Below header

ତରବରିଆରେ ଖାଦ୍ୟ ଖାଆନ୍ତୁ ନାହିଁ, ଶରୀର ପାଇଁ ହୋଇପାରେ କ୍ଷତିକାରକ,ଜାଣନ୍ତୁ କାରଣ

କିଛି ଲୋକ ସମୟ ଅଭାବ କାରଣରୁ ତରବର ଭାବେ ଖାଦ୍ୟ ଖାଇଥାନ୍ତି । ହେଲେ ଆପଣ ଜାଣି ନାହାଁନ୍ତି ଯେ ଏହା ଶରୀର ପାଇଁ କେତେ କ୍ଷତିକାରକ । ତରବରରେ ଖାଦ୍ୟ ଖାଇବା ଦ୍ୱାରା ଏହା ପାଚନ ତନ୍ତ୍ର ଖରାପ କରିଥାଏ । ଆସନ୍ତୁ ଜାଣିବା କିପରି ଭୋଜନ କରିବା ଉଚିତ୍‌ । ଫଳରେ ଏହା ଆରାମରେ ହଜମ ହୋଇଥାଏ ।

ବଢ଼ିବ ମୋଟାପଣ :

ତରବରରେ ଖାଦ୍ୟ ଖାଇବା ଦ୍ୱାରା ଆପଣଙ୍କ ମୋଟାପଣ ବଢ଼ିପାରେ । ଆପଣଙ୍କ ଓଜନ ମଧ୍ୟ କଣ୍ଟ୍ରୋଲରେ ରହିବା ନାହିଁ ।

eating habit
photo credit: The Guardian

ଶୁଗାର ବି ବଢ଼ିପାରେ :

ଜଲଦି ଖାଦ୍ୟ ଖାଇବା ଦ୍ୱାରା ଆପଣଙ୍କ ଶୁଗାର ଲେବଲ ମଧ୍ୟ ବଢ଼ିପାରେ । କାରଣ ଶୀଘ୍ର ଖାଦ୍ୟ ଖାଇବା ଦ୍ୱାରା ଶରୀର ଇନ୍‌ସୁଲିନ ପ୍ରତିରୋଧୀ ହୋଇଥାଏ ।ଫଳରେ ଡାଇବେଟିସ ଆଶଙ୍କା ବଢ଼ିଥାଏ ।

ଏସିଡିଟି :

ଜଲଦୀ ଖାଦ୍ୟ ଖାଇବା ଦ୍ୱାରା ଆପଣଙ୍କର ଏସିଡିଟି ବଢ଼ିଥାଏ । ଏହାଦ୍ୱାରା ପେଟରେ ଜ୍ୱଳନ, ବାନ୍ତି ଆଦି ସମସ୍ୟା ବଢ଼ିଥାଏ । କାରଣ ଆମର ପାଚନତନ୍ତ୍ର ଗଡବଡ଼ ହୋଇଥାଏ । ଏହାଦ୍ୱାରା କୋଲେଷ୍ଟରାଲ ମଧ୍ୟ ବଢ଼ିଥାଏ । ଫଳରେ ହାର୍ଟ ରୋଗ ସମସ୍ୟା ମଧ୍ୟ ବଢ଼ିବାର ଆଶଙ୍କା ଦେଖାଦେଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.