ସହଜ ତରିକାରେ ବନାନ୍ତୁ ଚଣା ମସଲା ତରକାରୀ

ଘରେ ପରିବା ନଥିଲେ ଆପଣ କିଛି ଚଟାପଟ ବନାଇ ପାରିବେ । ଚଟାପଟ ଖାଦ୍ୟ ଭିତରେ ଚଣା ମସଲା ସବୁଠୁ ସହଜ ତରିକା । ମାତ୍ର ୧୦ ମିନିଟରେ ଏହି ଖାଦ୍ୟ ତିଆରି ହୋଇପାରିବ । ଏହାକୁ ଆପଣ ରୁଟି ଓ ନାନ ସହ ଖାଇପାରିବେ । ଆସନ୍ତୁ ଜାଣିବା ଏହାକୁ ବନାଇବାର ତରିକା ।

ସାମଗ୍ରୀ :

• ଚଣା –୧୦୦ ଗ୍ରାମ
• ତେଲ –୩ ଚାମଚ
• ଜିରା – ୧/୨ ଚାମଚ
• କରିପତ୍ର – ୫/୬ ଟି
• ପିଆଜ – ୧ ଟି
• କଞ୍ଚା ଲଙ୍କା – ୩ ଟି
• ଅଦା ରସୁଣ ପେଷ୍ଟ – ୧/୨ ଚାମଚ
• ଲଙ୍କା ପାଉଡର – ୧ ଚାମଚ
• ଧନିଆ ପାଉଡର – ୧/୨ ଚାମଚ
• ଲୁଣ – ସ୍ୱାଦ ଅନୁସାରେ
• ଗରମ ମସଲା – ୧ ଚାମଚ
• ନଡିଆ ପାଉଡର – ୧ ଚାମଚ
• ଲେମ୍ବୁ ରସ – ୨ ଚାମଚ
• କିଛି ଧନିଆ ପତ୍ର

ପ୍ରସ୍ତୁତି ବିଧି –

୧. ପ୍ରଥମେ ଗ୍ୟାସରେ କଡାଇ ବସାଇ ଏଥିରେ ତେଲ ଓ ଜିରା ପକାନ୍ତୁ ।

୨. ପୁଣି ଏଥିରେ କରି ପତ୍ର ପକାନ୍ତୁ ଓ କିଛି ପିଆଜ, କଞ୍ଚା ଲଙ୍କା ପକାଇ କିଛି ସମୟ ଭାଜନ୍ତୁ ।

୩. ଏବେ ଅଦା ରସୁଣ ପେଷ୍ଟ,ଲଙ୍କା ପାଉଡର, ଧନିଆ ପାଉଡର ଓ କିଛି ଲୁଣ ପକାଇ ଏହାକୁ ଭାଜନ୍ତୁ ।

୪. ଏଥିରେ ଚଣା ପକାଇ କିଛି ସମୟ ଯାଏ ଫ୍ରାଏ କରନ୍ତୁ । ଏହାପରେ କିଛି ପାଣି ପକାନ୍ତୁ ।

୫. ଏବେ ଏଥିରେ ନଡିଆ ପାଉଡର ଓ ଗରମ ମସଲା ପକାଇ ଘୋଡାଇ କରି ୪ ରୁ ୫ ମିନିଟ ଯାଏ ଫ୍ରାଏ କରନ୍ତୁ ।

୬. ପୁଣି ଏଥିରେ ଲେମ୍ବୁ ରସ ଓ ନଡିଆ ପାଉଡର ପକାଇ ଗ୍ୟାସ ବନ୍ଦ କରନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ଚଣା ମସଲା ତରକାରି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.