ସ୍ମାର୍ଟ ଫୋନରେ ଏସବୁ ଭୁଲ କରୁଥିଲେ ଏବେଠୁ ହୁଅନ୍ତୁ ସାବଧାନ! ନଚେତ୍ ଖରାପ ହୋଇପାରେ ଫୋନ୍

ବର୍ତ୍ତମାନ ସମୟରେ ସ୍ମାର୍ଟଫୋନ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଯାଇଛି। ଆମର ଅଧିକାଂଶ କାମ ଏବେ ଫୋନ ହିଁ କରୁଛି। ଏଣୁ ଲୋକେ ସ୍ମାର୍ଟଫୋନର ଅଧିକ ଯତ୍ନ ନେଇଥାନ୍ତି। କିନ୍ତୁ ବେଳେବେଳେ ଆମେ ଅଜାଣତରେ କିଛି ଏମିତି ଭୁଲ କରିବସୁ ଯାହା ଫୋନକୁ ଖରାପ କରିଦିଏ। ଆସନ୍ତୁ ଜାଣିବା ସେଭଳି କିଛି ଭୁଲ ବିଷୟରେ, ଯାହା ମୋବାଇଲକୁ ଖରାପ କରେ…

  • ଆମେ ମୋବାଇଲରେ wifi, ନେଟ ଆଦି ବ୍ୟବହାର କରିବା ପରେ ତାହାକୁ ବନ୍ଦ କରିବାକୁ ଏତେଟା ଗୁରୁତ୍ୱ ଦେଇନଥାଉ। ଏହା ଦ୍ୱାରା ବ୍ୟାଟେରୀ ଅଧିକ ଖର୍ଚ୍ଚ ହୁଏ। ଯଦି କାମ କରିବା ପରେ ଏସବୁ ଫିଚର ବନ୍ଦ କରିଦେବା ତେବେ ଫୋନ ସ୍ପିଡରେ କାମ କରିବ।
  • ଦରକାର ବେଳେ ଆମେ ଭାଇବ୍ରେସନ ମୋଡ଼ ଅନ କରିଥାଉ। କିନ୍ତୁ କିଛି ଲୋକ କିଛି ଦରକାର ନଥିଲେ ବି ଏହାକୁ ଅନ୍ କରି ରଖିଥାନ୍ତି। ଏହା ଦ୍ୱାରା ବ୍ୟାଟେରୀ ଶୀଘ୍ର ସରେ।
  • ସ୍କ୍ରିନ ଅନ୍ ଟାଇମ୍ ଯେତେ ଅଧିକ ହେବ ବ୍ୟାଟେରୀ ସେତେ ଶୀଘ୍ର ସରିବ। ଏଣୁ ଏହାକୁ କମ୍ ରଖନ୍ତୁ।
  • ଭୁଲ ଢଙ୍ଗରେ ମୋବାଇଲ ଚାର୍ଜ କରିବା ଦ୍ୱାରା ମଧ୍ୟ ବ୍ୟାଟେରୀ ପ୍ରଭାବିତ ହୋଇଥାଏ। ବ୍ୟାଟେରୀ ୫୦-୬୦ ପ୍ରତିଶତ ଥିବା ବେଳେ ଫୋନ ଚାର୍ଜ କରନ୍ତୁ ନାହିଁ। ଏହାଦ୍ୱାରା ଫୋନର ଚାର୍ଜିଙ୍ଗ କ୍ଷମତା କମିଯାଏ। ବ୍ୟାଟେରୀ ୨୦% କିମ୍ବା ତା ଠୁ କମ୍ ଥିଲେ ହିଁ ଚାର୍ଜ କରନ୍ତୁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.