Below header

ଆପଣଙ୍କ ଶିଶୁ ରାତିରେ ନ ଶୋଇ ଆପଣଙ୍କୁ ହଇରାଣ କରୁଛି କି, ତ ଫଟାଫଟ ଆପଣାନ୍ତୁ ଏହି ୫ଟି ଟ୍ରିକ

ଏମିତି ଅନେକ କାରଣ ରହିଛି, ଯେଉଁଥିପାଇଁ ପିଲା ରାତିସାରା ଶୁଅନ୍ତି ନାହିଁ। ଛୋଟ ପିଲାଙ୍କ ପାଇଁ ଗଭୀର ନିଦର ଆବଶ୍ୟକତା ବହୁତ ରହିଛି, କାହିଁକି ନା, ସେମାନଙ୍କ ମସ୍ତିଷ୍କ ଠିକ ଭାବେ ବିକଶିତ ହୋଇ ନ ଥାଏ। ଆଉ ସେମାନଙ୍କ ଶାରୀରିକ ଏବଂ ମାନସିକ ବିକାଶ ପାଇଁ ଭଲ ନିଦ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ।

ଯଦି ଆପଣଙ୍କ ଶିଶୁ ରାତିସାରା ଶୋଉନାହିଁ ଏବଂ ତାକୁ ଶୁଆଇବା ପାଇଁ ରାତିସାରା ଅନିଦ୍ରା ରହିବାକୁ ପଡ଼ୁଛି, ତ ଆଜି ଆମେ ଆପଣଙ୍କୁ କିଛି ଲାଭଦାୟକ ଉପାୟ ବିଷୟରେ କହିବୁ।

୧. ଶୋଇବାର ନିୟମ ବନାନ୍ତୁ: ଶିଶୁର ଭଲ ନିଦ ପାଇଁ ତା’ର ଶୋଇବା ଏବଂ ଉଠିବାର ସମୟ ନିର୍ଦ୍ଧାରିତ କରନ୍ତୁ। ଯଦିଓ ଆପଣଙ୍କ ଶିଶୁ ଏହି ନିୟମରେ ପଡିବାରେ ୬ ସପ୍ତାହ ସମୟ ଲାଗିବ। କିନ୍ତୁ ଆପଣ ଏହି ନିୟମକୁ ପାଳନ କରନ୍ତୁ।

୨. ମାଲିସ କରନ୍ତୁ: ଦ୍ବିପ୍ରହର ସମୟରେ ଶିଶୁକୁ ଭଲ ନିଦ ଆସିବା ପାଇଁ ତାକୁ ମାଲିସ କରି ହାଲୁକା ଗରମ ପାଣିରେ ଗାଧୋଇ ଦିଅନ୍ତୁ। କାରଣ, ମାଲିସ କଲେ ମାଂସପେଶୀ ଥକି ଯାଇଥାଏ ଏବଂ ଶିଶୁକୁ ନିଦ ଆସିଯାଇଥାଏ।

୩. ଅଲଗା ଉପାୟରେ ଶୁଆଇବାକୁ ଚେଷ୍ଟା କରନ୍ତୁ: ଯେତେବେଳେ ଆପଣ ଶିଶୁକୁ ରାତିରେ କ୍ଷୀର ପିଆଇ ଶୁଆଇବାକୁ ଚେଷ୍ଟା କରୁଛନ୍ତି, ତା’ହେଲେ ମାହୋଲକୁ ଶାନ୍ତ ରଖନ୍ତୁ। ତେବେ ରାତି ଏବଂ ଦ୍ୱିପ୍ରହର ସମୟରେ ଅଲଗା ଅଲଗା ତରିକାରେ ଶୁଆଇବାକୁ ଚେଷ୍ଟା କରନ୍ତୁ, ଯାହାଫଳରେ କି, ଶିଶୁ ଦିନ ଏବଂ ରାତିର ଫରକ ଅନୁଭବ କରିପାରିବ।

୪. ପେଟେଇକି ଶୁଆନ୍ତୁ ନାହିଁ: ଶିଶୁକୁ ପେଟେଇକି ଶୁଆନ୍ତୁ ନାହିଁ। କାହିଁକି ନା, ଶିଶୁ ଯଦି ନିଦରେ କଡ ଲେଉଟାଏ, ତ ତା’ର ନିଦ ଭାଙ୍ଗିପାରେ।

୫. ନିଜେ ଶୋଇବାର ଅଭ୍ୟାସ ପକାନ୍ତୁ: ଯଦି ଆପଣଙ୍କ ଶିଶୁ ୬ରୁ ୮ ମାସର ହୋଇଗଲାଣି, ତ ତାକୁ ନିଜେ ଶୋଇବାର ଅଭ୍ୟାସ ପକାନ୍ତୁ। ମଝିରେ ମଝିରେ ଆସି ନିଜେ ଦେଖି ନିଅନ୍ତୁ କି, ଶିଶୁ ଶୋଇଗଲା କି ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.