ଘରେ ଖୁସି ଏବଂ ଭଲପାଇବା ବଢ଼ାଇବା ପାଇଁ ଆପଣାନ୍ତୁ ଏହି ଫେଙ୍ଗସୁଇ ଟିପ୍ସ ,ନିଶ୍ଚୟ କାମରେ ଆସିବ ଏହି ଉପାୟ

ଆପଣଙ୍କୁ ଏକଥା ଶୁଣିବାକୁ ଅଡୁଆ ଲାଗିପାରେ କିନ୍ତୁ ଏହା ସତ ଯେ ଯଦି ଥରେ ଆପଣ ଏହି ଟିପ୍ସକୁ ଆପଣେଇବେ ତେବେ କଥାର ଗୁରୁତ୍ୱ ବୁଝିପାରିବେ । ଜାଣନ୍ତୁ ଏହା କେତେ ସତ ଓ କେତେ ମିଛ ।

ଫେଙ୍ଗସୁଇ ଟିପ୍ସ :

ଘରେ ଛୋଟ ଛୋଟ ଖୁସି ଏବଂ ପ୍ରେମପୂର୍ଣ୍ଣ କଥା ଘରଲୋକ ଏବଂ ନିଜ ନିଜର ସାଥୀଙ୍କୁ ଖୁସି ଦେଇଥାଏ । କିନ୍ତୁ ଏହା ସବୁବେଳେ ସମ୍ଭବ ହୋଇପାରେ ନାହିଁ । ସେଥିପାଇଁ ଆଜି ଆମେ ଆପଣଙ୍କୁ ଫେଙ୍ଗସୁଇ ଅନୁସାରେ ଏମିତି କିଛି ଟିପ୍ସ ଦେଉଛୁ, ଯାହା ସାହାଯ୍ୟରେ ଘରେ ଆପଣଙ୍କ ଖୁସି ଏବଂ ଶାନ୍ତି ବିରାଜମାନ ରହିବ । ଏହା ସାହାଯ୍ୟରେ ମଧ୍ୟ ଆପଣଙ୍କ ଜୀବନରେ ସର୍ବଦା ଖୁସି ଏବଂ ପ୍ରେମର ଆଗମନ ହେବ ।

ବିଛଣାର ଆକାର ହେବ ବଡ଼ –

ସ୍ୱାମୀ -ସ୍ତ୍ରୀ ଙ୍କ ଭିତରେ ପ୍ରେମ ବଢ଼ାଇବା ପାଇଁ ତାଙ୍କର ବିଛଣାର ଆକାର ବଡ଼ ହେବା ଉଚିତ । ଏହାଦ୍ୱାରା ନା କେବଳ ଭଲ ନିଦ ଆସିଥାଏ ବରଂ ଘରେ ମଧ୍ୟ ସକରାତ୍ମକତା ତିଷ୍ଠି ରହିଥାଏ ।

କାନ୍ଥର ରଙ୍ଗ –

ବିଶ୍ୱାସ କରନ୍ତୁ କି ନାହିଁ କିନ୍ତୁ ଏହା ସତ ଯେ ଘର କାନ୍ଥର ରଙ୍ଗ ମଧ୍ୟ ଘରେ ସକରାତ୍ମକତା କୁ ବଜାୟ ରଖିବାରେ ମୁଖ୍ୟ ଭୂମିକା ନେଇଥାଏ । ପଜେଟିଭ େଓ୍ଵଭ ଆଣିବା ପାଇଁ ଆପଣ ମଧ୍ୟ କାନ୍ଥର ରଙ୍ଗକୁ ଠିକ ଭାବରେ ସିଲେକ୍ଟ କରନ୍ତୁ । ଏହାପାଇଁ ଆପଣ ଲାଇଟ କଲର ପେଣ୍ଟକୁ ସିଲେକ୍ଟ କରି ପାରନ୍ତି । ଯେମିତି ଗ୍ରେ ,ହ୍ୱାଇଟ ,ଲାଇଟ ପିଙ୍କ ଭଳି ପଜେଟିଭ କଲର ଘରର କାନ୍ଥ ପାଇଁ ସବୁଠାରୁ ଭଲ ରହିବ ।

ଟେଲିଭିଜନ –

ଆପଣ ଏହା ଜାଣିକରି ଆଶ୍ଚର୍ଯ୍ୟ ହେବେ ଯେ ଘରେ ଜଣେ ଅନ୍ୟ ଜଣକୁ ସମୟ ଏବଂ ଧ୍ୟାନ ଦେବା ଜରୁରୀ ଅଟେ । ତେଣୁ ଟେଲିଭିଜନ ନ ଲଗାଇବା ବରଂ ଭଲ ହେବ । ଏବେ ଆପଣଙ୍କୁ ଧ୍ୟାନ ଦେବାକୁ ହେବ କି ବେଡ଼ ରୁମ୍ ରେ କେବେ ବି ଓ୍ଵାର୍କସ୍ପେସ କରିବେ ନାହିଁ । ଯଦି ଏମିତି କରୁଥାନ୍ତି ତାହେଲେ ତାକୁ ଯଥା ଶୀଘ୍ର ବଦଳେଇ ଦିଅନ୍ତୁ ।

ବେଡ଼ ରୁମରେ ଫ୍ରେଣ୍ଡ କିମ୍ବା ଫାମିଲି ର ଲଗାନ୍ତୁ ନାହିଁ ଫଟୋ –

କେବେ ବି ବେଡ଼ ରୁମ ରେ ଫ୍ରେଣ୍ଡ କିମ୍ବା ଫ୍ୟାମିଲିର ଫଟୋ ନ ଲଗାଇବା ଉଚିତ ହେବ । ବରଂ ନିଜର କିମ୍ବା ନିଜ ସାଥୀଙ୍କ ସହିତ ଥିବା ଫଟୋ ଲଗାନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.