ଶୋଇବା ପୂର୍ବରୁ ପ୍ରତିଦିନ କରନ୍ତୁ ଏହି କାମ, ସଫଳତା ଆପଣଙ୍କ ପାଦ ଚୁମିବ

ବେଳେବେଳେ ଜୀବନରେ କିଛି ଏମିତି ଘଟଣା ଘଟେ ଯାହାର ପ୍ରକୃତ କାରଣ ଜାଣିବା ଆମ ପାଇଁ କାଠିକର ବିଷୟ ହୋଇପଡ଼େ। ସବୁ ଠିକ୍‌ଠାକ୍‌ ଚାଲିଥିବା ବେଳେ ହଠାତ୍‌ କାମ ବିଗିଡ଼ିଯାଏ। ସେହିପରି ପରିବାରରେ ଅକାରଣରେ ଅଶାନ୍ତି ଦେଖାଦିଏ। ବାସ୍ତୁ ସମସ୍ୟା ଯୋଗୁ ଏଭଳି ହେଉଥିବା ବାସ୍ତୁବିତ୍‌ମାନେ ମତ ଦିଅନ୍ତି। ବାସ୍ତୁଶାସ୍ତ୍ର ଅନୁସାରେ, ଶୋଇବା ପୂର୍ବରୁ କିଛି ଛୋଟ ଛୋଟ କାମ କଲେ ଜୀବନରେ ଲାଗି ରହୁଥିବା ସମସ୍ୟା ଦୂର ହେବ।

ଏହାସହ ପଢ଼ନ୍ତୁ: ବଡ଼ ବଡ଼ ରୋଗକୁ ବି ମାତ୍‌ ଦିଏ ଡାଲଚିନି, ଜାଣନ୍ତୁ ଏହାର ସଠିକ୍‌ ବ୍ୟବହାର

୧. ରାତିରେ ଶୋଇବା ପୂର୍ବରୁ ତକିଆ ତଳେ ଶ୍ରୀମଦ୍‌ ଭଗବତ ଗୀତା କିମ୍ବା ସୁନ୍ଦରାକାଣ୍ଡ ରଖି ଶୁଅନ୍ତୁ। ଏହାଦ୍ୱାରା ଭଲ ନିଦ ହେବା ସହ ସମସ୍ତ କାମ ମଧ୍ୟ ସୁଚାରୁରୂପେ ସମ୍ପନ୍ନ ହେବ। ଏଥିସହ ଜୀବନରେ ସଫଳତା ମଧ୍ୟ ମିଳିବ।


୨. ବାସ୍ତୁ ଅନୁସାରେ ମୂଳାକୁ ମଧ୍ୟ ଶୁଭ ବୋଲି ବିବେଚନା କରାଯାଏ। ପ୍ରତିଦିନ ଶୋଇବା ବେଳେ ତକିଆ ତଳେ ମୂଳା ରଖି ଶୋଇଯାଆନ୍ତୁ। ସକାଳୁ ସେହି ମୂଳାକୁ ଶିବଲିଙ୍ଗରେ ଚଢ଼ାନ୍ତୁ। ଏଭଳି କରିବା ଦ୍ୱାରା ରାହୁ ଦୋଷ ଦୂର ହୋଇଥାଏ।

୩. ଦାମ୍ପତ୍ୟ ଜୀବନ ସୁରୁଖୁରୁରେ ଚାଲୁନଥିଲେ ମଙ୍ଗଳବାର ରାତିରେ ମୁଗ ଡାଲିକୁ ଏକ ସବୁଜ ରଙ୍ଗର କପଡ଼ାରେ ବାନ୍ଧି ତକିଆ ତଳେ ରଖିଦିଅନ୍ତୁ। ପରଦିନ କୌଣସି ଝିଅକୁ ତାହା ଦାନ କରନ୍ତୁ କିମ୍ବା ନିକଟସ୍ଥ ଦୁର୍ଗା ମନ୍ଦିରରେ ରଖିଦିଅନ୍ତୁ। ଏଭଳି କରିବା ଦ୍ୱାରା ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପ୍ରେମ ବଢ଼େ। ଏହାଦ୍ୱାରା ଆୟ ମଧ୍ୟ ବଢ଼ିଥାଏ।


୪. ରାତିରେ ଶୋଇବା ପୂର୍ବରୁ ଏକ ତମ୍ବା ପାତ୍ରରେ ପାଣି ରଖନ୍ତୁ। ସକାଳୁ ଉଠି ଏହି ପାଣିରେ ମୁହଁ ଧୁଅନ୍ତୁ। ଏହାଦ୍ୱାରା ତ୍ୱଚାରେ ଚମକ ଆସିଥାଏ। ବାକି ପାଣିକୁ ଗଛରେ ଦେଇଦିଅନ୍ତୁ।