ସେଓ ଖାଉଥିଲେ ସାବଧାନ, ହୋଇପାରେ ଏହି ବଡ ଅସୁବିଧା

ମଣିଷ ଶରୀର ପାଇଁ ଅନ୍ୟ ସବୁ ଖାଦ୍ୟ ଯେତିକି ଦରକାର। ଫଳ ଖାଇବା ମଧ୍ୟ ସେତିକି ଦରକାର। କାରଣ ଏଥିରେ ଅଧିକ ମାତ୍ରାରେ ରହିଥାଏ ଆଣ୍ଟିଅକ୍ସିଡାଣ୍ଟ। ସେଥିପାଇଁ ଡାକ୍ତର କହିଥାନ୍ତି ନିଜ ଖାଦ୍ୟରେ ପ୍ରତ୍ୟେକ ଦିନ ଫଳ ଖାଇବା ଦରକାର। ପୁଣି ସବୁଦିନେ ସେଓ ଖାଇବା ପାଇଁ ମଧ୍ୟ କହିଥାନ୍ତି। କିନ୍ତୁ ଆପଣ କ’ଣ ଜାଣନ୍ତି କି ? ସବୁଦିନେ ସେଓ ଖାଇବା ମଧ୍ୟ ଆମ ଶରୀର ପାଇଁ କ୍ଷତିକାରକ ହୋଇପାରେ। କାରଣ ଆପଣ ଯଦି ଅଧିକ ମାତ୍ରାରେ ସେଓ ଖାଇବେ ତେବେ ଆପଣଙ୍କର ପେଟ ଜନିତ ରୋଗ ସୃଷ୍ଟି ହେବାରେ ଆଶଙ୍କା ରହିଛି। ଏମିତିକି କିଛି ଲୋକ ସେଓ ଖାଇବା ପରେ ପେଟ ଯନ୍ତ୍ରଣା ହେଉଥିବା କୁହନ୍ତି।

digest problems
Picture Credit- Narayan health

ହଜମ କରିବାରେ ଅସୁବିଧା:
କହିବାକୁ ଗଲେ ଫାଇବର ପାଇଁ ୨୦ ରୁ ୪୦ ଗ୍ରାମ ସେଓ ଦିନକୁ ଖାଇବା ଦରକାର କିନ୍ତୁ ବୟସ ଓ ଓଜନ ହିସାବରେ ଖାଇବା ଆବଶ୍ୟକ। ଜଣେ ଯଦି ୭୦ ଗ୍ରାମ ର ସେଓ ଖାଏ ତେବେ ଏହା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ହାନିକାରକ।

ବ୍ଲଡ ସୁଗାର ନିୟନ୍ତ୍ରଣରେ ଅସୁବିଧା:
ସେଓରେ ଅଧିକ ମାତ୍ରାରେ କାର୍ବୋହାଇଡ୍ରେଟ ରହିଥାଏ ଯାହା ଶରୀରକୁ ସଙ୍ଗେ ସଙ୍ଗେ ଏନର୍ଜି ଯୋଗାଇଥାଏ। କିନ୍ତୁ ଅଧିକ ସେଓ ଖାଇବା ଦ୍ଵାରା ବ୍ଲଡ ସୁଗାର ସ୍ପାଇକ ଅଧିକ ହୋଇଥାଏ। ତେଣୁ ଅଧିକ ସେଓ ଖାଇବା ଶରୀର ପାଇଁ କ୍ଷତିକାରକ।

ପେଷ୍ଟିସାଇଡ ଶରୀରକୁ ପ୍ରଭାବିତ କରେ:
ସେଓରେ ଥିବା ପେଷ୍ଟିସାଇଡ ପାଇଁ ଆପଣ ଅଧିକ କେମିକାଲ ମଧ୍ୟ।
ଓଜନ ବଢିବା:
ଯଦି ଆପଣ ନିଜର ଓଜନ ହ୍ରାସ କରିବା ପାଇଁ ଚାହୁଁଛନ୍ତି ତେବେ ଅଧିକ ସେଓ ଖାଇବା ଅନୁଚିତ। କାରଣ ଅଧିକ ସେଓ ଖାଇବା ଦ୍ବାରା ଓଜନ ମଧ୍ୟ ବଢ଼ିଥାଏ। ତେଣୁ ଯେଉଁମାନେ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ସେମାନେ କମ୍ ସେଓ ଖାଇବା ଦରକାର।

ଦାନ୍ତ ଖରାପ କରାଇପରେ:
ଅଧିକ ସେଓ ଖାଇବା ଦ୍ବାରା ଦାନ୍ତ ଖରାପ ହୋଇଥାଏ। ତେଣୁ ଜଣେ ବ୍ୟକ୍ତିଙ୍କୁ କେବଳ ଗୋଟେ କିମ୍ବା ଦୁଇଟି ସେଓ ଦିନରେ ଖାଇବା ଆବଶ୍ୟକ। କାରଣ ଖାସ କରି ଏହା ହଜମ ଅସୁବିଧା କରାଇଥାଏ। ତେଣୁ ଆପଣ ଯେକୌଣସି ଖାଦ୍ୟ ଖାଉଛନ୍ତି ଡାକ୍ତରଙ୍କ ପରମର୍ଶ ନେବା ଦରକାର।