ମସଜିଦରେ ଡ୍ୟାନ୍ସ କରିବା ସବା କମରଙ୍କୁ ପଡିଲା ମହଙ୍ଗା, କୋର୍ଟ ନେଲେ ଏଭଳି ନିଷ୍ପତ୍ତି

ମସଜିଦରେ ଡ୍ୟାନ୍ସ ଭିଡିଓ ସୁଟ୍‌ କରିବା ପାକିସ୍ତାନୀ ଅଭିନେତ୍ରୀ ସବା କମରଙ୍କ ପାଇଁ ମହଙ୍ଗା ପଡିଛି। ସବାଙ୍କ ଉପରେ ଲାହୋରର ଏକ ଐତିହାସିକ ମସଜିଦରେଡ୍ୟାନ୍ସ କରି ତାହାକୁ ଅପବିତ୍ର କରିଥିବା ଅଭିଯୋଗ ହୋଇଥିଲା। ବର୍ତ୍ତମାନ ଏହି ମାମଲାରେ ପାକିସ୍ତାନୀ କୋର୍ଟ ସବାଙ୍କୁ ନିର୍ଦ୍ଦୋଷରେ ଖଲାସ ହେବା ଆବେଦନକୁ ଖାରଜ କରିଦେଇଛନ୍ତି। ସବାଙ୍କ ଯାଚିକାକୁ ଖାରିଜ କରି କୋର୍ଟ ମାର୍ଚ୍ଚ ୧୬ ରେ ପରବର୍ତ୍ତୀ ଶୁଣାଣି କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଲାହୋର ପୋଲିସ ମସଜିଦ ୱାଜିର ଖାନକୁ ଅପବିତ୍ର କରିବା ମାମଲାରେ, ସବା କମାର ଏବଂ ବିଲାଲ ସଇଦଙ୍କ ବିରୋଧରେ ପାକିସ୍ତାନରେ ମାମଲା ରୁଜୁ କରିଥିଲା। ଉଭୟ କଳାକାରଙ୍କ ଉପରେ ଡ୍ୟାନ୍ସ ଭିଡିଓ କରି ମସଜିଦର ପବିତ୍ରତାକୁ ଭଙ୍ଗ କରିଥିବା ଅଭିଯୋଗ ହୋଇଥିଲା। ଆଉ ଏଥିପାଇଁ ସୋସିଆଲ ମିଡିଆରେ ସବାଙ୍କୁ ହତ୍ୟା କରିବାର ଧମକ ମଧ୍ୟ ଦିଆଯାଇଥିଲା।

ଏହି ଘଟଣାରେ ପାକିସ୍ତାନର ଲୋକମାନେ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଥିଲେ। କେବଳ ଏତିକି ନୁହେଁ ପଞ୍ଜାବ ପ୍ରଦେଶ ସରକାର ମଧ୍ୟ ଏହି ଘଟଣାରେ ଦୁଇଜଣ ବରିଷ୍ଠ ଅଧିକାରୀଙ୍କୁ ବରଖାସ୍ତ କରିଥିଲେ। ଏହାପରେ ସବା ଏବଂ ସଇଦ ଉଭୟ ସୋସିଆଲ ମିଡିଆରେ କ୍ଷମା ମାଗିଥିଲେ। କିନ୍ତୁ କଠୋରପନ୍ଥୀ କହିଥିଲେ, ଅଭିନେତ୍ରୀ ଜଣକ ଯାହା କରିଥିଲେ, ତାହା ଇସଲାମ ବିରୋଧ ରହିଥିଲା। ତେଣୁ ସବା ପବିତ୍ର ମସଜିଦକୁ ଡ୍ୟାନ୍ସ କରି ଅପବିତ୍ର କରିଥିଲେ ସବା ତେଣୁ ତାଙ୍କୁ ଦଣ୍ଡ ମିଳିବା ଉଚିତ। ଏବେ କିନ୍ତୁ କୋର୍ଟ ତାଙ୍କୁ ଜାମିନ ଦେବାକୁ ମନା କରିଦେଇଛନ୍ତି।

Also Read : ମରୁଭୂମିରେ ଖାଲିଦେହରେ ବ୍ୟାକ୍‌ଫ୍ଲିପ୍‌ ମାରୁଥିବା ନଜର ଆସିଲେ ଟାଇଗର, ଯାହାକୁ ଗଣି ଗଣି ଥକ୍କି ଯିବେ ଆପଣ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.