ଛୋଟପିଲାଙ୍କୁ ଦେଉଛନ୍ତି କି ଫ୍ରୁଟ ଜୁସ ତାହେଲେ ହୋଇଯାଆନ୍ତୁ ସାବଧାନ

ଅନେକ ସମୟରେ ବାପା ମା’ ଛୋଟ ପିଲାଙ୍କୁ ସେମାନଙ୍କର ମନପସନ୍ଦର ଖାଦ୍ୟ ଓ ପାନୀୟ ଦେଇ ଦେଇଥାନ୍ତି । ତେବେ ସ୍ନେହବଶତଃ ଯଦି ଆପଣ ନିଜର ଛୋଟ ପିଲାକୁ ଫ୍ରୁଟ ଜୁସ ପିଇବାକୁ ଦେଉଥାନ୍ତି ଏବଂ ଏହା ତା’ ପାଇଁ ଭଲ ବୋଲି ଭାବୁଥାନ୍ତି ତା ହେଲେ ସତର୍କ ହୋଇଯାଆନ୍ତୁ । ଛୋଟ ପିଲାଙ୍କ ପାଇଁ ବିଶେଷ କରି ୩ ବର୍ଷରୁ କମ୍ ପିଲାଙ୍କ ପାଇଁ ଏହା ଆଦୌ ସ୍ୱାସ୍ଥ୍ୟକର ନୁହେଁ ।

Image result for do not give fruit juice to your children"

ଡାକ୍ତରମାନଙ୍କ ଅନୁସାରେ ଫ୍ରୁଟ ଜୁସ ବା ଫଳରସରେ ଫାଇବର ନଥାଏ । ତା’ ବଦଳରେ ପ୍ରଚୁର ପରିମାଣରେ ଗ୍ଲୁକୋଜ ରହିଥାଏ । ଯାହାକି ଖୁବ୍ କମ ବୟସରୁ ପିଲାକୁ ମୋଟାପଣର ଶିକାର କରାଏ । ଏହାଯୋଗୁ ଶିଶୁର ବିକାଶ ଠିକ ଭାବେ ହୋଇପାରେନାହିଁ। କେବଳ ସେତିକି ନୁହେଁ, ଫଳରସରେ ଚିନିର ମାତ୍ରା ଅଧିକ ରହିଥିବାରୁ ଏହା ଶିଶୁର ଦାନ୍ତ କ୍ଷୟର କାରଣ ମଧ୍ୟ ପାଲଟିଥାଏ । ଏହା ବଦଳରେ ଆପଣ ପିଲାକୁ ତାଜା ଫଳ ଦେଇପାରିବେ । ସେଥିରେ ଫାଇବର ଥିବାରୁ ତାହା ସହଜରେ ହଜମ ହେବା ସହିତ ଅତ୍ୟଧିକ ଶର୍କରା ଅଂଶ ଶିଶୁର ଦେହକୁ ଯାଏନାହିଁ । ସେହିପରି ଫଳ ଖାଇଲେ ପିଲାର ପେଟ ପୂରିଗଲା ପରି ଲାଗେ । ତେଣୁ ସେ ବାରମ୍ବାର ଖାଦ୍ୟ ଖାଇବାକୁ ଅଳି କରେନାହିଁ ।

Image result for do not give fruit juice to your children"

ଶିଶୁର ଶରୀରରେ ଜଳୀୟ ଅଂଶ ପୂରଣ କରିବା ଲାଗି ଆପଣ ଫଳରସ ବଦଳରେ ପାଣି ଓ କ୍ଷୀର ଦେଇପାରିବେ । ଏହାଦ୍ୱାରା ତାର ଶରୀରକୁ ଅନେକ ପରିମାଣରେ ଭିଟାମିନ ଏବଂ କ୍ୟାଲସିୟମ ମଧ୍ୟ ଯିବ ଯାହାକି ଫଳରସରେ ନଥାଏ । ଅନ୍ୟପଟେ କେବଳ ଫଳରସ ନୁହେଁ, ଶିଶୁଙ୍କୁ ବାସ୍ନାଯୁକ୍ତ ଡ୍ରିଙ୍କସ, ଏନର୍ଜି ଡ୍ରିଙ୍କସଠାରୁ ମଧ୍ୟ ଦୂରେଇ ରଖିବା ଆବଶ୍ୟକ। ସେହିସବୁ ଡ୍ରିଙ୍କସରେ ଇ.କୋଲି ବ୍ୟାକ୍ଟେରିଆ ଥାଏ ଯାହାକି ଶିଶୁକୁ କ୍ଷତି ପହଞ୍ଚାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.