ସଜନା ଶାଗ ଶରୀର ପାଇଁ ଖୁବ୍‌ ଉପକାରୀ, ଏଥିରେ ଭରି ରହିଛି ଅନେକ ଔଷଧୀୟ ଗୁଣ

କରୋନ ସମୟରେ ସମସ୍ତେ ନିଜ ନିଜର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ବ୍ୟସ୍ତ । ତେଣୁ ଲୋକମାନେ ପୁରାତନ ଯୁଗକୁ ଫେରିଗଲେଣି । ଆମ ପୂର୍ବଜ ଯେପରି ଘର ରୋଷଇଶାଳର ମସଲାରୁ ନିଜ ପାଇଁ ଔଷଧ ତିଆରି କରି ଦେଉଥିଲେ । ଏବେ ସେହିପରି ଲୋକମାନେ ଆୟୁର୍ବେଦକୁ ଆପଣାଇଲେଣି । ତେବେ ଆମ ବାରି ବଗିଚାରେ ଲଗାଯାଇଥିବା ସଜନା ଗଛ ଆମ ପାଇଁ ମହୋଷଧିର କାମ କରିଥାଏ । କାରଣ ସଜନା ସାଗରେ ଭାରପୁର ମାତ୍ରାରେ ଭିଟାମିନ ସି ମିଳିଥାଏ । ଯାହା କରୋନା ସମୟରେ ଲାଭଦାୟକ ହୋଇଥାଏ । ଆମ ଓଡ଼ିଶାରେ ଗାଁ ଗହଳି ଠାରୁ ଆରମ୍ଭ କରି ମହାନଗରୀ ପର୍ଯ୍ୟନ୍ତ ସଜନା ଶାଗ ଓ ଛୁଇଁର ଆଦର ଅଧିକ । ଦକ୍ଷିଣ ଭାରତୀୟ ବ୍ୟଞ୍ଜନ ରେ ମଧ୍ୟ ଏହି ପରିବା ଓ ପତ୍ର ର ଉପଯୋଗ ହୁଏ ।

ଖାଦ୍ୟ ବିଶେଷଜ୍ଞ ଙ୍କ ମତରେ ସହରୀ ଲୋକଙ୍କ ତୁଳନା ରେ ଗାଁ ଲୋକଙ୍କ ରୋଗ ପ୍ରତିରୋଧକ ଶକ୍ତି ଅଧିକ । ସେମାନେ ଦେଶୀ ଖାଦ୍ୟ ଖାଇବା ସହ ବିଭିନ୍ନ ପ୍ରକାରର ଶାଗ ନିୟମିତ ଭୋଜନ ରେ ଖାଇଥାନ୍ତି।

ସଜନା ଶାଗ ଏକ ଚମତ୍କାରୀ ଖାଦ୍ୟ । କମଳା ଫଳ ଠାରୁ ୭ ଗୁଣ ଅଧିକ ଭିଟାମିନ ସି ଏଇ ଶାଗ ରେ ମହଜୁଦ । ଦୈନିକ ଅଳ୍ପ ପରିମାଣର ସଜନା ଶାଗ ଖାଇଲେ ଆମ ପାଚନ କ୍ଷମତା ବୃଦ୍ଧି ପାଏ ।

drumstick

ଭିଟାମିନ ଏ ର ଅଭାବ ଦୂର କରିବା ନିମନ୍ତେ ଅଧିକାଂଶ ଗାଜର କୁ ମଧ୍ୟ ନିୟମିତ ଖାଇଥାଉ । ସପ୍ତାହ ରେ ୨ ଥର ସଜନା ଶାଗ ଖାଇଲେ ଭିଟାମିନ ଏ ଅଭାବ ଜନିତ ରୋଗ ରୁ ରକ୍ଷା ମିଳେ।

ଆଣ୍ଟି ଆକ୍ସିଡ଼େଣ୍ଟ ଭରପୁର ସଜନା ଶାଗ ଖାଇଲେ ରକ୍ତ ଚାପ ନିୟନ୍ତ୍ରଣ ରେ ରହିବା ସହ ତ୍ୱଚା ଭାଙ୍ଗ ସମସ୍ୟା ଦୂର ହୋଇଥାଏ।

କୋଲେଷ୍ଟରଲ ସ୍ତର କୁ ନିୟନ୍ତ୍ରଣ କରୁଥିବା ଏହି ଶାଗ ର ପୋଷକ ତତ୍ୱ ହୃଦଘାତ ର ଆଶଙ୍କା କମ କରୁଥିବାର ଖାଦ୍ୟ ବିଶେଷଜ୍ଞ ମତ ଦେଇଥାନ୍ତି ।

ନିଶା ଗ୍ରସ୍ତ ବ୍ୟକ୍ତି ସଜନା ଶାଗ ଖାଇଲେ ସେମାନଙ୍କ ଯକୃତ କୁ ଶକ୍ତି ମିଳିବା ସହ ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.