ଫାଶୀ ପାଇଁ ତିହାର ଜେଲରେ ହେଲା ରିହରସଲ, ନୂଆକରି ଅଣାଗଲା ୧୧ଟି ଫାଶୀ ଦଉଡ଼ି

ଦେଶବ୍ୟାପି କଷ୍ଟ ଦେଇଥିବା ନିର୍ଭୟା କାଣ୍ଡର ୪ ଅଭିଯୁକ୍ତ ଏବେ ତିହାର ଜେଲରେ ବନ୍ଦୀ ଅଛନ୍ତି। ନିର୍ଭୟା ସହିତ ପଶୁ ଭଳି କର୍ମ କରିଥିବା ଏହି ୪ ଦୋଷୀଙ୍କ ମଧ୍ୟରୁ ବିନୟ ଶର୍ମାକୁ ମଣ୍ଡଳ କାରାଗାରରୁ ତିହାର ଜେଲକୁ ସ୍ଥାନାନ୍ତର କରାଯାଇଛି। ଏହା ଭିତରେ ଖବର ମିଳିଛି ଯେ  ତିହାର ଜେଲରେ ଫାଶୀ ପାଇଁ ଏକ ପ୍ରାକ୍ଟିସ କାର୍ଯ୍ୟକ୍ରମ ହୋଇସାରିଛି। ଅଭିଯୁକ୍ତ ମାନଙ୍କ ଶରୀର ଓଜନର ବାଲି ବସ୍ତା ଲଟକାଯାଇ ପରୀକ୍ଷା କରାଯାଇଛି। ଖବର ମୁତାବକ ମଙ୍ଗଳବାର ଦିନ ତିହାର ଜେଲର ଫାଶୀ ଦିଆଯାଥିବା ଘରର ରଙ୍ଗ ଲେପନ କରାଯାଇଛି ଓ ଏହା ସହିତ  ୧୧ ଟି ଫାଶୀ ଦୌଡି ମଧ୍ୟ ଆସି ଜେଲ ପରିସରରେ ପହଞ୍ଚି ଯାଇଛି।

ଡିସେମ୍ବର ୨୦୧୨ରେ ହୋଇଥିବା ଏହି ଘଟଣାର ଦିଲ୍ଲୀ ହାଇକୋର୍ଟ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଥିଲେ ପରେ ସୁପ୍ରିମକୋର୍ଟ ଏହାର ପୂନର୍ବିଚାର  କରି ୨୦୧୭ରେ ଅଭିଯୁକ୍ତମାନଙ୍କ ପାଶୀ ଦଣ୍ଡାଦେଶକୁ କୟାମ ରଖିଥିଲେ।

ନିର୍ଭୟା  କାଣ୍ଡ ଘଟାଇ ଥିବା ୬ ଅଭିଯୁକ୍ତ ମାନଙ୍କ ମଧ୍ୟରୁ  ରାମସିଂହ ନାମକ ଜଣେ ଅଭିଯୁକ୍ତ ତିହାର ଜେଲରେ  ଆତ୍ମହତ୍ୟା  କରିଦେଇଥିଲେ। ଆଉଜଣେ  ଅଭିଯୁକ୍ତ ନାବାଳକ ଥିଲା ତେଣୁ ତାକୁ କିଶୋର ନ୍ୟାୟବୋର୍ଡ ଦୋଷୀ ରୂପେ ବିବେଚନ କରି ୩ ବର୍ଷ ପାଇଁ ବାଳ ସୁଧାର ଗୃହକୁ ସ୍ଥାନାନ୍ତର କରିଥିଲା। ୩ବର୍ଷ ପୂରଣ କରିବା ପରେ ନାବାଳକ ଅଭିଯୁକ୍ତକୁ ଖଲାସ  କରାଯାଇଥିଲା।

ହତ୍ୟାକାରୀଙ୍କ ମଧ୍ୟରେ ଅକ୍ଷୟ କୁମାର ସିଂହ ନାମକ ଜଣେ ଅଭିଯୁକ୍ତ ମୃତ୍ୟୁ ଦଣ୍ଡାଦେଶର ପୁନର୍ବିଚାର କରିବାପାଇଁ ସୁପ୍ରିମ କୋର୍ଟରେ  ଆବେଦନ କରିଛି। କିନ୍ତୁ ସେହି ଅଭିଯୁକ୍ତ ଏଭଳି ଆବେଦନ କରିଛି ଯେ ଯାହା ଏକ ସାଧାରଣରେ  ହାସ୍ୟାସ୍ପଦ ଚର୍ଚ୍ଚା ହୋଇଛି।  ସେ ପୂନର୍ବିଚାର ଆବେଦନରେ ଲେଖିଛି ଯେ ‘ଦିଲ୍ଲୀର ପ୍ରଦୂଷଣ ମାତ୍ରା ଏମିତିରେ ଜୀବନଘାତକ ସାଜିଛି , ତେଣୁ ମୋତେ ଫାଶୀ କାହିଁକି ଦେଉଛନ୍ତି? ଏହି ଭଳି ପରିବେଶରେ ଫାଶୀର ସଜା ଆବଶ୍ୟକ ପଡିନଥାଏ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.