହନ୍ତି । ତେବେ ସାଇକେଲିଂ କଲେ ଓଜନ କମିଥାଏ ଏହା ସମସ୍ତଙ୍କୁ ଜଣା । ଏହାସହ ଆଣ୍ଠୁଗଣ୍ଠି ଦରଜ କମିଥାଏ । କେବଳ ଏତିକି ନୁହେଁ ବରଂ ଶରୀରରେ ରକ୍ତପ୍ରବାହ ଠିକ ରୂପେ ହୋଇଥାଏ । ବିଶେଷ କରି ଶରୀରରୁ ଅନାବଶ୍ୟକ ଚର୍ବି ହଟାଇବାରେ ଏହା ସାହାଯ୍ୟ କରେ ।

ଜାମା ଇଣ୍ଟରନ୍ୟାସନାଲ ମେଡିସିନ ରିପୋର୍ଟ ଅନୁଯାୟୀ, ସାଇକେଲ ଚଲାଇବା ଦ୍ୱାରା ମଧୁମେହ ରୋଗକୁ ମଧ୍ୟ ନିୟନ୍ତ୍ରଣ କରାଯାଇ ପାରିବ । ଏହାସହ ହାର୍ଟ ସମ୍ବନ୍ଧୀୟ ରୋଗରୁ ମଧ୍ୟ ଅନେକ ମାତ୍ରାରେ ସୁରକ୍ଷିତ ରହିପାରିବେ । ରିସର୍ଚ୍ଚରୁ ଏହା ପ୍ରକାଶ ପାଇଛି । ସାଇକେଲ ଚଲାଇବା ପରେ ମଧୁମେହ ଜନିତ ମୃତ୍ୟୁ ୩୫% କମିଥିବା ବେଳେ ସାଇକେଲିଂ ନ କରିଥିବା ବ୍ୟକ୍ତିଙ୍କର ମୃତ୍ୟୁ ଖୁବ ଶୀଘ୍ର ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.