ଯଦି ଆପଣଙ୍କ ଘରେ ମଧ୍ୟ ରହିଛନ୍ତି ଏହି କୀଟ ତାହେଲେ ହୋଇଯାଆନ୍ତୁ ସାବଧାନ, କାମୁଡିବା ଦ୍ୱାରା ହୋଇପାରେ ମୃତ୍ୟୁ

ଭଗବାନ ଏହି ପୃଥିବୀରେ ଭିନ୍ନ ଭିନ୍ନ ପ୍ରକାରର ଜୀବଜନ୍ତୁ ସୃଷ୍ଟି କରିଛନ୍ତି । କିଛି ପଶୁ ପକ୍ଷୀ ମଣିଷର ଆବଶ୍ୟକତା ପୁରଣ କରୁଥିବା ସ୍ଥଳେ କିଛି ଜୀବଜନ୍ତୁ ମଣିଷ ପାଇଁ ବହୁତ କ୍ଷତିକାରକ ହୋଇଥାନ୍ତି । ସାଧାରଣତଃ ବାଘ, ସିଂହ, ଭାଲୁ, କୁମ୍ଭୀର ଇତ୍ୟାଦି ମଣିଷ ପାଇଁ ବହୁତ କ୍ଷତିକାରକ ହୋଇଥାନ୍ତି । ତେବେ ଦୁନିଆରେ କିଛି ଏପରି କୀଟ ପତଙ୍ଗ ଅଛନ୍ତି ଯେଉଁମାନେ ମାତ୍ର କିଛି ସମୟ ମଧ୍ୟରେ ମଣିଷର ଜୀବନ ନେଇ ପାରନ୍ତି ।

ବ୍ରାଉନ ରେକୁଲସ ସ୍ପାଇଡର ଏକ ବହୁତ କ୍ଷତିକାରକ ପୋକ ଅଟେ ଯାହାକି ବହୁତ ବିଷାକ୍ତ ହୋଇଥାଏ । ଯଦି ଏହି ପୋକ କାହାକୁ କାମୁଡିଦିଏ ତାହେଲେ ତାଙ୍କୁ ସୁସ୍ଥ ହେବା ପାଇଁ ପ୍ରାୟ 30 ଦିନ ସମୟ ଲାଗିଥାଏ । କାରଣ ଏହି ପୋକର ମୁଁହରେ ନିରାକେଟିକ ନାମକ ଏକ ବିଷାକ୍ତ ତତ୍ତ୍ୱ ରହିଥାଏ ଯାହାକି ବହୁତ ବିଷାକ୍ତ ହୋଇଥାଏ ।

ବୋଟ ପ୍ଲାଇ ନାମକ ଏକ ପୋକ ଯାହାକି ମଣିଷ ଶରୀରରେ ଛୋଟ ଛୋଟ କଣା କରି ଭିତରକୁ ପଶି ଯାଇଥାଏ । ସେ ମଣିଷ ଶରୀର ଭିତରେ ରହି ମଣିଷ ମାଂସ ଖାଇଥାଏ । ଏହି ପୋକ ମଣିଷ ଶରୀର ଭିତରେ ପାଖାପାଖି ଦୁଇ ମାସ ପର୍ଯ୍ୟନ୍ତ ରହିଥାଏ ଓ ଯେଉଁ କାରଣରୁ ମଣିଷ ମୃତ୍ୟୁବରଣ କରିବାର ମଧ୍ୟ ସମ୍ଭାବନା ରହିଥାଏ ।

ଏହାସହ ପଢନ୍ତୁ କଣ ଆପଣ ଜାଣନ୍ତି କି ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଏତେ ମାତ୍ରାରେ ସହାୟକ ହୋଇଥାଏ କଞ୍ଚାଲଙ୍କା

ବ୍ଲାକ ୱିଡୋ ସ୍ପାଇଡର ଏକ ଏପରି ବିଷାକ୍ତ ପୋକ ଅଟେ ଯାହା କାମୁଡିବା ଦ୍ୱାରା ମଣିଷକୁ ଅସହ୍ୟ ଯନ୍ତ୍ରଣା ହୋଇଥାଏ । କେବଳ ସେତିକି ନୁହେଁ ଏହା କାମୁଡ଼ିଲେ ମଣିଷର ମୃତ୍ୟୁ ହେବାର ମଧ୍ୟ ସମ୍ଭାବନା ରହିଥାଏ । ଏହି ପୋକ ଠାରୁ ସାବଧାନ ରହିବା ନିହାତି ଜରୁରୀ ଅଟେ ।

ବୁଲେଟ ଆଣ୍ଟ ବା ବୁଲେଟ ପିମ୍ପୁଡି ଯାହା ମଣିଷକୁ କାମୁଡିବା ଦ୍ୱାରା ଅତ୍ୟନ୍ତ ଅସହ୍ୟ ଯନ୍ତ୍ରଣା ହୋଇଥାଏ । ଏହା କାମୁଡିବା ପରେ ଏପରି ଲାଗିଥାଏ ଯେପରି ଶରୀରକୁ ଗୁଳି ଲାଗିଛି । ଏହି ଯନ୍ତ୍ରଣା ସହଜରେ ସହ୍ୟ କରାଯାଇପାରେ ନାହିଁ । କେବଳ ସେତିକି ନୁହେଁ ଏହା କାମୁଡିବା ଦ୍ୱାରା ଅନେକ ପ୍ରକାର ଅସୁବିଧାର ସାମ୍ନା କରିବାକୁ ପଡିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.