Below header

ସେଓ ଶରୀର ପାଇଁ ଉପକାରୀ, ଜାଣନ୍ତି କି ସେଓ ଖାଇବାର ଠିକ୍‌ ସମୟ କ’ଣ

କଥାରେ ଅଛି ଦୈନିକ ଗୋଟିଏ ସେଓ(ଆପେଲ୍‌) ଖାଇବା ଦ୍ୱାରା ନିଜକୁ ଡାକ୍ତରଙ୍କ ଠାରୁ ଦୂରରେ ରଖି ପାରିବେ । ତେବେ ସେଓ ଖାଇବାର ଉପଯୁକ୍ତ ସମୟ କ’ଣ ବୋଲି ହୁଏତ କ୍ୱଚିତ ଜାଣିଥିବେ । ଯାହା ଫଳରେ ଫଳର ଉପକାରୀତା ଅପେକ୍ଷା ବେଶୀ ଅପକାରୀତା ଭୋଗିବାକୁ ପଡ଼ିଥାଏ । ଫଳ ଶରୀର ପାଇଁ ଲାଭଦାୟକ ହୋଇଥିଲେ ବି ଭୁଲ୍‌ ପ୍ରଣାଳିରେ ସେବନ ଦ୍ୱାରା ଏହା ଆମକୁ ଉପଯୁକ୍ତ ପୋଷକ ତତ୍ତ୍ୱ ଦେଇ ନଥାଏ ।

ତେବେ ଆସନ୍ତୁ ଜାଣିବା ସେଓ ଖାଇବାର ଉପଯୁକ୍ତ ସମୟ କ’ଣ ।

ସେଓ ଏପରି ଏକ ଫଳ ଯାହାକୁ ଆପଣ ସବୁ ପ୍ରକାର ରୋଗ ସମୟରେ ଖାଇପାରିବେ । ଆପଣଙ୍କ ପେଟ ସମସ୍ୟା ହେଉ ବା ଓଜନ ହ୍ରାସ କରିବା ବିଷୟ ହେଉ । ସବୁ ପାଇଁ ସେଓ ଏକ ଉପାଦେୟ ଫଳ । ତେବେ ଆୟୁର୍ବେଦ ଶାସ୍ତ୍ର ଅନୁଯାୟୀ ଏକ ଉପଯୁକ୍ତ ସମୟରେ ସେଓ ଖାଇଲେ ଏହା ଶରୀର ପାଇଁ ବହୁତ ଲାଭକାରୀ ହୋଇଥାଏ ।

apple-2

ଆୟୁର୍ବେଦ ଅନୁଯାୟୀ ସେଓକୁ କେବେ ବି ଖାଲି ପେଟରେ ଖାଇବା ଉଚିତ୍‌ ନୁହେଁ । ମେଡିକାଲ ଶାସ୍ତ୍ର ଅନୁଯାୟୀ ସେଓ ସର୍ବଦା ବ୍ରେକ୍‌ଫାଷ୍ଟ କିମ୍ବା ଲଞ୍ଚ୍‌ର ଘଣ୍ଟାଏ ପରେ ଖାଇବା ଉଚିତ୍‌ । ସେଓ ତନ୍ତୁଯୁକ୍ତ ଖାଦ୍ୟ ହୋଇଥିବାରୁ ଏହା ହଜମ ପ୍ରକ୍ରିୟାରେ ବେଶ ସହାୟକ ହୋଇଥାଏ । ଯେହେତୁ ସଂଧ୍ୟାରେ ହଜମ ପ୍ରକ୍ରିୟା କମି ଯାଇଥାଏ । ତେଣୁ ସଂଧ୍ୟା ପରେ ସେଓ ଖାଇଲେ ହଜମ ହେବାରେ ବାଧା ସୃଷ୍ଟି କରିଥାଏ ଓ ନିଦ୍ରାରେ ଅସୁବିଧା ସୃଷ୍ଟି କରିଥାଏ ।

apple-1

ସେଓକୁ ଓଟ୍ସ ସହ ମିଶାଇ ଖାଇ ପାରିବେ । ନଚେତ୍‌ ସେଓକୁ ଜୁସ୍‌ କରି ମଧ୍ୟ ପିଇ ପାରିବେ । ତେବେ ସେଓ ଖାଇବା ସମୟରେ କେବେ ବି ଏହାର ଚୋପାକୁ ଛଡ଼ାନ୍ତୁ ନାହିଁ । ତେବେ କେବେ ବି ପ୍ୟାକିଂରେ ଥିବା ସେଓ ଜୁସ୍‌ ପିଅନ୍ତୁ ନାହିଁ । କାରଣ ଏଥିରେ ତନ୍ତୁ ପରିମାଣ କମ୍‌ ଥିବା ସହ ଚିନି ମିଶାଯାଇଥାଏ । ଯାହାକି ଶରୀର ପାଇଁ ଅପକାରୀ ହୋଇଥାଏ ।

apple-3

ସବୁଠୁ ବଡ କଥା ହେଲା ସେଓରେ ପେପ୍‌ଟିନ୍‌ ଥିବା ହେତୁ ଏହା ପେଟରେ ଲାକ୍‌ଟିକ୍‌ ଏସିଡ୍‌ ସୃଷ୍ଟି ହେବାକୁ ଦେଇ ନଥାଏ ଓ ପେଟରେ ଭଲ ବ୍ୟାକ୍ଟେରିଆ ସୃଷ୍ଟି କରିଥାଏ । ଏହା ହଜମ ପ୍ରକ୍ରିୟାକୁ ବଢ଼ାଇବା ସହ ଦେହରୁ ଟକ୍ସିକ୍‌(ବିଷାକ୍ତ) ପଦାର୍ଥ ବାହାର କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.