Below header

ପୁଟିନଙ୍କୁ ଗିରଫ କଲେ ମିଳିବ କୋଟି କୋଟି ଟଙ୍କା, ବିଜନେସମ୍ୟାନଙ୍କ ଅଫର୍

ବର୍ତ୍ତମାନ ଲଗାତାର ଋଷିଆ ଓ ୟୁକ୍ରେନ ଯୁଦ୍ଧ ଚାଲିଛି। ଯାହାପାଇଁ ଦେଶବାସୀ ଅସୁବିଧାର ସାମନା କରୁଛନ୍ତି। ଯୁଦ୍ଧ ରୋକିବା ପାଇଁ ମଧ୍ୟ ଅନେକ କହୁଛନ୍ତି। ତେବେ ଅଧିକ ଶକ୍ତିଶାଳୀ ପୁଟିନଙ୍କୁ ଅନେକ ଡରୁଥିବା ବେଳେ ଆଲେକ୍ସ କୋନାନିଖିନ ନାମକ ଜଣେ ବ୍ୟବସାୟୀ ତାଙ୍କୁ ଗିରଫ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି। ସେ କହିଛନ୍ତି ଯେ ଋଷ ର ମିଲିଟାରୀ ଅଫିସର ପୁଟିନଙ୍କୁ ଗିରଫ କଲେ, ସେ ତାଙ୍କୁ କୋଟି କୋଟି ଟଙ୍କା ଦେବେ। ତେବେ ଆଲେକ୍ସ କୋନାନିଖିନଙ୍କର ଋଷ ସରକାର ସହିତ କେବେବି ଭଲ ସମ୍ପର୍କ ନଥିଲା। ପୁଣି ବର୍ତ୍ତମାନ ସେ ଏପରି ଘୋଷଣା କରିବା ପରେ, ତାଙ୍କର ଏହି କଥା ସୋସିଆଲ ମିଡ଼ିଆର ଭାଇରାଲ ହେଉଛି।

କିଏ ଏହି ଆଲେକ୍ସ କୋନାନିଖିନ ?

Putin Alex
Picture Credit- ajjtak

ନିଜକୁ ଋଷିଆ ବ୍ୟବସାୟୀ ବୋଲି କହୁଥିବା ଆଲେକ୍ସ କୋନାନିଖିନ ଦାବି କରିଛନ୍ତି ଯେ ଯଦି କେହି ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଗିରଫ କରନ୍ତି ତେବେ ତାଙ୍କୁ ସେ ସାଢ଼େ ସାତ କୋଟିର ପୁରସ୍କାର ରାଶି ପ୍ରଦାନ କରିବେ।ଆଲେକ୍ସ ସୋସିଆଲ ମିଡିଆରେ ଏ ବିଷୟରେ ଏକ ପୋଷ୍ଟ ସେୟାର କରିଛନ୍ତି। ଯାହା ବର୍ତ୍ତମାନ ଅଧିକ ମାତ୍ରାରେ ଭାଇରାଲ୍ ହୋଇଛି । ପୁଣି ଏହି ପୋଷ୍ଟ ସହିତ ଭ୍ଲାଦିମିର ପୁଟିନଙ୍କ ଏକ ଫଟୋ ମଧ୍ୟ ଯୋଡ଼ାଯାଇଛି, ଯେଉଁଥିରେ ଲେଖା ହୋଇଛି ଯେ ମୃତ କି ଜୀବିତ।

ତେବେ ଆଲେକ୍ସ ପୋଷ୍ଟରେ ଯାହା ଲେଖିଛନ୍ତି, ‘ମୁଁ ପ୍ରତିଜ୍ଞା କରୁଛି ଯେ କୌଣସି ଅଫିସର ତାଙ୍କ ସାମ୍ବିଧାନିକ କର୍ତ୍ତବ୍ୟ ପାଳନ କରି ପୁଟିନଙ୍କୁ ଏକ ଯୁଦ୍ଧ ଅପରାଧୀ ଭାବରେ ଓ ଆନ୍ତର୍ଜାତୀୟ ନିୟମ ଅନୁଯାୟୀ ଗିରଫ କଲେ, ମୁଁ ତାଙ୍କୁ ସାତ କୋଟିରୁ ଅଧିକ ଟଙ୍କା ଦେବି। ଆଲେକ୍ସ କୋନାନିଖିନ ଲିଙ୍କଡିନରେ ଏହି ପୋଷ୍ଟ ଲେଖିଛନ୍ତି। ସେ ତାଙ୍କ ପୋଷ୍ଟରେ ଆହୁରି ମଧ୍ୟ ଲେଖିଛନ୍ତି, ପୁଟିନ ରୁଷିଆ ରାଷ୍ଟ୍ରପତି ନୁହଁନ୍ତି।

ସେ ଏକ ସ୍ୱତନ୍ତ୍ର ଅପରେସନର ମାଧ୍ଯମରେ ଋଷିଆର ଅନେକ ଆପାର୍ଟମେଣ୍ଟ, କୋଠାକୁ ଧ୍ଵଂସ କରିଥିଲେ। ଏହା ପରେ ସେ ନିର୍ବାଚନ ମଧ୍ୟ କରିନାହାଁନ୍ତି, ସମ୍ବିଧାନର ଅପମାନ କରିଛନ୍ତି। ସେ ତାଙ୍କର ବିରୋଧୀଙ୍କୁ ହତ୍ୟା କରିଥିଲେ।ଆଲେକ୍ସ ତାଙ୍କ ପୋଷ୍ଟରେ ଏହା ମଧ୍ୟ ଲେଖିଛନ୍ତି, “ଏହା ମୋର ନୈତିକ କର୍ତ୍ତବ୍ୟ ଯେ ମୁଁ ଜଣେ ଋଷିଆ ନାଗରିକ ଭାବେ ନାଜିବାଦ ଏବଂ ଏହାର ପ୍ରଭାବରୁ ଋଷିଆକୁ ମୁକ୍ତି ଦେବା ପାଇଁ ମୁଁ ସାହାଯ୍ୟ କରିବି”। ମୁଁ ୟୁକ୍ରେନକୁ ସାହାଯ୍ୟ କରିବା ଜାରି ରଖିବି, କାରଣ ପୁଟିନଙ୍କ ବିରୁଦ୍ଧରେ ଏହି ଯୁଦ୍ଧରେ ଜଣେ ହିରୋ ଭାବରେ ନିଜର ପକ୍ଷ ରଖିଆସିଛି ୟୁକ୍ରେନ।

ସେମିତିରେ ଆଲେକ୍ସ କୋନାନିଖିନଙ୍କର ଋଷିଆ ସରକାର ସହିତ ଭଲ ସମ୍ପର୍କ ରହିନି। ୧୯୯୬ ମସିହାର ପ୍ରକାଶିତ ହୋଇଥିବା ୱାଶିଂଟନ୍ ପୋଷ୍ଟ ର ଏକ ଆର୍ଟିକିଲ ଅନୁଯାୟୀ ଆଲେକ୍ସ ମସ୍କୋ ଫିଜିକ୍ସ ଏବଂ ଟେକ୍ନିକାଲ ଇନଷ୍ଟିଟ୍ୟୁଟରେ ପାଠ ପଢ଼ିଛନ୍ତି। କିନ୍ତୁ ତାଙ୍କ ପାଠ ପଢାକୁ ସ୍ଥଗିତ କରାଯାଇଥିଲା। ଏହାପରେ ସେ ଛାତ୍ର ନିର୍ମାଣ ସମବାୟ ସମିତି ଆରମ୍ଭ କରିଥିଲେ। ଏହା ପରେ ସେ ଅନ୍ୟାନ୍ୟ ବ୍ୟବସାୟ ମଧ୍ୟ କରିଥିଲେ । ଏଥିମଧ୍ୟରେ ବ୍ୟାଙ୍କିଙ୍ଗ୍, ଷ୍ଟକ୍ ଏବଂ ରିଏଲ୍ ଇଷ୍ଟେଟ୍ ଗୁଡିକରେ ସେ ସାମିଲ ହୋଇଥିଲେ।ମାତ୍ର ୨୫ ବର୍ଷ ବୟସରେ ତାଙ୍କର ୧୦୦ ଟି ଫାର୍ମ ଥିଲା।

୧୯୯୨ ରେ, ତାଙ୍କ କମ୍ପାନୀଗୁଡିକର ଆୟ ପ୍ରାୟ ୨୨ ବିଲିୟନ ଟଙ୍କାରୁ ଅଧିକ ହୋଇଥିଲା। ଏମିତିକି ଋଷର ପୂର୍ବତନ ରାଷ୍ଟ୍ରପତି ବୋରିସ୍ ୟେଲଟସିନଙ୍କ ସହ ୱାଶିଂଟନ୍ ଅଭିମୁଖେ ଯିବା ପାଇଁ ତାଙ୍କୁ ପ୍ରତିନିଧୀ ଭାବେ ଦଳରେ ସାମିଲ କରାଯାଇଥିଲା । କିନ୍ତୁ ୧୯୯୬ ମସିହାରେ ଭିସା ଜାଲିଆତି ଅଭିଯୋଗରେ ଆଲେକ୍ସ ଏବଂ ତାଙ୍କ ପତ୍ନୀଙ୍କୁ ଗିରଫ କରାଯାଇଥିଲା।
ପରେ ସେ ସେଠାରୁ ଚେକ୍ ରିପବ୍ଲିକ୍ ଏବଂ ପରେ ନ୍ୟୁୟର୍କକୁ ଚାଲିଗଲେ।

ପରେ ସେ ବୋରିସ୍ ୟେଲଟସିନ୍ ଏବଂ ଋଷିଆ ଅଧିକାରୀଙ୍କ ଉପରେ ତାଙ୍କ ଜୀବନ ପ୍ରତି ବିପଦ ଥିବା ଅଭିଯୋଗ କରିଥିଲେ। ୨୦୧୧ରେ, ସେ ଟ୍ରାନ୍ସପରେଣ୍ଟ ବ୍ୟବସାୟ ପ୍ରତିଷ୍ଠା କରିଥିଲେ, ଯାହାକି ଦୂରଦୂରାନ୍ତରେ କାର୍ଯ୍ୟ କରୁଥିବା କମ୍ପାନୀଗୁଡିକୁ ସାହାଯ୍ୟ କରେ। ତେବେ ଆଲେକ୍ସ ଯୁଦ୍ଧକୁ ବିରୋଧ କରୁଥିବା ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ବ୍ୟବସାୟୀ। ଯିଏକି ରାଷ୍ଟ୍ରରେ ଶାନ୍ତି ଚାହୁଁଛନ୍ତି। ସେ ମଧ୍ୟ ଜଣେ ଧନୀ ବ୍ୟବସାୟୀ। ତେଣୁ ଯୁଦ୍ଧ ଅପରାଧୀ ଭାବେ ପୁଟିନଙ୍କୁ ଗିରଫ କରିବା ପାଇଁ ସେ ଅଫର୍ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.