ଭୁଲ୍‌ରେ ମଧ୍ୟ ଏକାଠି ପିନ୍ଧନ୍ତୁ ନାହିଁ ଏହିସବୁ ରତ୍ନ, ନଚେତ୍‌ ସମସ୍ୟା କମ୍‌ ହେବା ପରିବର୍ତ୍ତେ ବଢିଯିବ

ଆପଣ ଦେଖିଥିବେ, ଲୋକେ ସବୁବେଳେ ହାତରେ ଅଲଗା ଅଲଗା ରତ୍ନ ପଥର ଧାରଣ କରନ୍ତି। ଗ୍ରହ ଦୋଷ ଦୂର କରିବାକୁ ଆମେ ସାଧାରଣତଃ ରତ୍ନ ପଥର ଧାରଣ କରିଥାଉ। ରତ୍ନ ଧାରଣ କରିବା ଦ୍ୱାରା ଗ୍ରହମାନଙ୍କ ଅଶୁଭ ପ୍ରଭାବ କମ ହୋଇଥାଏ। ପ୍ରତ୍ୟେକ ଗ୍ରହ ପାଇଁ ଭିନ୍ନ ଭିନ୍ନ ରତ୍ନ ରହିଛି। ସମସ୍ତଙ୍କୁ ନିଜ କୁଣ୍ଡଳୀ ଅନୁଯାୟୀ ରତ୍ନ ଧାରଣ କରିବା ଉଚିତ। ବେଳେ ବେଳେ ଗ୍ରହ ଦୋଷ ଦୂର କରିବାକୁ ଏକାଧିକ ରତ୍ନ ଧାରଣ କରିବାକୁ ପଡିଥାଏ। କିନ୍ତୁ ଏମିତି କିଛି ରତ୍ନ ଅଛି ଯାହାକୁ ଆଉ କେଉଁ ରତ୍ନ ସହ ଧାରଣ କରାଯାଇ ନାହିଁ। ଏମିତି କରିବା ଦ୍ୱାରା ଅଧିକ କ୍ଷତି ହୋଇଥାଏ। ସମସ୍ୟା କମ ହେବା ପରିବର୍ତ୍ତେ ଅଧିକ ବଢି ଯାଇଥାଏ। ତେବେ ଜାଣିରଖନ୍ତୁ, କାହା ସହିତ କେଉଁ ରତ୍ନ ପିନ୍ଧିବା ଉଚିତ ନୁହେଁ…

ମୋତି ସହ ହୀରା, ପାନ୍ନା, ଗୋମେଦ, ଲହସୁନିଆ ଓ ନୀଳା :

ଯଦି ଜଣେ ବ୍ୟକ୍ତି ମୋତି ପଥର ଧାରଣ କରିଛନ୍ତି ତାହେଲେ ହୀରା, ପାନ୍ନା, ଗୋମେଦ, ରସୁଣିଆ ଓ ନୀଳା କେବେ ବି ଭୁଲରେ ବି ଧାରଣ କରିବା ଉଚିତ ନୁହେଁ। ଜ୍ୟୋତିଷଶାସ୍ତ୍ର ଅନୁସାରେ ଚନ୍ଦ୍ରମାଙ୍କ ଅଶୁଭ ପ୍ରଭାବ କମ କରିବାକୁ ମୋତି ଧାରଣ କରାଯାଏ। କିନ୍ତୁ ମୋତି ସହ ହୀରା, ପାନ୍ନା, ଗୋମେଦ, ରସୁଣିଆ ଓ ନୀଳା ଧାରଣ କଲେ ଅନେକ ପ୍ରକାର ମାନସିକ ସମସ୍ୟା ଭୋଗିବାକୁ ପଡିଥାଏ।

ପାନ୍ନା ସହ ପୋଖରାଜ, ମୁଙ୍ଗା ଓ ମୋତି :

ଯଦି ଆପଣ ପାନ୍ନା ଧାରଣ କରିଛନ୍ତି ତାହେଲେ ପୋଖରାଜ, ମୁଙ୍ଗା ଓ ମୋତି ଧାରଣ କରନ୍ତୁ ନାହିଁ। ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ବୁଧ ଗ୍ରହକୁ ଶାନ୍ତ କରିବା ପାଇଁ ପାନ୍ନା ଧାରଣ କରାଯାଏ। କିନ୍ତୁ ଯଦି ଆପଣ ପାନ୍ନା ସହ ପୋଖରାଜ, ମୁଙ୍ଗା ଓ ମୋତି ଧାରଣ କରନ୍ତି ତାହେଲେ ଧନ ହାନିର ସମ୍ମୁଖୀନ ହେବାକୁ ପଡିପାରେ।

gem 1
PC: The Teal Mango

ଲହସୁନିଆ ସହ ମାଣିକ୍ୟ, ମୁଙ୍ଗା, ପୋଖରାଜ ଓ ମୋତି ଧାରଣ କରିବା ଅନୁଚିତ:

ଯଦି ଜଣେ ବ୍ୟକ୍ତି ଲହସୁନିଆ ଧାରଣ କରିଛନ୍ତି ତାହେଲେ ତାଙ୍କୁ ମାଣିକ୍ୟ, ମୁଙ୍ଗା, ପୋଖରାଜ ଓ ମୋତି ଧାରଣ କରିବା ଉଚିତ ନୁହେଁ। ଲହସୁନିଆ କେତୁ ଗ୍ରହର ରତ୍ନ। ଲହସୁନିଆ ସହ ଏହିସବୁ ରତ୍ନ ଧାରଣ କରିବା ଦ୍ୱାରା ଜୀବନରେ ଅନେକ ସମସ୍ୟା ସାମ୍ନା କରିବାକୁ ପଡିଥାଏ।

ନୀଳା ସହ ମାଣିକ୍ୟ, ମୁଙ୍ଗା, ମୋତି ଓ ପୋଖରାଜ :

ନୀଳା ଶନି ଗ୍ରହଙ୍କ ରତ୍ନ। ସର୍ବଦା ଶନିଙ୍କୁ ଶାନ୍ତ କରିବାକୁ ନୀଳା ଧାରଣ କରିବାକୁ ପରାମର୍ଶ ଦିଆଯାଇଥାଏ। ଯଦି ଜଣେ ବ୍ୟକ୍ତି ନୀଳା ଧାରଣ କରିଛନ୍ତି ତାହେଲେ ତାଙ୍କୁ ମାଣିକ୍ୟ, ମୁଙ୍ଗା, ମୋତି ଓ ପୋଖରାଜ ଏକାସାଙ୍ଗେ ପିନ୍ଧିବା ଅନୁଚିତ। ଏହିସବୁ ରତ୍ନ ଏକାସାଙ୍ଗେ ଧାରଣ କଲେ ଜୀବନରେ ନାନା ସମସ୍ୟା ଉପୁଜିଥାଏ।

ବି.ଦ୍ର: ଏହି ବିବରଣୀ ଧାର୍ମିକ ଆସ୍ଥା ଏବଂ ଲୋକ ମାନ୍ୟତା ଉପରେ ଆଧାରିତ, ଏହାର କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.