ସାବଧାନ ! କାକୁଡି ସହିତ ଟମାଟର ମିଶାଇ ଖାଇଲେ ଭୋଗିବେ ଏହିସବୁ ସମସ୍ୟା

ସାଲାଡ କରିବା ବେଳେ କାକୁଡି ଏବଂ ଟମାଟ ବ୍ୟବହାର କରିବା ସମାନ୍ୟ କଥା। କାକୁଡି ଓ ଟମାଟୋ ବିନା ସାଲାଡ଼ର କଳ୍ପନା ମଧ୍ୟ କରାଯାଇ ପାରିବ ନାହିଁ। ଯାହା ଶରୀର ପାଇଁ ସାଲାଡ଼ ବହୁତ ହିତକର । ବିଶେଷକରି ଗରମ ଦିନରେ ସାଲାଡ଼ ବହୁତ ଉପାଦେୟ । ପ୍ରତିଦିନ ଭୋଜନରେ ସାଲାଡ଼ ଖାଇଲେ ଶରୀର ସୁସ୍ଥ ରହେ। କିନ୍ତୁ ଆପଣ ଜାଣିଛନ୍ତି ସାଲାଡ଼ର ପ୍ରଭାବ ପାଚନ ତନ୍ତ୍ର ଉପରେ ପଡିଥାଏ ?

ବିଶେଷଜ୍ଞଙ୍କ କହିବାନୁଯାୟୀ, କାକୁଡିର ପୋଷାକ ତତ୍ତ୍ୱ ରହିଛି ଯାହା ଶରୀରକୁ ହାଇଡ୍ରେଟେଡ଼ ରଖିଥାଏ । କାକୁଡିରେ ଏମିତି ଏକ ଗୁଣ ମଧ୍ୟ ରହିଛି ଯାହା ଭିଟାମିନ-ସି ଅବଶୋଷଣ ସହ ହସ୍ତକ୍ଷେପ କରିଥାଏ। ସେଥିପାଇଁ ଟମାଟୋ ଓ କାକୁଡିକୁ ଏକାସଙ୍ଗେ ଖାଇବାକୁ ବାରଣ କରାଯାଇଥାଏ । ଟମାଟୋ ଓ କାକୁଡି ଅଲଗା ଅଲଗା ଭାବେ ହଜମ ହୋଇଥାଏ ଯେଉଁଥିପାଇଁ ମିଶେଇ ଖାଇବାକୁ ବାରଣ କରାଯାଇଥାଏ।

kakudi

ବିଶେଷଜ୍ଞଙ୍କ ଅନୁଯାୟୀ, କାକୁଡି ଓ ଟମାଟୋ ଏକାସଙ୍ଗେ ଖାଇଲେ ଏସିଡ ଫରମେସନ ଓ ବାନ୍ତିର କାରଣ ହୋଇଥାଏ । ପାଚନ କ୍ରିୟା ସମୟରେ ପ୍ରତ୍ୟେକ ଖାଦ୍ୟ ଭିନ୍ନ ଭିନ୍ନ ଭାବେ ରିଆକ୍ଟ କରିଥାଏ । କିଛି ଆହାର ସହଜରେ ହଜମ ହୋଇଯାଇଥାଏ କିନ୍ତୁ ଆଉ କିଛି ଆହାର ହଜମ ହେବାକୁ ବହୁତ ଅଧିକ ସମୟ ନେଇଥାନ୍ତି । ଦୁଇଟି ଆହାରର ମିଶ୍ରଣ ମଧ୍ୟ ହଜମ ହେବାକୁ ଅଲଗା ଅଲଗା ସମୟ ନେଇଥାଏ ।ଏହାଦ୍ୱାରା ପେଟରେ ଯନ୍ତ୍ରଣା, ଗ୍ୟାସ, ଥକାପଣ ଦେଖାଦେଇଥାଏ ।

salad

କାକୁଡିରେ ଅଧିକ ମାତ୍ରାରେ ଜଳୀୟ ଅଂଶ ଥିବାରୁ ପେଟ ପାଇଁ ହାଲୁକା ପ୍ରମାଣିତ ହୋଇଥାଏ ଏବଂ ହଜମ ହେବାପାଇଁ କମ ସମୟ ନେଇଥାଏ। କିନ୍ତୁ ଟମାଟୋ ଓ ଟମାଟୋ ମଞ୍ଜି ହଜମ ହେବାକୁ ଅଧିକ ସମୟ ନେଇଥାଏ । ସେଥିପାଇଁ ଏହିଭଳି ଦୁଇଟି ପରିବାକୁ ମିଶାଇ ଖାଇବା ଦ୍ୱାରା ଫର୍ମେଣ୍ଟେସନ ପ୍ରକ୍ରିୟାରେ ଗ୍ୟାସ ଓ ତରଳ ପଦାର୍ଥ ନିର୍ଗତ ହୋଇଥାଏ । ସେଥିପାଇଁ କାକୁଡି ଓ ଟମାଟୋକୁ ମିଶାଇ ଖାଇବା ଅନୁଚିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.