ମାତ୍ର ୫ମିିନିଟରେ ତିଆରି କରନ୍ତୁ ଟେଷ୍ଟି ଓଟ୍ସ ପ୍ୟାନ କେକ୍, ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳୀ

ଓଟ୍ସ ଫୁଡ କଥା ସମସ୍ତେ ଶୁଣିଥିବେ କିନ୍ତୁ ଏହାକୁ ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରିନଥାନ୍ତି। ତେଣୁ ଏହାକୁ ଟ୍ରାୟ କରିବା ପାଇଁ ଆପଣାନ୍ତି ଭିନ୍ନ ଭିନ୍ନ ଉପାୟ। ଓଟ୍ସକୁ ନେଇ ଆଜି ଆମେ ଏକ ବଢ଼ିଆ ରେସିପି ସମ୍ପର୍କରେ ଆପଣଙ୍କ ସହ ସେୟାର କରିବୁ। ଏହାର ନାମ ହେଉଛି ଓଟ୍ସ ପ୍ୟାନକେକ୍। ଯାହା ତିଆରି ହୋଇଥାଏ ଖବୁ କମ ସମୟରେ। ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଖୁବ ଭଲ ହୋଇଥାଏ।
ଆବଶ୍ୟକ ସମାଗ୍ରୀ:
.୧/୨ କପ ରୋଲ୍ଡ ଓଟ୍ସ
.୧/୨ କପ କ୍ଷୀର
.୨ଟି ଅଣ୍ଡା
.ଅଳ୍ପ ଲୁଣ
.୧ ଟି-ସ୍ପୁନ ଲବଙ୍ଗ ପାଉଡ଼ର
.୧ ସେଓ
.୧/୪ ଟି-ସ୍ପୁନ ଜାଇଫଳ ପାଉଡ଼ର
.୧/୪ ଟି-ସ୍ପୁନ ଅଦା ପାଉଡ଼ର
.୧ ଟେବୁଲ ସ୍ପୁନ ବେକିଂ ପାଉଡ଼ର
.୫ ଟେବୁଲ ସ୍ପୁନ ନଡ଼ିଆ ତେଳ
.ମେପଲ ସିରପ
.କ୍ରାନବେରୀ

ପ୍ରସ୍ତୁତି ପ୍ରଣାଳୀ:
ଓଟ୍ସକୁ ପ୍ରଥମେ ଅଳ୍ପ ଗରମ କରି ଏହାକୁ ପରେ ଗ୍ରାଇଣ୍ଡ କରିନିଅନ୍ତୁ। ଏଥିରେ କ୍ଷୀର, ଅଣ୍ଡା, ଲୁଣ, ଭାନିଲା, ଚିନି, ସେଓ , ମସଲା ପାଉଡ଼ର , ବେକିଂ ପାଉଡ଼ର ସହ ଶେଷରେ ନଡ଼ିଆ ତେଲ ମିଶାନ୍ତୁ। ସବୁକୁ ଏକାଠି ଗ୍ରାଇଣ୍ଡ କରିନିଅନ୍ତୁ। ସ୍ମଦି ହେବା ପରେ ଏହାକୁ ଧିରେ ଧିରେ ତାଓ୍ଵାରେ ପକାଇ ଚକୁଳିର ଆକାର ଦିଅନ୍ତୁ। କିଛି ସମୟ ପରେ ଏହାକୁ ଓଲଟାଇ ଦିଅନ୍ତୁ। ସିିଝି ଯିବା ପରେ ପ୍ୟାନରୁ ବାହାର କରିଦିଅନ୍ତୁ । ମେପଲ ସିରପ ସହ ନଡ଼ିଆ କୋରାକୁ ପକାଇ ଏହାକୁ ସର୍ଭ କରନ୍ତୁ। କ୍ରାନବେରୀ ବି ପକାଇ ପାରିବେ।