ହସ୍ପିଟାଲରେ ବଢୁନାହାନ୍ତି କରୋନା ଆକ୍ରାନ୍ତ, ଟିଏମସି ଓ କୋଭିଡ୍‌ କେୟାର୍ ହୋମ୍‌ ଗୁଡ଼ିକୁ ବନ୍ଦ କରିବାକୁ ରାଜ୍ୟସରକାରଙ୍କ ନିଷ୍ପତ୍ତି

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ଧିରେ ଧତରେ  କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଗ ଭଳି ହସ୍ପିଟାଲ ମାନଙ୍କରେ ଆଉ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢୁନାହିଁ ଏଣୁ ରାଜ୍ୟସରକାର ଏଭଳି ସ୍ଥିତିରେ ଟେମ୍ପରାରି ମେଡିକାଲ୍ ସେଣ୍ଟର୍ (ଟିଏମସି)‌ ଓ କୋଭିଡ୍‌ କେୟାର୍ ହୋମ୍‌ ଗୁଡ଼ିକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ଆଜି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସମସ୍ତ ଜିଲ୍ଲାପାଳ  ଏବଂ ସମସ୍ତ ମ୍ୟୁନିସପାଲ କମିସନର୍‌ଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ଏହା ବ୍ୟତିତ ଯେଉଁ କୋଭିଡ୍‌ କେୟାର୍ ସେଣ୍ଟର୍‌ମାନଙ୍କରେ ରୋଗୀ ହେଉ ନାହାନ୍ତି ବା କମ୍ ରୋଗୀ ହେଉଛନ୍ତି ସେଗୁଡ଼ିକୁ ମଧ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶନାମାରେ କୁହାଯାଇଛି। ଏହି କୋଭିଡ ସେଣ୍ଟରେ କାମ କରୁଥିବା  କର୍ମଚାରୀମାନଙ୍କୁ ପୁନଶ୍ଚ ସେମାନଙ୍କ ମୂଳ ପଦବୀକୁ ଫେରାଇ ଆଣିବାର ବ୍ୟବସ୍ଥା କରାଯାଉ ବୋଲି କୁହାଯାଇଛି। କୋଭିଡ୍‌ କେୟାର୍ ହୋମ୍‌ରେ ନି‌ୟୋଜିତ ଥିବା ସ୍ବାସ୍ଥ୍ୟକର୍ମୀମାନଙ୍କୁ ଜିଲ୍ଲାମାନଙ୍କରେ ପୁନଃନିୟୋଜନ କରାଯାଉ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.