ପରକୀୟା ପ୍ରୀତି ଯୁବକଙ୍କୁ ପଡିଲା ମହଙ୍ଗା: ନିଜ ସ୍ତ୍ରୀକୁ ଗୋଡାଇ ଗୋଡାଇ ମାଡ ମାରୁଥିବାବେଳେ ଗ୍ରାମବାସୀ ଦେଲେ ଉତ୍ତମ ମଧ୍ଯମ

ଜଳେଶ୍ଵର(କେନ୍ଯୁଜ୍): ପରକୀୟା ପ୍ରୀତି ପଡିଲା ମହଙ୍ଗା। ଯୁବକକୁ ରସିରେ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ଗ୍ରାମବାସୀ। ସୂଚନା ଅନୁଯାୟୀ ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ପାଳସାହି ଗ୍ରାମର ଜୀବନ ମାଝୀ । ଯିଏକି ବାଲିଆପାଳ ଥାନା ଅନ୍ତର୍ଗତ ଚୌମୁଖ ଅଞ୍ଚଳର ଅନ୍ନପୂର୍ଣ୍ଣାଙ୍କୁ ବିବାହ କରିଥିଲେ। ବିବାହର କିଛି ବର୍ଷ ପରେ ଜୀବନ ନିଜ ସ୍ତ୍ରୀ ଏବଂ ଦୁଇ ଛୁଆଙ୍କୁ ଛାଡି ଅନ୍ୟ ଜଣେ ମହିଳାଙ୍କୁ ନେଇ ଫରାର ହୋଇ ଯାଇଥିଲେ। ସ୍ୱାମୀ ଯିବା ପରେ ଅନ୍ନପୂର୍ଣ୍ନା ପୁଅ ଏବଂ ଶାଶୁଙ୍କ ସହ ଘରେ ରହୁଥିଲେ।

ତେବେ ଗତକାଲି ବଡ ପୁଅର ଜନ୍ମଦିନ ଥିବାରୁ ଜୀବନ ସଂଧ୍ୟାରେ ଘରକୁ ଆସିଥିଲେ । ପୁଅ ଜନ୍ମ ଦିନରେ ନୂଆ ଡ୍ରେସ ନେଇ ଆସିବାକୁ କହିବାରୁ ଜୀବନ ରାଗିଯାଇ ପୁଅକୁ ମାଡ ମାରିଥିଲେ । ଏଥିରେ ଅନ୍ନପୂର୍ଣ୍ଣା ପ୍ରତିବାଦ କରିବାରୁ ଅନ୍ନପୂର୍ଣ୍ଣା କୁ ମଧ୍ୟ ଗୋଡାଇ ଗୋଡାଇ ଲୁହା ରଡ୍‌ ରେ ମାଡ ମାରିଥିଲେ। ତେବେ ଅନ୍ନପୂର୍ଣ୍ଣାଙ୍କ ଚିତ୍କାର ଶୁଣି ଗ୍ରାମବାସୀ ମାନେ ଦୌଡି ଆସିବାରୁ ଜୀବନ ଗ୍ରାମବାସୀଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଗ୍ରାମବାସୀ ମାନେ ଜୀବନକୁ ଉତ୍ତମ ମଧ୍ୟମ ଦେବା ସହ ରାଶିରେ ହାତ ବାନ୍ଧି ପୋଲିସକୁ ଖବର ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.