ପୁରୀ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ସାଂସଦ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ, ୧୫ ତାରିଖର କିସ୍ ଆସିବାକୁ କଲେ ନିମନ୍ତ୍ରଣ
ପୁରୀ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ଭେଟିଲେ ସାଂସଦ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ । ଡକ୍ଟର ସାମନ୍ତ ରାଜ୍ୟ ଓ ପୁରୀର ସାମ୍ପ୍ରତିକ ସ୍ଥିତି ନେଇ ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା କରିଛନ୍ତି । ଆସନ୍ତା ୧୫ ତାରିଖର କିସ୍ ଆସିବାକୁ ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ କରିଛନ୍ତି ଡକ୍ଟର ଅଚ୍ୟୁତ ସାମନ୍ତ । ଏହି ଗସ୍ତ ଅବସରରେ କିସ୍ର ଆଧ୍ୟାତ୍ମିକ ପୁସ୍ତକାଳୟକୁ ଉଦ୍ଘାଟନ କରିବେ ଶଙ୍କରାଚାର୍ଯ୍ୟ । ମାଉସୀମା ମନ୍ଦିର ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ ମଧ୍ୟ ଯୋଗଦେବେ । ଏହାପରେ କିସ୍ ଛାତ୍ରଛାତ୍ରୀଙ୍କୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି