Below header

ଦାଣ୍ଡିଆ ଡାନ୍ସ କରି କମାନ୍ତୁ ଓଜନ, ଏହା ଦ୍ୱାରା ହୃଦୟ ମଧ୍ୟ ହେବ ଶକ୍ତିଶାଳୀ

ଅକ୍ଟୋବର ୧୫ରୁ ଆରମ୍ଭ ହୋଇଛି ଶାରଦୀୟ ନବରାତ୍ରୀ । ଏହି ୯ ଦିନିଆ ପର୍ବ ଦେଶର ବିଭିନ୍ନ ପରମ୍ପରା ସହିତ ପାଳନ କରାଯାଏ । କିନ୍ତୁ ଏହା ମଧ୍ୟରେ ଗୁଜୁରାଟର ଦାଣ୍ଡିଆ ଅନ୍ୟତମ । ନବରାତ୍ରୀରେ ଦାଣ୍ଡିଆ ଡାନ୍ସ ଖୁବ ଲୋକପ୍ରିୟ ।

ଅକ୍ଟୋବର ୧୫ରୁ ଆରମ୍ଭ ହୋଇଛି ଶାରଦୀୟ ନବରାତ୍ରୀ । ଏହି ୯ ଦିନିଆ ପର୍ବ ଦେଶର ବିଭିନ୍ନ ପରମ୍ପରା ସହିତ ପାଳନ କରାଯାଏ । କିନ୍ତୁ ଏହା ମଧ୍ୟରେ ଗୁଜୁରାଟର ଦାଣ୍ଡିଆ ଅନ୍ୟତମ । ନବରାତ୍ରୀରେ ଦାଣ୍ଡିଆ ଡାନ୍ସ ଖୁବ ଲୋକପ୍ରିୟ । ଏହି ନୃତ୍ୟରେ ଦୁଇଟି ଛୋଟ ବାଡିର ବ୍ୟବହାର କରାଯାଇଥାଏ, ଯାହାକୁ ଦାଣ୍ଡିଆ କୁହାଯାଏ । ଏହି ସମୟରେ ଲୋକମାନେ ଦାଣ୍ଡିଆ ଡାନ୍ସର ଖୁବ ମଜା ନେଇଥାନ୍ତି । ଏହି ନୃତ୍ୟ ଏକ ବଡ ଗ୍ରୁପ୍‌ ଦ୍ୱାରା କରାଯାଏ । ଯେଉଁଥିରେ ଉଭୟ ପୁରୁଷ ଏବଂ ମହିଳା ଦୁଇଟି ଛୋଟ ଛୋଟ ବାଡିର ବ୍ୟବହାର କରି ଡାନ୍ସ କରିଥାନ୍ତି । ଦାଣ୍ଡିଆ ଡାନ୍ସ କରିବା ଏକ ରୋମାଞ୍ଚକାରୀ ଅନୂଭୁତି ହୋଇଥାଏ । ଏହା କେବଳ ଶାରୀରିକ ନୁହେଁ ବରଂ ମାନସିକ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଖୁବ୍‌ ଲାଭଦାୟୀ ।

-ଦାଣ୍ଡିଆ ଡାନ୍ସ ବ୍ୟାୟାମ ସହିତ ସମାନ ହୋଇଥାଏ , ଯାହା ଆପଣଙ୍କୁ କ୍ୟାଲୋରୀ ବର୍ନ କରିବାରେ ସାହାଯ୍ୟ କରିଥାଏ । ଯଦି ଆପଣ ଏକ ଘଣ୍ଟା ପର୍ଯ୍ୟନ୍ତ ଦାଣ୍ଡିଆ ଡାନ୍ସ କରୁଛନ୍ତି ତେବେ ଆପଣଙ୍କର ପ୍ରାୟ ୫୦୦ ଶହ କ୍ୟାଲୋରୀ ବର୍ନ ହୋଇପାରିବ ।

-ଏହା ଆପଣଙ୍କ ହୃଦୟର ଗତି ଏବଂ ରକ୍ତ ପ୍ରବାହକୁ ବଢାଇଥାଏ । ଯାହା ଦ୍ୱାରା ହୃଦୟ ସ୍ୱାସ୍ଥ୍ୟରେ ଉନ୍ନତି ଆଣିଥାଏ ।

-ଦାଣ୍ଡିଆ ଡାନ୍ସ ହାତ, କାନ୍ଧ ଏବଂ ଗୋଡର ମାଂସପେଶୀକୁ ମଜବୁତ କରିବାରେ ସାହାଯ୍ୟ କରିଥାଏ ।

-ଏହି ଡାନ୍ସ ଏକ ମନୋରଞ୍ଜକ ଓ ସାମାଜିକ କାର୍ଯ୍ୟକଳାପ । ଏହା ଚାପ ଦୂର କରିବାରେ ଖୁବ୍‌ ସାହାଯ୍ୟ କରିଥାଏ ।

-ଦାଣ୍ଡିଆ ଡାନ୍ସ ଶରୀରରେ ଫୁର୍ତ୍ତି ଏବଂ ସତେଜତା ଆଣିଥାଏ, ଯାହା ଦ୍ୱାରା ଆମ ଶରୀରରେ ବହୁତ ପ୍ରକାରର ଉନ୍ନତି ଦେଖିବାକୁ ମିଳିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.