ୟୁଜର୍ସଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବଜାରକୁ ଆସିଛି  Amazefit Bip U Pro, ଶସ୍ତା ଦାମ ସହ ରହିଛି ଦମଦାର ଫିଚର୍ସ

ଡିଜିଟାଲ ଯୁଗରେ ସ୍ମାର୍ଟୱାଚର କ୍ରେଜ ବଢ଼ିବାରେ ଲାଗିଛି । ଏବେ ଫୋନଠୁ ଆରମ୍ଭ କରି ସବୁକିଛି  କାମ ଡିଜିଟାଲ ହେଉଛି । ଅଫିସ କାମଠୁ ଆରମ୍ଭ କରି ଘର କାମ ପର୍ଯ୍ୟନ୍ତ ଡିଜିଟାଲି ସମ୍ଭବ ହୋଇପାରୁଛି । ତେବେ ଫୋନ ପରେ ଏବେ ସ୍ମାର୍ଟୱାଚ ସମସ୍ତଙ୍କୁ ଏବେ ପାଗଳ କରିଛି । ଉଚିତ ଦାମରେ ଏବେ ସମସ୍ତଙ୍କୁ ଭଲ ଫିଚର୍ସର ସ୍ମାର୍ଟୱାଚ ଦରକାର । ତେବେ ଆପଣ ଯଦି ନୂଆ ୱାଚ କିଣିବାକୁ ଚାହୁଁଛନ୍ତି ତେବେ ଏହି ଖବର ଜାଣିବା ଆପଣଙ୍କ ପାଇଁ ନିହାତି ଜରୁରୀ ।

ସ୍ୱାଧୀନତା ଦିବସ ଉପଲକ୍ଷେ Amazefit କମ୍ପାନୀ ପକ୍ଷରରୁ ନୂଆ ସ୍ମାର୍ଟୱାଚ ବଜାରକୁ ପ୍ରବେଶ କରିଛି । ଅଗଷ୍ଟ ୧୫ ଅବସରରେ କମ୍ପାନୀ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସେଲରେ ଅଫର ମଧ୍ୟ ଲାଗୂୁ କରାଯାଇଛି । ଏଥିରେ ଅନେକ ସ୍ମାର୍ଟୱାଚ କମ ଦାମ୍‌ରେ ବିକ୍ରି ହେବ ।  ଏହି ୱାଚ ଉଭୟ Amazefit ଓ Amazon india ରେ ଆୟୋଜିତ କରାଯିବ । ସେଲରେ ଗ୍ରାହକ Amazefit Bip U, Amazefit Bip U Pro ଓ Amazefit GTS Miniକୁ ଅଫର ଅନୁଯାୟୀ କିଣିପାରିବେ ।

ତେବେ ଏଥିରେ ଲାଟେଷ୍ଟ ସ୍ମାର୍ଟୱାଚ Amazefit Bip U Pro ମଧ୍ୟ ରହିଛି । ଲିଷ୍ଟରେ ଏହାର ଦାମ୍ ୪,୯୯୯ ଟଙ୍କା ବଦଳରେ ୪,୬୯୯ଟଙ୍କା ରଖାଯାଇଛି । ଏହାର ଦମଦାର ଫିଚର୍ସ ମଧ୍ୟ ରହିଛି । ଜିପିଏସ୍‌, 5ATM  ୱାଟର ରେଜିଷ୍ଟାନ୍ସ , ହାର୍ଟ ରେଟ ସେଂସର ଦିଆଯାଇଛି । ଏହାର ଓଜନ ମାତ୍ର ୩୧ ଗ୍ରାମ ରହିଛି । ଏହା ପଲିକାର୍ବୋନେଟ କଂଷ୍ଟ୍ରକ୍ସନରେ ତିଆରି ହୋଇଛି ।

ପାୱର ବା ଚାର୍ଜ ପାଇଁ ଏଥିରେ 230mAH ବ୍ୟାଟେରୀ ଦିଆଯାଇଛି । ଯାହାକି ଫୁଲ ଚାର୍ଜ ହେବା ପାଇଁ ୨ ଘଣ୍ଟା ସମୟ ନେଇଥାଏ । ସବୁଠୁ ବଡ଼ କଥା ହେଉଛି ଏହାର ନର୍ମାଲ ବ୍ୟବହାରରେ ଏହାର ଚାର୍ଜ ପାଖାପାଖି ୯ ଦିନ ପର୍ଯ୍ୟନ୍ତ ରହିଥାଏ ।ଅଧିକ ବ୍ୟବହାରରେ ଏହାର ଚାର୍ଜ ମୋଟ ୫ଦିନ ରହିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.