ବର୍ତ୍ତମାନ ମେଡିକାଲ ସାଇନ୍ସ ଦ୍ୱାରା ଦୁନିଆରେ ଅନେକ ଆଶ୍ଚର୍ଯ୍ୟଜନକ ମାମଲା ଗୁଡିକ ସାମ୍ନାକୁ ଆସୁଛି, କାରଣ ଏହି ସବୁ ଘଟଣାକୁ ଦେଖି ବେଳେବେଳେ ବଡ ବଡ ଡାକ୍ତରମାନେ ମଧ୍ୟ ଚକିତ ହୋଇଯାଆନ୍ତି। ଏମିତି ଏକ ଘଟଣା ବ୍ରାଜିଲରୁ ଆସିଛି ଯେଉଁଠାରେ ଲାଞ୍ଜ ସହିତ ଏକ ଶିଶୁ ଜନ୍ମ ହୋଇଛି। କେବଳ ଏତିକି ନୁହେଁ ଲାଞ୍ଜର ଶେଷ ଭାଗ ଗୋଲାକାର ହୋଇ ରହିଛି। ଏହି ପରିପ୍ରେକ୍ଷୀରେ ଡାକ୍ତରମାନେ ଅତି ସାହସର ସହିତ ଅସ୍ତ୍ରୋପଚାର କରିଛନ୍ତି।
ବାସ୍ତବରେ ବ୍ରାଜିଲର ଆଲବର୍ଟ ହସ୍ପିଟାଲରୁ ଏହି ମାମଲା ସାମ୍ନାକୁ ଆସିଛି। ‘ମିରର ୟୁକେ’ର ଏକ ରିପୋର୍ଟ ଅନୁଯାୟୀ, ଯେତେବେଳେ ଏଠାରେ ଏକ ଶିଶୁ ଜନ୍ମ ହୋଇଥିଲା, ସେତେବେଳେ ଡାକ୍ତରମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଯେ ଶିଶୁର ଲାଞ୍ଜ ବାହାରିଛି। ଶିଶୁର ପିତାମାତା ମଧ୍ୟ ବହୁତ ବିବ୍ରତ ଦେଖାଯାଉଥିଲେ, କ’ଣ କରିବେ କେହି ଜାଣି ପାରୁ ନଥିଲେ । ଡାକ୍ତରମାନେ ଜାଣିବାକୁ ପାଇଲେ ଯେ ଶିଶୁର ଲାଞ୍ଜର ଲମ୍ବ ପ୍ରାୟ ଚାରି ଇଞ୍ଚ ଅଟେ।
ଏହା ମଧ୍ୟ ଜଣାଯାଇଛି ଯେ ଏହି ଲାଞ୍ଜର ଶେଷ ଶିରା ଏକ ବଲ ପରି ଗୋଲାକାର ହୋଇଥିଲା, ଯଦିଓ ଲାଞ୍ଜରେ କାର୍ଟିଲେଜ୍ ଏବଂ ହାଡର କୌଣସି ଅଂଶ ମିଳି ନଥିଲା ।ଅଲଟ୍ରାସାଉଣ୍ଡ ସ୍କାନ ପରେ ଡାକ୍ତରମାନେ କହିଥିଲେ ଯେ ଲାଞ୍ଜ ତାଙ୍କ ସ୍ନାୟୁ ପ୍ରଣାଳୀରେ ସଂଯୋଗ ନଥିଲା। ଡାକ୍ତରଙ୍କ ଏକ ଟିମ୍ ଶିଶୁର ସମ୍ପର୍କୀୟଙ୍କୁ କହିଥିଲେ ଯେ ଏହାକୁ ସର୍ଜିକାଲ୍ ଅପରେସନ ଦ୍ଵରା ଅଲଗା କରାଯାଇ ପାରିବ ।
ଏହା ପରେ ନିଷ୍ପତ୍ତି ନିଆଗଲା ଯେ ଏହି ଲାଞ୍ଜକୁ ସର୍ଜିକାଲ୍ ଅପସାରଣ କରାଯିବ। ଡାକ୍ତରଙ୍କ ଏକ ଟିମ୍ ଅପରେସନ୍ କରି ସଫଳତାର ସହ ଲାଞ୍ଜକୁ ବାହାର କରିଦେଲେ | କେବଳ ଏତିକି ନୁହେଁ, ଜର୍ନାଲ୍ ଅଫ୍ ପେଡିଆଟ୍ରିକ୍ ସର୍ଜରୀ କେସ୍ ରିପୋର୍ଟରେ ପ୍ରସବ ଏବଂ ଲାଞ୍ଜ ଅପସାରଣ ସର୍ଜରୀକୁ ଅତି ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି । ଏହି ରିପୋର୍ଟରେ ଆହୁରି ମଧ୍ୟ ଉଲ୍ଲେଖ କରାଯାଇଛି ଯେ ଏହି ଶିଶୁଟି ପ୍ରାୟ ୩୫ ସପ୍ତାହ ଗର୍ଭଧାରଣ ପରେ ଜନ୍ମ ହୋଇଥିଲା। ଡାକ୍ତରମାନେ କହିଥିଲେ ଯେ ଗର୍ଭରେ ଥିବା ଶିଶୁର ଏକ ଲାଞ୍ଜ ବିକଶିତ ହେଉଥିଲା , କିନ୍ତୁ ପରେ ଏହା ସାଧାରଣତଃ ଶରୀରରେ ମିଶିଯାଇ ଥାଏ ।