ସାବଧାନ ! ଖାଉଛନ୍ତି କି ଫ୍ରିଜ ରେ ରଖିଥିବା ବାସି ଖାଦ୍ୟ, ଚାଲି ଯାଇପାରେ ଜୀବନ

ନୂଆଦିଲ୍ଲୀ : ଫ୍ରିଜ୍ରେ ଦୀର୍ଘ ସମୟ ଧରି ରଖା ଯାଇଥିବା ଖାଦ୍ୟକୁ ଖାଇବା ଦ୍ୱାରା ଆପଣଙ୍କୁ ହସ୍ପିଟାଲ ମଧ୍ୟ ଯିବାକୁ ପଡ଼ିପାରେ | ବ୍ରିଟେନରେ ଏମିତି ଏକ ମାମଲା ସାମନାକୁ ଆସିଛି | ଯେଉଁଥିରେ ଫ୍ରିଜ୍ରେ ରଖିଥିବା ବାସି ଖାଦ୍ୟକୁ ନେଇ ଜଣେ ଯୁବକଙ୍କୁ ଉଭୟ ଗୋଡ଼ କାଟିବା ସହ ହାତର ଆଙ୍ଗୁଠି ମଧ୍ୟ ଶରୀରରୁ ଅଲଗା କରିବାକୁ ପଡ଼ିଛି |
ଇଂଲଣ୍ଡ ଜର୍ନଲ ଅଫ୍ ମେଡିସିନ୍ର ରିପୋର୍ଟ ଅନୁଯାଇ , ଜେସି ନାମକ ଜଣେ ଷ୍ଟୁଡେଣ୍ଟଙ୍କର କୌଣସି ପ୍ରକାରର ଆଲର୍ଜି ନଥିଲା | ସେ କେବେ ମଦ୍ୟପାନ ବି କରିନଥିଲେ | ଜେସି ଗୋଟିଏ ରାତି ପୂର୍ବରୁ ଖାଇବା ପାଇଁ ରେଷ୍ଟୁରାଣ୍ଟରୁ ନୁଡଲ୍ସ ଓ ଚିକେନ ରୁମ୍ କୁ ଆଣି ଥିଲେ | ଭୋଜନ କରିବା ପରେ ବଳକା ଖାଦ୍ୟକୁ ଫ୍ରିଜ୍ରେ ରଖି ଦେଇଥିଲେ |
ତାପର ଦିନ ଜେସି ଫ୍ରିଜ୍ରେ ରଖିଥିବା ସେହି ଭୋଜନ ଖାଇଥିଲେ | ସେହି ବାସି ଭୋଜନକୁ ଖାଇବା କ୍ଷଣି ଜେସିଙ୍କୁ ହଠାତ୍ ଖୁବ୍ ଜୋରରେ ଜ୍ୱର ହୋଇଥିଲା ଏବଂ ହାର୍ଟବିଟ୍ ମଧ୍ୟ ବହୁତ ବଢ଼ି ଯାଇଥିଲା | ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରା ଯାଇଥିଲା | ଡାକ୍ତର ତାଙ୍କର ଚେକ୍ଅପ୍ ରୁ ଜାଣିବାକୁ ପାଇଥିଲେ ଯେ, ଜେସିଙ୍କୁ ବ୍ୟାକ୍ଟିରିଆଲ ଇନଫେକ୍ସନ ହୋଇଥିଲା | ଏଥିଯୋଗୁଁ ତାଙ୍କୁ ସେପ୍ସିସ ରୋଗ ହୋଇଥିଲା |
ଏହି ରୋଗ କାରଣରୁ ତାଙ୍କର କିଡନୀ କାମ କରିବା ବନ୍ଦ କରିଦେଇ ଥିଲା ଏବଂ ତାଙ୍କର ରକ୍ତ ମଧ୍ୟ ଜମିବାକୁ ଲାଗିଲା | ତାଙ୍କ ଶରୀରରେ ସେପ୍ସିସର ଇନଫେକ୍ସନ ଜୋରରେ ବ୍ୟାପୁଥିଲା | ତାଙ୍କର ଜୀବନ ବଞ୍ଚାଇବା ପାଇଁ ଡାକ୍ତରମାନେ ପ୍ରଥମେ ତାଙ୍କର ହାତର ଆଙ୍ଗୁଠି ଓ ପରେ ଦୁଇ ଗୋଡ଼ କାଟିଦେଲେ | ପାଖାପାଖି ୨୬ ଦିନ ଯାଏ ବେହୋସ ରହିବା ପରେ ତାଙ୍କର ଚେତା ଆସିଲା | ସେପର୍ଯ୍ୟନ୍ତ ସେ ସବୁକିଛି ହରାଇ ସାରିଥିଲେ |
ମେଡିକାଲ ବିଶେଷଜ୍ଞଙ୍କ ମୁତାବିକ , ବ୍ୟାକ୍ଟେରିଆ ସଂକ୍ରମଣ ଯୋଗୁଁ ସେପ୍ସିସ ହୋଇଥାଏ | ଏହି ରୋଗ କରୋନା ଭାଇରସ , ଇନଫ୍ଲୁଏଞ୍ଜା ଓ ଫଙ୍ଗଲ ସଂକ୍ରମଣ କାରଣରୁ ମଧ୍ୟ ହୋଇପାରେ | ରିସର୍ଚ୍ଚରୁ ଏହି କଥା ସ୍ପଷ୍ଟ ହୋଇ ପାରିନାହିଁ କି ରେଷ୍ଟୁରାଣ୍ଟରୁ ଅଣା ଯାଇଥିବା ଖାଦ୍ୟରେ ବ୍ୟାକ୍ଟେରିଆ କେମିତି ହେଇଗଲା |
ହେଲେ ଡାକ୍ତରଙ୍କ କହିବା ଅନୁସାରେ ଫ୍ରିଜ୍ରେ ରଖିବା କାରଣରୁ ଏଥିରେ ବ୍ୟାକ୍ଟେରିଆ ରହିଯାଇଥିବା ଆଶଙ୍କା କରାଯାଉଛି | ତେଣୁ ବିଶେଷଜ୍ଞଙ୍କ ମତରେ ଫ୍ରିଜ ରେ ବେଶୀ ସମୟ ଯାଏ ଖାଦ୍ୟ ରଖିବା କଥା ନୁହେ | ଯେବେ ବି ଫ୍ରିଜ୍ରୁ ଖାଦ୍ୟ ବାହାରକୁ ଆଣୁଛନ୍ତି, ଏହାକୁ ଖାଇବା ପୂର୍ବରୁ ଭଲ ଭାବେ ଗରମ କରିବା ଜରୁରୀ |