ସ୍ୱାଧୀନତା ଦିବସ ଅବସରରେ ପୋଲିସ ମେଡାଲ ପ୍ରଦାନ କଲେ ଡିଜି

ଭୁବନେଶ୍ୱର(କେନ୍ୟୁଜ୍‌) : ସ୍ୱାଧୀନତା ଦିବସ ଅବସରରେ ପୋଲିସ ମେଡାଲ ପ୍ରଦାନ କରାଯାଇଛି । ବିଭିନ୍ନ କ୍ଷେତ୍ରର ସାହସିକତା ପାଇଁ ଭୁବନେଶ୍ୱର ପୋଲିସ ଭବନ ଠାରେ ପୋଲିସ ଡିଜି ଅଭୟ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ମୋଟ ୧୦୦ ଜଣଙ୍କୁ ଏହି ମେଡାଲ ପ୍ରଦାନ କରାଯାଇଛି ।

୬୬ ଜଣଙ୍କୁ ସାହସିକତା ଡିଜି ପୋଲିସ ପଦକ ଦିଆଯାଇଥିବା ବେଳେ କୋଭିଡରେ ପ୍ରାଣ ହରାଇଥିବା ୧୪ ଜଣଙ୍କ ମଧ୍ୟରୁ ୭ ଜଣଙ୍କ ପରିବାରକୁ କୋଭିଡ୍ ଯୋଦ୍ଧା ସମ୍ମାନରେ ସମ୍ମାନୀତ କରାଯାଇଛି।

ସେହିପରି ଭୁବନେଶ୍ୱର ସମେତ କନ୍ଧମାଳ ଓ ରାଉରକେଲାରେ ଏହି ପଦକ ପ୍ରଦାନ ଉତ୍ସବ ପାଳନ କରାଯାଇଛି। ଉତ୍ସର୍ଗୀକୃତ ସେବା ପାଇଁ ଓଡ଼ିଶାର ୧୧ ଜଣ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ପୋଲିସ ମେଡାଲ୍ ପ୍ରଦାନ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.