Below header

ଡ୍ରାଏଫ୍ରୁଟ ବି ହୋଇଥାଏ ଶରୀର ପାଇଁ କ୍ଷତିକାରକ, ଏହାର ପ୍ରଭାବ ବିଷୟରେ କେବେବି ଜାଣିନଥିବେ ଆପଣ

ସାଧାରଣତଃ ଡ୍ରାଏଫ୍ରୁଟ ବା ଶୁଖିଲା ଫଳ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ କିନ୍ତୁ ଯେତେ ପର୍ଯ୍ୟନ୍ତ ଏହାକୁ ସୀମିତ ପରିମାଣରେ ଖିଆଯାଇଥାଏ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହାର ଅତ୍ୟଧିକ ସେବନ ଶରୀରକୁ କ୍ଷତି ପହଂଚାଇଥାଏ । ତାହେଲେ ଆସନ୍ତୁ ଜାଣିବା ଏହାକୁ ଅଧିକ ମାତ୍ରାରେ ଖାଇବା ଦ୍ୱାରା ଶରୀରକୁ କେଉଁ ପ୍ରକାରର କ୍ଷତି ହୋଇଥାଏ ।

୧- ଡ୍ରାଏଫ୍ରୁଟସର ଅଧିକ ସେଵନ ଆପଣଙ୍କ ମୁଣ୍ଡରେ ଭାରୀପଣର କାରଣ ସାଜିଥାଏ । ଏହାକୁ ଖାଇବାର କିଛି ସମୟ ପରେ ଆପଣଙ୍କ ମୁଣ୍ଡ ଭାରି ହୋଇଯାଇଥାଏ ଏବଂ ଏହି ସ୍ଥିତି ଘଣ୍ଟା ଘଣ୍ଟା ଧରି ରହିଥାଏ ।

Image result for dry fruits"

୨- ଏଥିରେ ପ୍ରାକୃତିକ ଭାବେ ଶର୍କରାର ଭାଗ ଅଧିକ ମାତ୍ରାରେ ରହିଥାଏ, ଯାହାଦ୍ୱାରା ଶରୀରରେ ସୁଗାର ବଢ଼ିଯିବା ସହିତ ଡାଇବେଟିସ ହେବାର ଆଶଙ୍କା ମଧ୍ୟ ବଢ଼ିଯାଇଥାଏ । ସେଥିପାଇଁ ଡ୍ରାଏଫ୍ରୁଟସର ସେବନ ଆପଣଙ୍କୁ ସୀମିତ ମାତ୍ରାରେ କରିବା ଆବଶ୍ୟକ ।

୩- କିଛି ଡ୍ରାଏଫ୍ରୁଟସ ଆପଣଙ୍କ ଶରୀରରେ କୋଷ୍ଠକାଠିନ୍ୟ ଏବଂ ଗ୍ୟାସର ସମସ୍ୟା ସୃଷ୍ଟି କରିଥାଏ ଏବଂ ବେଳେବେଳେ ଏହା ପେଟଯନ୍ତ୍ରଣାର ମଧ୍ୟ କାରଣ ହୋଇଥାଏ ।

Image result for dry fruits"

୪- ଯଦି ଆପଣ ଓଜନ କମ କରିବା ଦିଗରେ ଅଗ୍ରସର ହେଉଛନ୍ତି ତାହେଲେ ଡ୍ରାଏଫ୍ରୁଟସର ସେବନ ଆପଣଙ୍କର ଏହି ମିଶନକୁ ପ୍ରଭାବିତ କରିଥାଏ କାରଣ ଏହା ଆପଣଙ୍କ ଶରୀରରେ ଓଜନ ବୃଦ୍ଧି କରିଥାଏ ।

୫- କିଛି ଡ୍ରାଏଫ୍ରୁଟସ ଶରୀରରେ କୋଲେଷ୍ଟ୍ରଲ ବଢ଼ାଇଥାଏ ଯାହା ଆପଣଙ୍କ ଶରୀର ଓ ହାର୍ଟ ପାଇଁ କ୍ଷତିକାରକ ହୋଇଥାଏ । ସେଥିପାଇଁ ଏହାକୁ ସେବନ କରିବା ପୂର୍ବରୁ ଆପଣଙ୍କୁ ଏଥିରେ ଥିବା କୋଲେଷ୍ଟ୍ରଲର ମାତ୍ରା ବିଷୟରେ ଜାଣିବା ନିହାତି ଆବଶ୍ୟକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.