ବିବାହର ଆଠ ବର୍ଷ ପରେ ମହିଳା ହୋଇଗଲେ ଏହି ଯୁବକ, ପଢନ୍ତୁ ସମ୍ପୂର୍ଣ୍ଣ କାହାଣୀ

ବ୍ରିଟେନରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି । ଏଠାରେ ରହୁଥିବା ଜେମ୍ସ କୋହେନ ନାମକ ଜଣେ ଯୁବକ ବିବାହର ଆଠ ବର୍ଷପରେ ମହିଳା ହେବାର ନିଷ୍ପତ୍ତି ନେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଜେମ୍ସ କୋହେନ ଦୁଇଜଣ ପିଲାଙ୍କର ବାପା ଅଟନ୍ତି । ତେବେ ଯେତେବେଳେ ଜେମ୍ସ ଏହି ବିଷୟରେ ନିଜ ପତ୍ନୀ ଆଇରୀୟନଙ୍କୁ ଜଣାଇଥିଲେ ସେତେବେଳେ ସେ ତାଙ୍କର ଏହି ରୁପକୁ ମଧ୍ୟ ସ୍ୱୀକାର କରିନେଇଥିଲେ ।

Image result for this man becomes a woman after 8 years of marriage"

ଏହାକୁ ନେଇ ଆଇରିୟନ କୁହନ୍ତି ସେ ବହୁତ ଖୁସିରେ ଅଛନ୍ତି । ତାଙ୍କ କହିବା ଅନୁଯାୟୀ ସେ ନିଜ ପତିଙ୍କୁ ହରାଇଛନ୍ତି ସତ କିନ୍ତୁ ତାଙ୍କୁ ନିଜର ବେଷ୍ଟଫ୍ରେଣ୍ଡ ମିଳିଯାଇଛନ୍ତି । ଏହି ଦମ୍ପତ୍ତିଙ୍କର ଥିବା ଦୁଇଜଣ ପିଲାଙ୍କୁ ମଧ୍ୟ ନିଜ ବାପାଙ୍କୁ ମହିଳାଙ୍କ ରୂପରେ ଦେଖିବାରେ କୌଣସି ଅସୁବିଧା ହେଉନାହିଁ । ତେବେ ସାରା ପରିବାର ଏବେ ଖୁସିରେ ଗୋଟିଏ ଘରେ ରହୁଛନ୍ତି ।

Image result for this man becomes a woman after 8 years of marriage"

ଜେମ୍ସ ତାଙ୍କ ପତ୍ନୀ ଆଇରୀୟନଙ୍କୁ ନିଜକୁ ନାରୀରେ ପରିବର୍ତ୍ତନ କରିବାର ଏହି ଇଛାକୁ ଚାରି ମାସ ପୂର୍ବରୁ କହିଥିଲେ । ଆଇରୀୟନଙ୍କ କହିବା ଅନୁଯାୟୀ ହଠାତ ଦିନେ ଟିଭି ଦେଖୁଥିବା ସମୟରେ ଜେମ୍ସ ତାଙ୍କୁ ଚାହିଁ କହିଥିଲେ ଯେ ମୁଁ ଟ୍ରାନ୍ସଜେନ୍ଡର ଅଟେ ଓ ସେହି ସମୟରେ ତାଙ୍କୁ ଏକ ବହୁତ ବଡ଼ ଝଟକା ଲାଗିଥିଲା । ତେବେ ଏହି କଥାକୁ ଧୀରେ ଧୀରେ ସେ ଗ୍ରହଣ କରି ନେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.