ହାର୍ଟ ସମସ୍ୟା ଥିଲେ ଅଧିକ ଖାଆନ୍ତୁ ନାହିଁ କିଓ୍ଵି, ଫାଇଦା ବଦଳରେ ହେବେ ହଇରାଣ

ହାର୍ଟ ପ୍ରୋବ୍ଲେମ ହେଉ ଅବା କୌଣସି ପ୍ରକାରର ସଂକ୍ରମଣ, କୁହାଯାଏ କିଓ୍ଵି ସବୁ ରୋଗ ପାଇଁ ରାମବାଣ। ଏହି ଫଳ ବିଷୟରେ ବହୁତ କମ୍‌ ଲୋକ ଜାଣନ୍ତି ଆଉ ଦାମ୍‌ ଅଧିକ ହୋଇଥିବାରୁ ବହୁତ କମ୍‌ ଲୋକ ମଧ୍ୟ ଖାଆନ୍ତି। ଯଦି ଆପଣ ଏହି ଫଳକୁ ଅଧିକ ଖାଇବେ ତେବେ ଏହାର ଫାଇଦା ନୁହେଁ କ୍ଷତି ପହଞ୍ଚିପାରେ।

କିଓ୍ଵି, ଏମିତି ଏକ ଫଳ। ଯାହାକୁ ଦିନରେ ଥରେ ମାତ୍ର ଖାଇଲେ ଶରୀର ପାଇଁ ଏହା ଅନେକ ଫାଇଦା ଯୋଗାଏ। କିଓ୍ଵିରେ ଫାଇବର, ଭିଟାମିନ-ଇ, ପଲିଫେନାଲ୍ସ ଏବଂ କ୍ୟାରେଟିନଏଡ୍‌ ଭରପୂର ମାତ୍ରାରେ ରହିଥାଏ। ଯାହା ଆପଣଙ୍କୁ ଅନେକ ରୋଗରୁ ମୁକ୍ତି ଦିଏ। ହାର୍ଟ ହେଲ୍ଥ ସହ ଭଲ ନିଦ ପାଇଁ ପ୍ରତିଦିନ ଗୋଟିଏ ଲେଖାଏଁ କିଓ୍ଵି ଖାଇଲେ ଭଲ ପ୍ରଭାବ ପକାଇଥାଏ। ତେବେ କିଓ୍ଵି ଖାଇଲେ କ’ଣ କ୍ଷତି ପହଞ୍ଚେ ଆସନ୍ତୁ ଜାଣିବା…

– ଡେଙ୍ଗୁ ହେବା ଯୋଗୁଁ ପ୍ଲେଟଲେଟ୍‌ କାଉଣ୍ଟ ବଢାଇବା ହେଉ କିମ୍ବା ଭାଇରଲ ସଂକ୍ରମଣରୁ ବର୍ତ୍ତିବା ହେଉ କିଓ୍ଵିକୁ ଖାଇପାରିବେ। କିଓ୍ଵିରେ ଆଣ୍ଟି ଇମ୍ଫ୍ଲୋମେଣ୍ଟାରୀ, ଆଣ୍ଟି ଅକ୍ସିଡାଣ୍ଟ ସହିତ ଭିଟାମିନ ବି ୬, ଭିଟାମିନ ସି, ଫାଇବର, କ୍ୟାଲସିଅମ, ପୋଟାସିଅମ, କାର୍ବୋହାଇଡ୍ରେଟ, ଫସଫରସ, ମ୍ୟାଗ୍ନେସିଅମ, କପର, ଜିଙ୍କ, ନିୟାସିନ ବିଟା କେରାଟିନ ଇତ୍ୟାଦି ପୋଷକ ତତ୍ତ୍ୱ ରହିଥାଏ। ଯାହା ସବୁ ପ୍ରକାର ରୋଗକୁ ଦୂର ରଖିବାରେ ସହାୟକ ହୋଇଥାଏ।

– ଖାଇବାକୁ ଖଟା ଲାଗୁଥିବା ଏହି ଫଳ ଶରୀର ପାଇଁ ବେଶ୍‌ ଫାଇଦାଯୁକ୍ତ ହୋଇଥାଏ। ଯଦି ଏହାକୁ ଅଧିକ ମାତ୍ରାରେ ଖାଇବେ, ତେବେ ଶରୀର ଉପରେ ଖରାପ ପ୍ରଭାବ ପଡିଥାଏ। କିଓ୍ଵି ଅଧିକ ଖାଇଲେ ସ୍କିନ ରାସେସ, ସ୍ୱେଲିଂ, ରାସେସ, ଆସ୍ଥମା, ମୁହଁ କୁଣ୍ଡେଇ ହେବା, ଆଲର୍ଜି ଭଳି ସମସ୍ୟା ହୋଇଥାଏ।

kiwi-1

– ଏହାଛଡା କିଡନୀ ସମସ୍ୟା ଥିଲେ ମଧ୍ୟ କିଓ୍ଵିରେ ଥିବା ଫାଇବର ଡାଇରିଆ, ପେଟ ଯନ୍ତ୍ରଣା, ବାନ୍ତି ଇତ୍ୟାଦି ସମସ୍ୟା ଉତ୍ପନ୍ନ କରିଥାଏ। ତେଣୁ ଆପଣ ଅଧିକ ମାତ୍ରାରେ ଏହି ଫଳ ଖାଇବା ଉଚିତ ନୁହେଁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.