Below header

ଦିବ୍ୟାଙ୍ଗକୁ ପଢାଉଥିବା ଶିକ୍ଷକଙ୍କ ପ୍ରଶିକ୍ଷଣ ପାଇଁ କଣ କରାଯାଉଛି ? ସଂସଦରେ ଶିକ୍ଷାମନ୍ତ୍ରୀଙ୍କୁ ପ୍ରଶ୍ନ କଲେ କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ

କେନ୍ୟୁଜ୍(ବ୍ୟୁରୋ): ଆଜି ସଂସଦରେ ଦିବ୍ୟାଙ୍ଗଙ୍କୁ ପଢାଉଥିବା ଶିକ୍ଷକଙ୍କ ପ୍ରଶିକ୍ଷଣ ଉପରେ ଏକ ଅଣ ତାରକା ପ୍ରଶ୍ନ ପଚାରି ଥିଲେ କନ୍ଧମାଳ ସାଂସଦ । ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲଙ୍କୁ ପଚାରିଥିଲେ, ଦିବ୍ୟାଙ୍ଗକୁ ପଢାଉଥିବା ଶିକ୍ଷକଙ୍କ ପ୍ରଶିକ୍ଷଣ ପାଇଁ କଣ କରାଯାଉଛି । ତାଙ୍କୁ ଘରେ ପଢାଇବା ନେଇ କୌଣସି ବିକଳ୍ପ ବ୍ୟବସ୍ଥା ଅଛି କି। ଅଷ୍ଟମ ସର୍ବଭାରତୀୟ ସ୍କୁଲ ଶିକ୍ଷା ସର୍ଭେରେ କୁହାଯାଇଛି ୫୮ ଲକ୍ଷ ୭୬ ହଜାର ୨୭୩ ଶିକ୍ଷକଙ୍କ ଭିତରୁ କେବଳ ୮୦ ହଜାର ୯୪୨ ଅର୍ଥାତ ୧. ୩୨ ପ୍ରତିଶତ ଶିକ୍ଷକଙ୍କୁ ଟ୍ରେନିଂ ଦିଆଯାଇଛି। ଏ ନେଇ ସକରକାରଙ୍କ କଣ ଯୋଜନା ଅଛି। ରମେଶ ପୋଖରିଆଲଙ୍କ ଉତ୍ତର ଥିଲା, କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ସମଗ୍ର ଶିକ୍ଷା ଅଧିନରେ ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। ବ୍ଲକ ଓ କ୍ଲଷ୍ଟର ସ୍ତରରେ ପ୍ରଶିକ୍ଷଣ ଦିଆଯାଉଛି।

କାର୍ଯ୍ୟରତ ଶିକ୍ଷକମାନଙ୍କୁ ଟ୍ରେନିଂ ଦିଆଯାଉଛି। ଏନ୍‌ସିଆରଟି, ଏସ୍‌ସିଆରଟି, ଡିଆଇଟିର ଟିଚର ଏଜୁକେସନ ମଡ୍ୟୁଲରେ ସ୍ୱତନ୍ତ୍ର ଆବଶ୍ୟକ କରୁଥିବା ଛାତ୍ରଛାତ୍ରୀଙ୍କ ଉପରେ ଗୁରୁତ୍ୱ ରହୁଛି । ଏହା ଛଡା ନିଷ୍ଠା ଯୋଜନା ଆରମ୍ଭ ହୋଇଛି। ଏହା ଶିକ୍ଷକଙ୍କ ଭିତରେ ଗୁଣାତ୍ମକ ପ୍ରତିଭାର ବିକାଶ କରିବ । ମାନସିକ ଓ ଶାରୀରିକ ଭାବେ ଅଧିକ ଭିନ୍ନକ୍ଷମ ଥିବା ଯୋଗୁଁ ସ୍କୁଲ ନ ଯାଇ ପାରିଲେ ଘରେ ରହି ପାଠ ପଢିବା ବ୍ୟବସ୍ଥା ରହିଛି । ସମଗ୍ର ଶିକ୍ଷା ଯୋଜନାରେ ଏପରି ୧ ଲକ୍ଷ ୧୨ ହଜାର ୭୪୮ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ୨୦୨୦-୨୧ରେ ୨୫୮୮.୦୬ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.